Legatus

ଗଙ୍ଗାଜଳ ଛିଞ୍ଚି ଛିଞ୍ଚି ବିଧାନସଭାରେ ପ୍ରବେଶ କଲେ ବିଜେଡି ସଦସ୍ୟ, ବିଜେପି କହିଲା- ପ୍ରଶ୍ନକାଳ ଠିକ୍‌ରେ ଚାଲୁ

 Breaking News

ଗଙ୍ଗାଜଳ ଛିଞ୍ଚି ଛିଞ୍ଚି ବିଧାନସଭାରେ ପ୍ରବେଶ କଲେ ବିଜେଡି ସଦସ୍ୟ, ବିଜେପି କହିଲା- ପ୍ରଶ୍ନକାଳ ଠିକ୍‌ରେ ଚାଲୁ

ଗଙ୍ଗାଜଳ ଛିଞ୍ଚି ଛିଞ୍ଚି ବିଧାନସଭାରେ ପ୍ରବେଶ କଲେ ବିଜେଡି ସଦସ୍ୟ, ବିଜେପି କହିଲା- ପ୍ରଶ୍ନକାଳ ଠିକ୍‌ରେ ଚାଲୁ
March 27
12:29 2025

ଭୁବନେଶ୍ୱର, ୨୭/୩ : କଂଗ୍ରେସ ପରେ ଆଜି ବିଜେଡ଼ି ସଦସ୍ୟମାନେ ଗୃହରେ କିଛି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ଯାହାକି ଅତ୍ୟନ୍ତ ଅଶୋଭନୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଜେଡ଼ି ବିଧାୟକ ଗଣତନ୍ତ୍ରର ପବିତ୍ର ମନ୍ଦିର ବିଧାନସଭାରେ ଗଙ୍ଗାଜଳ ଛିଞ୍ଚନ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ରାଜସ୍ୱ ମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି ।
ବିଜେପି ସରକାର ଗଢ଼ିବା ପରେ ଉଭୟ ବିରୋଧୀ ବିଜୁ ଜନତା ଦଳ ଏବଂ କଂଗ୍ରେସ ଯେମିତି ଅସହିଷ୍ଣୁ ହୋଇପଡ଼ିଛନ୍ତି । ଯାହା କେବେ ଓଡ଼ିଶା ବିଧାନସଭା ଇତିହାସରେ ଦେଖିବାକୁ ମିଳି ନ ଥିଲା ତାହା ଚଳିତ ବଜେଟ୍ ଅଧିବେଶନରେ ଦେଖିବାକୁ ମିଳୁଛି ।
ଗୃହରେ ଜନତା ସ୍ୱାର୍ଥକୁ ଦୃଷ୍ଟିରେ ନିର୍ବାଚିତ ବିଧାୟକମାନେ କମ୍ ଦାବି ରଖୁଥିବାବେଳେ ଅଜବ ଅଜବ ଶୈଳୀରେ ପ୍ରତିବାଦ କରି ଗଣମାଧ୍ୟମରେ ଶିରୋନାମାରେ ରହିବାକୁ ଅଧିକ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।
ବୁଧବାର ଅନେକ ତୁମୁଳକାଣ୍ଡ ପରେ ଗୁରୁବାର ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହ ସ୍ୱାଭାବିକ ରହିଥିବା ଦେଖିବାକୁ ମିଳିଛି । ଉଭୟ ବିଜେପି ଏବଂ ବିଜେଡ଼ି ସଦସ୍ୟମାନେ ଗୃହରେ ଉପସ୍ଥିତ ଥିଲେ ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବାଚସ୍ପତି ସୁରମା ପାଢ଼ୀ ଉତ୍ତର ରଖିବାକୁ ଡାକିଥିଲେ । ମନ୍ତ୍ରୀ ଉତ୍ତର ରଖୁଥିବାବେଳେ ବିଜେଡ଼ି ସଦସ୍ୟ ଅଜବ ଢଙ୍ଗରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା ।
ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଚକ୍ରମଣି କହଁର ଏବଂ ନବ କିଶୋର ମଲ୍ଲିକ ହାତରେ କଳସ ଓ ଆମ୍ବ ପତ୍ର ଧରି ଗଙ୍ଗା ଜଳ ଛିଞ୍ଚିଥିଲେ । ଗୃହ ବାହାରେ ମଧ୍ୟ ବିଜେଡ଼ି ଅନ୍ୟ ସଦସ୍ୟମାନେ ସମାନ ଢଙ୍ଗରେ ପ୍ରତିବାଦ କରିଛନ୍ତି ।
ବାଚସ୍ପତି ଅନୁରୋଧ କରି କହିଥିଲେ, ଗୃହ ମଧ୍ୟରେ ଯେଉଁମାନେ ମାଠିଆ ଏବଂ ଅନ୍ୟ ସାମଗ୍ରୀ ଧରି ପହଁଚିଛନ୍ତି ସେମାନେ ଏହି କାର୍ଯ୍ୟରୁ ବିରତ ରୁହନ୍ତୁ । ଏଭଳି ଅଶୋଭନୀୟ କାର୍ଯ୍ୟରୁ ନ କରିବାକୁ ବାଚସ୍ପତି ଅନୁରୋଧ କରିଥିଲେ । ଏହା ପରେ ରାଜସ୍ୱ ମନ୍ତ୍ରୀ କହିଥିଲେ, ବିଧାନସଭା ଏକ ସ୍ଥାୟୀ ପବିତ୍ର ଗୃହ ଅଟେ, କୌଣସି କାର୍ଯ୍ୟ, ପକ୍ଷ ହେଉ କିମ୍ବା ପ୍ରତିପକ୍ଷ, ଏଭଳି କାର୍ଯ୍ୟ ନାହିଁ ଯାହା ଗୃହକୁ ଅପବିତ୍ର କରିପାରିବ । ଏ ପ୍ରଶ୍ନୋତ୍ତର କାର୍ଯ୍ୟ ଠିକ୍ ଠାକ୍ ହେଉ, ଗୃହ ଲାଭାନ୍ୱିତ ହେବ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31