Indus Valley Times

ଖାଇବା ବେଳେ ବଚସା, ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼

 Breaking News

ଖାଇବା ବେଳେ ବଚସା, ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼

February 06
11:22 2023

ଭୁବନେଶ୍ୱର,୬/୨: ରାଜଧାନୀର ନୂଆ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବୋମାମାଡ ହୋଇଛି। ଖାଇବାକୁ ନେଇ ଝଗଡା ହେବାରୁ ଏକ ହୋଟେଲ କର୍ମଚାରୀଙ୍କ ଉପରକୁ ଏହି ବୋମାମାଡ ହୋଇଥିବା ଜଣାପଡିଛି। ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। େବୋମାମାଡ କରିଥିବା ୨ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ଖଣ୍ଡଗିରି ପୋଲିସ।
ସୂଚନାଯୋଗ୍ୟ, ବସ୍ଷ୍ଟାଣ୍ଡରେ ଥିବା ଜୟ ଜଗନ୍ନାଥ ହୋଟେଲକୁ ଦୁଇ ଜଣ ବ୍ୟକ୍ତି ଖାଇବାକୁ ଯାଇଥିଲେ। ଖାଇବା ଦରକୁ ନେଇ ହୋଟେଲ କର୍ମଚାରୀଙ୍କ ସହ ଉଭୟଙ୍କ ବଚସା ହୋଇଥିଲା। ସେମାନେ ସେଠାରୁ ପଳାଇଥିବା ବେଳେ କିଛି ସମୟ ପରେ ପୁଣି ଆସି ହୋଟେଲ ମାଲିକଙ୍କୁ ଖୋଜିଥିଲେ। ସେଠାରେ ମାଲିକ ନ ଥିବାରୁ କର୍ମଚାରୀଙ୍କ ଉପରକୁ ବୋମାମାଡ କରିଥିଲେ। ବୋମାମାଡ କରିଥିବା ୨ ଦୁର୍ବୃତ୍ତ ନିଶାସକ୍ତ ଅବସ୍ଥାରେ ଥିବା ହୋଟେଲ କର୍ମଚାରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031