Indus Valley Times

ବୋଲଗଡ଼ ବିଡ଼ିଓଙ୍କ ଅଗଣତାନ୍ତ୍ରୀକ କାର୍ଯ୍ୟକୁ ନିନ୍ଦା, ନିରପେକ୍ଷ ତଦନ୍ତ ନେଇ ଦାବିପତ୍ର ପ୍ରଦାନ କଲା ବିଜେଡି

 Breaking News

ବୋଲଗଡ଼ ବିଡ଼ିଓଙ୍କ ଅଗଣତାନ୍ତ୍ରୀକ କାର୍ଯ୍ୟକୁ ନିନ୍ଦା, ନିରପେକ୍ଷ ତଦନ୍ତ ନେଇ ଦାବିପତ୍ର ପ୍ରଦାନ କଲା ବିଜେଡି

ବୋଲଗଡ଼ ବିଡ଼ିଓଙ୍କ ଅଗଣତାନ୍ତ୍ରୀକ କାର୍ଯ୍ୟକୁ ନିନ୍ଦା, ନିରପେକ୍ଷ ତଦନ୍ତ ନେଇ ଦାବିପତ୍ର ପ୍ରଦାନ କଲା ବିଜେଡି
February 20
13:18 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୨୦/୨ : ଖୋରଧା ଜିଲ୍ଲା ବୋଲଗଡ଼ ବ୍ଲକ ବିଡିଓ ସୁମନ ସୁଧା କୁଣ୍ଡୁଙ୍କ ଦ୍ବାରା ଅଗଣତାନ୍ତ୍ରିକ କାର‌୍ୟ୍ୟ ଓ ଦଳୀୟ ଭିଭିରେ ପକ୍ଷପାତ ବ୍ୟବହାର, ପ୍ରଶାସନିକ ଅନିୟମିତାକୁ ନିନ୍ଦା କରିଛି ବିଜୁ ଜନତା ଦଳ (ବିଜେଡି)।
ଉକ୍ତ ବ୍ଲକରେ ଘଟୁଥିବା ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିବା ସହ ଏହା ପଞ୍ଚାୟତସ୍ତରରେ ଲୋକତାନ୍ତ୍ରିକ କାର‌୍ୟ୍ୟପ୍ରଣାଳୀ ପାଇଁ କ୍ଷତିକାରକ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଗତ ୯ ଦିନ ଧରି ବିଭିନ୍ନ ରାଜନୈତିକ ଦଳର ଜନପ୍ରତିନିଧି ମାନେ ଉକ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସି ସାଧାରଣ ବିକାଶମୂଳକ ସମସ୍ୟା ଗୁଡ଼ିକୁ ଉଠାଇ ଆସୁଥିଲେ। ତେବେ ଧାରଣା ସମୟରେ ନିର୍ବାଚିତ ବ୍ଲକ ଚେୟାରମ୍ୟାନଙ୍କୁ ବ୍ଲକ କାର୍ଯ୍ୟାଳୟ ପରିସରକୁ ପ୍ରବେଶ କରିବାରୁ ବଞ୍ଚିତ କରାଯାଇଥିଲା।
ଏହା ଯଦି ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ଗୋଟିଏ ସାମ୍ବିଧାନିକ ପଦବୀ ପ୍ରତି ଅସମ୍ମାନ ଏବଂ ପଞ୍ଚାୟତିରାଜ ପ୍ରଣାଳୀରେ ଉଦ୍ଦିଷ୍ଟ ଲୋକତାନ୍ତ୍ରିକ ବିକେନ୍ଦ୍ରୀକରଣର ଆତ୍ମାକୁ କ୍ଷତିଗ୍ରସ୍ତ କରୁଛି।
ନିର୍ବାଚିତ ପ୍ରତିନିଧିଙ୍କୁ ତାଙ୍କ କର୍ଭବ୍ୟ ପାଳନରୁ ବଞ୍ଚିତ କରିବା ଏକ ଅଗଣତାନ୍ତ୍ରିକ କାର୍ଯ୍ୟ ଏବଂ ପ୍ରଚଳିତ ପ୍ରଶାସନିକ ମାନଦଣ୍ଡଙ୍କୁ ବିରୋଧ କରୁଛି।
ସରକାରୀ କର୍ମଚାରୀ ମାନେ ରାଜନୈତିକ ନିରପେକ୍ଷତା ରକ୍ଷା କରି ଜନପ୍ରତିନିଧିମାନଙ୍କ ସହ ସମନ୍ଵୟରେ ଲୋକଙ୍କ କଲ୍ୟାଣ ଓ ବିକାଶ ପାଇଁ କାମ କରିବାକୁ ଦାବି ହୋଇଛି।
ଏନେଇ ବିଜେଡିର ମୁଖପାତ୍ର ଡ. ଲେନିନ ମହାନ୍ତି, ଡ.ପ୍ରିୟବ୍ରତ ମାଝୀ, ନାରାୟଣ ଜେନା ଏବଂ ରିତାଞ୍ଜଳି ପ୍ରଧାନଙ୍କ ସମେତ ବିଜେଡି ନେତାମାନଙ୍କ ଏକ ପ୍ରତିନିଧିମଣ୍ଡଳୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପିଡ଼ିଡ଼ିଆରଡିଏ ଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ପ୍ରଦାନ କରିବା ସହିତ ଏହି ବିଷୟରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି। ବିଡ଼ିଓ ଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସ୍ବନ୍ଥ ଓ ସମୟ ସୀମାବଦ୍ଧ ତଦନ୍ତ, କଥିତ ଭାବେ ବ୍ଲକ ଚେୟାରମ୍ୟାନଙ୍କୁ ପ୍ରବେଶ ଅନୁମତି ନ ମିଳିବା ପରିସ୍ଥିତିର ଅନୁଧ୍ୟାନ ଏବଂ ପ୍ରଶାସନିକ ନିରପେକ୍ଷତା ଓ ସାଧାରଣ ଲୋକଙ୍କ ଆତ୍ମବିଶ୍ବାସ ପୁନରୁଦ୍ଧାର ପାଇଁ ଉଚିତ ପଦକ୍ଷେପ ନେବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930