Indus Valley Times

ମୁକୁଳା ଡ୍ରେନ୍ ମରଣକୁ ଡାକୁଛି

 Breaking News

ମୁକୁଳା ଡ୍ରେନ୍ ମରଣକୁ ଡାକୁଛି

December 14
21:13 2024

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୪/୧୨ : ଖୋର୍ଦ୍ଧା ସହରକୁ ସରସ ସୁନ୍ଦର କରିବାକୁ ପ୍ରଶାସନ ଅହରହ ପ୍ରୟାସ କରୁଛି,ଯାହାର ଉଦାହରଣ ଖୋର୍ଦ୍ଧା କ୍ୟାବିନ ଉଚ୍ଛେଦ ପ୍ରକ୍ରିୟା ଅଭିଯାନ ଆରମ୍ଭ ହୋଇଛି। କିନ୍ତୁ ସହରର ଆଭ୍ୟନ୍ତରୀଣ ବାସ୍ତବ ଚିତ୍ର କିଛି ଓଲଟା ଦର୍ଶାଉଛି।
ସହରରେ ଏବେବି ଅନେକ ୱାଡ଼ରେ ପଡ଼ିରହୁଛି କୁଢ଼ କୁଢ଼ ଆବର୍ଜନା। କେତେକ ୱାଡ଼ରେ ଥିବା ଡ୍ରେନର ସ୍ଲାବ ଭାଙ୍ଗି ଯାଇଥିବା ବେଳେ ଅନେକ ସ୍ଥାନରେ ଡ୍ରେନ ଗୁଡିକ ମୁକୁଳା ପଡ଼ିଛି। ଉକ୍ତ ମୁକୁଳା ଡ୍ରେନରେ ମଇଳା ପଡ଼ି ପୋତିହୋଇ ମଇଳା ପାଣି ରାସ୍ତା ଉପରେ ଭାସୁଥିବା ଦେଖିବାକୁ ମିଳୁଛି।
ଏହାଦ୍ବାରା ମଶା ବଂଶ ବୃଦ୍ଧି ହୋଇ ପାଦୃଭାବ ବଢୁଛି। ଖୋର୍ଦ୍ଧା ସହରର ମୁଖ୍ୟ ବ୍ୟବସାୟ କେନ୍ଦ୍ର ମାରୱାଡ଼ି ପଟି ପୁରୁଣା ଆଲ୍ଲାହବାଦ ବ୍ୟାଙ୍କ ସମ୍ମୁଖରେ ଥିବା ଡ୍ରେନଟି ଅନେକ ଦିନ ଧରି ମୁକୁଳା ପଡିଥିବା ସ୍ଥାନୀୟ ଦୋକାନି ପ୍ରକାଶ କରିଛନ୍ତି। ଏପରିକି ଏହି ରାସ୍ତାରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ଯାତାୟାତ କରୁଛନ୍ତି।
ସ୍କୁଲ କଲେଜ ଠାରୁ ଆରମ୍ଭ କରି ପଥଚାରି ଗାଡ଼ି ମୋଟର ସାଇକେଲ ଯାତ୍ରୀ, ଏପରିକି ଭୁବନେଶ୍ୱର ରୁ ବଲାଙ୍ଗୀର ଯାଉଥିବା ଗାଡ଼ି, ପ୍ରଶାସନିକ ଅଧିକାରୀ ପ୍ରମୁଖ ଯାତାୟାତ କରୁଛନ୍ତି। କିଛି ଦିନ ତଳେ ଏହି ସ୍ଥାନରେ ଏକ ଦୃଘଟଣା ଘଟିଥିଲା। ଉକ୍ତ ମୁକୁଳା ଡ୍ରେନରେ ଏକ ଗାଡ଼ି ଗଳି ପଡିଥିଲା।
ସ୍ଥାନୀୟ ଜନସାଧାରଣଙ୍କ କହିବା କଥା ସହରର ଏହି ମୁଖ୍ୟ ରାସ୍ତାରେ ଜିଲ୍ଲା ପ୍ରଶାସନ ଅଧିକାରୀ ମାନେ ସବୁଦିନ ଯାତାୟାତ କରୁଛନ୍ତି ଏଥିପ୍ରତି କାହାର ନଜର ରହୁନି। ରାସ୍ତା ଉପରେ ଥିବା ଏତେବଡ଼ ଖୋଲା ଡ୍ରେନରେ ପଡ଼ି ଯଦି କାହାର କିଛି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବେ।
ପ୍ରତ୍ୟେକ ଦିନ ପୌର ପରିଷଦର ସଫେଇ କର୍ମଚାରୀ ଓ ମଇଳା ଉଠାଉଥିବା ଗାଡ଼ି ଉକ୍ତ ସ୍ଥାନ ଦେଇ ଗାଡ଼ି ଚଳାଚଳ କରୁଛନ୍ତି ବା ସ୍ଥାନୀୟ କାଉନସିଲର ଲୋକପ୍ରତିନିଧି ଭାବରେ କଣ କରୁଛନ୍ତି ବୋଲି ସ୍ଥାନୀୟ ଦୋକାନି ପ୍ରକାଶ କରିଛନ୍ତି। ସେହିପରି ସହରର ପ୍ରମୁଖ ସ୍ଥାନ ରାଜ୍ୟ ରାଜପଥ କାର‌୍ୟ୍ୟାଳୟ, ପୁରୁଣା ଦମକଳ ଅଫିସ, ମୁକୁନ୍ଦ ପ୍ରସାଦ ମୁସଲିମ ସାହି, ଜବରଦସ୍ତପୁର,ସାମନ୍ତରାପୁର,ଗୁରୁଜଙ୍ଗ, ନବୀନବାଗ, ମୁଖ୍ୟରାସ୍ତା ଇତ୍ୟାଦି ପ୍ରମୁଖ ସ୍ଥାନରେ ମୁକୁଳା ଡ୍ରେନ ରହିଛି। ନା ଏହାକୁ ପୌର ପରିଷଦ କରୁଛି ନା ପ୍ରଶାସନ କରୁଛି। ସହରକୁ ସ୍ୱଚ୍ଛ ସୁନ୍ଦର କରିବା ଲାଗି ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ସତ କିନ୍ତୁ କୌଣସି ଫାଇଦା ହେଉନଥିବା ଜନତାଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ମୁଖ୍ୟ ରାସ୍ତାରେ ଥିବା ମୁକୁଳା ଡ୍ରେନ ସମ୍ପର୍କରେ ରାଜ୍ୟ ରାଜପଥ ପ୍ରାଧିକରଣ କନିଷ୍ଠ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାର ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ଏ ପର‌୍ୟ୍ୟନ୍ତ କିଛି ପଦକ୍ଷେପ ନିଆଯାଇନଥିବା ସ୍ଥାନୀୟ ଅଞ୍ଚଳରେ ଥିବା ଦୋକାନି ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଖୋର୍ଦ୍ଧା ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇପାରିନି , ଅପେକ୍ଷା କେବେ ପଡୁଛି ମୁକୁଳା ଡ୍ରେନରେ ସ୍ଲାବ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031