Indus Valley Times

‘ଗଙ୍ଗା ବିଳାସ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ: ଦୁନିଆର ସବୁଠୁ ଲମ୍ବା ରିଭର କ୍ରୁଜ୍, ରହିଛି ୫ଷ୍ଟାର ସୁବିଧା

 Breaking News

‘ଗଙ୍ଗା ବିଳାସ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ: ଦୁନିଆର ସବୁଠୁ ଲମ୍ବା ରିଭର କ୍ରୁଜ୍, ରହିଛି ୫ଷ୍ଟାର ସୁବିଧା

‘ଗଙ୍ଗା ବିଳାସ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ: ଦୁନିଆର ସବୁଠୁ ଲମ୍ବା ରିଭର କ୍ରୁଜ୍, ରହିଛି ୫ଷ୍ଟାର ସୁବିଧା
January 13
16:42 2023

ନୂଆଦିଲ୍ଲୀ,୧୩/୧: ବିଶ୍ୱର ସର୍ବବୃହତ୍ତ ନଦୀ ପୋତ ବା ରିଭର୍ କ୍ରୁଜ୍ ଏମଭି ଗଙ୍ଗା ବିଳାସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀରୁ ଏହି ପୋତକୁ ମୋଦି ଭିଡିଓ କନଫରେନ୍ସିଂ ଦ୍ୱାରା ଉଦଘାଟନ କରିଛନ୍ତି। ପ୍ରଥମ ଦଫାରେ ୩୨ ଜଣ ସ୍ୱିସ୍ ପର‌୍ୟ୍ୟଟକ ଏହି କ୍ରୁଜରେ ଯାତ୍ରା କରିବେ। ଏହା ବାଂଲାଦେଶ ଦେଇ ଆସାମର ଦିବ୍ରୁଗଡ଼ରେ ପହଞ୍ଚିବ।
ପ୍ରଥମଥର ପାଇଁ ଏମଭି ଗଙ୍ଗା ବିଳାସ ଭଳି କ୍ରୁଜ ଭାରତରେ ନିର୍ମାଣ ହୋଇଛି। ଏହା ୫୧ ଦିନରେ ୩,୨୦୦ କିମି ଯାତ୍ରା କରିବ। କ୍ରୁଜରେ ଯାତ୍ରା ଆରମ୍ଭ କରିଥିବା ୩୨ ଜଣ ପର‌୍ୟ୍ୟଟକଙ୍କୁ ଆଜି ବାରାଣସୀ ଘାଟରେ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିଲା। ଏହି ସମୟରେ ଶେହନାଇ ମଧ୍ୟ ବଜା ଯାଇଥିଲା। ସେମାନେ ବାରାଣସୀର ବିଭିନ୍ନ ଧାର୍ମିକ ଓ ଐତିହାସିକ ସ୍ଥାନ ବୁଲିବା ପରେ କ୍ରୁଜରେ ଯାତ୍ରା କରିଛନ୍ତି।
କ୍ରୁଜର ନିର୍ଦ୍ଦେଶକ ରାଜ ସିଂହ କହିଛନ୍ତି, ଏହା ମଧ୍ୟରେ ୫ ତାରକା ହୋଟେଲ ବ୍ୟବସ୍ଥା ରହିଛି। ଏଥିରେ ଥିବା ୧୮ଟି ସୁଟ୍ସରେ ୩୬ ଜଣ ପର‌୍ୟ୍ୟଟକ ରହିପାରିବେ। ଏହାବାଦ ୪୦ ଜଣ କ୍ରୁ ସଦସ୍ୟଙ୍କ ପାଇଁ ବ୍ୟବସ୍ଥା ହୋଇଛି। ଏହି ଅତ୍ୟାଧୁନିକ ଜାହାଜର ଲମ୍ବ ୬୨ ମିଟର, ଚଉଡ଼ା ୧୨ ମିଟର ଓ ଉଚ୍ଚତା ୯ ମିଟର ରହିଛି। ପ୍ରସିଦ୍ଧ ଲାଭ କରିଥିବା ୨୭ଟି ନଦୀ ପଥ ଦେଇ ଏହା ଯାତ୍ରା କରିବ। ବିଶ୍ୱ ଐତିହ୍ୟ, ଜାତୀୟ ପାର୍କ, ନଦୀ ଘାଟ ସମେତ ଗୁରୁତ୍ୱପୂର୍ଣ୍ଣ ସହର ଯଥା ବିହାରର ପାଟନା, ଝାରଖଣ୍ଡର ଶାହିଗଞ୍ଜ, ପଶ୍ଚିମବଙ୍ଗର କୋଲକାତା, ବାଂଲାଦେଶର ଢାକା ଓ ଆସାମର ଗୌହାଟୀ ଭଳି ସ୍ଥାନକୁ ଯିବ। ଗଙ୍ଗା, ଭାଗିରଥୀ, ଯମୁନା, ବିଧ୍ୟାବତୀ ଓ ବ୍ରହ୍ମପୁତ୍ର ଭଳି ପ୍ରମୁଖ ନଦୀ ଦେଇ ଏହା ଯାତାୟାତ କରିବ।
କ୍ରୁଜରେ ସ୍ପା, ସେଲୁନ ଓ ଜିମ ରହିଛି। ମନୋରଞ୍ଜ ପାଇଁ ନାଚଗୀତର କାର‌୍ୟ୍ୟକ୍ରମ ମଧ୍ୟ ଏହା ମଧ୍ୟରେ ହେବ। ଯାତ୍ରା ବେଳେ ଭାରତର ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ବିଭିନ୍ନ କାର‌୍ୟ୍ୟକ୍ରମ ସମ୍ପର୍କରେ ପର‌୍ୟ୍ୟଟକମାନେ ଜାଣିପାରିବେ। ଗଙ୍ଗା କୂଳରେ ହେଉଥିବା ଆଳତି ଓ ଯୋଗାଭ୍ୟାସର ମଜା ମଧ୍ୟ ପର‌୍ୟ୍ୟଟକ ଉଠାଇ ପାରିବେ।
ଜାହାଜ ଯାତ୍ରାର ଦୈନିକ ଭଡ଼ାର ୨୫ରୁ ୫୦ ହଜାର ଟଙ୍କା। ଏହା

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930