Indus Valley Times

ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଡ଼ା ଆକ୍ସନ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ

 Breaking News

ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଡ଼ା ଆକ୍ସନ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ

ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଡ଼ା ଆକ୍ସନ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ
September 28
15:43 2026

ଭୁବନେଶ୍ୱର, ୨୮/୯ : ରାଜ୍ୟରେ ଖାଦ୍ୟ ଅପମିଶ୍ରଣ ବିରୋଧରେ ସରକାର ବଡ଼ ଧରଣର କଡ଼ା ପଦକ୍ଷେପ ନେଇଛନ୍ତି। ନକଲି ପନିର, ଅପମିଶ୍ରିତ ଛେନା ଓ ଅସୁରକ୍ଷିତ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ଲଗାତାର ଚଢ଼ାଉ ଜାରି ରହିଛି। ବିଧାନସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ଅପମିଶ୍ରିତ ପନିର ଓ ଛେନା ଚିହ୍ନଟ ପାଇଁ ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍ କରାଯାଇଛି।
ଏହି ଚଢ଼ାଉ ସମୟରେ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ କଟକରେ ହୋଇଛି। ସେଠାରେ ୭୧ କ୍ୱିଣ୍ଟାଲ ଅପମିଶ୍ରିତ ପନିର ଜବତ କରି ନଷ୍ଟ କରାଯାଇଛି। ସେହିପରି ନିଆଳିରେ ଚଢ଼ାଉ ବେଳେ ଅପମିଶ୍ରଣ ଅଭିଯୋଗରେ ଦୋଷୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୨୭୫, ୩୧୮ ଓ ୪୩୫ ଅନୁସାରେ ଏତଲା ରୁଜୁ କରାଯାଇଛି।
ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଗତ ଦୁଇ ବର୍ଷରେ ଖାଦ୍ୟ ନିରାପତ୍ତା ଓ ମାନଦଣ୍ଡ ଆଇନ ଅନୁସାରେ ୪୧୩ଟି ମାମଲା ରୁଜୁ ହୋଇଛି। ଏହି ସମୟ ମଧ୍ୟରେ ୭,୩୨୯ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଥିବା ବେଳେ, ଅପରାଧୀଙ୍କଠାରୁ ୯୫ ଲକ୍ଷ ୯୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ରାଜଧାନୀ ସମେତ ସହରାଞ୍ଚଳରେ ମଧ୍ୟ ଯାଞ୍ଚ ଜୋରଦାର କରାଯାଇଛି। ବିଏମ୍‌ସି, କେଏମ୍‌ସି ଓ ଆର୍‌ଏମ୍‌ସି ଅଞ୍ଚଳରେ ନିୟମିତ ଚଢ଼ାଉ ଜାରି ରହିଥିବା ବେଳେ, କେବଳ ଭୁବନେଶ୍ୱରରୁ ୨,୮୧୦ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି। ପର୍ବପର୍ବାଣୀ ସମୟରେ ଦୁଗ୍ଧଜାତ ଖାଦ୍ୟର ଚାହିଦା ବଢ଼ୁଥିବାରୁ ଅପମିଶ୍ରଣ ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ସ୍ୱତନ୍ତ୍ର ଡ୍ରାଇଭ୍ ଓ କଡ଼ା ଆଇନଗତ କାର‌୍ୟ୍ୟାନୁଷ୍ଠାନ ଜାରି ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031