Indus Valley Times

ଗଜପତି:ଜିଲ୍ଲାସ୍ତରୀୟ ମଇ ଦିବସ ଏବଂ ଆନ୍ତର୍ଜାତୀୟ ଶ୍ରମିକ ଦିବସ – ୨୦୨୩ କାର୍ଯ୍ୟକ୍ରମ ପାଳିତ

 Breaking News

ଗଜପତି:ଜିଲ୍ଲାସ୍ତରୀୟ ମଇ ଦିବସ ଏବଂ ଆନ୍ତର୍ଜାତୀୟ ଶ୍ରମିକ ଦିବସ – ୨୦୨୩ କାର୍ଯ୍ୟକ୍ରମ ପାଳିତ

ଗଜପତି:ଜିଲ୍ଲାସ୍ତରୀୟ ମଇ ଦିବସ ଏବଂ ଆନ୍ତର୍ଜାତୀୟ ଶ୍ରମିକ ଦିବସ – ୨୦୨୩ କାର୍ଯ୍ୟକ୍ରମ ପାଳିତ
May 01
19:13 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧/୫: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷ\’ରୁ ଜିଲ୍ଲାସ୍ତରୀୟ ମଇ ଦିବସ ଏବଂ ଆନ୍ତର୍ଜାତୀୟ ଶ୍ରମିକ ଦିବସ -୨୦୨୩ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଲୋକନାଥ ପଣ୍ଡା ସଭାପତିତ୍ବ କରି ପ୍ରତ୍ୟେକ ଶ୍ରମିକ କିଭଳି ପଞ୍ଜୀକୃତ ହୋଇ ସରକାରଙ୍କ ବିଭିନ୍ନ ଯୋଜନାର ସହାୟତା ରାଶି ପାଇ ପାରିବେ , ଏହା ହିଁ ଏହି କାର୍ଯ୍ୟକ୍ରମର ମୂଳ ଆଭିମୁଖ୍ୟ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରମିକ ମାନେ ହେଉଛନ୍ତି ରାଷ୍ଟ୍ରର ଶକ୍ତି ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶ୍ରମିକ ପଞ୍ଜୀକୃତ ହେଲେ ହିଁ ସରକାରୀ ବ୍ୟବସ୍ଥାରେ ସାମିଲ ହୋଇପାରିବେ । ତେଣୁ ଶ୍ରମିକ ପଞ୍ଜିକରଣ ପାଇଁ ଗ୍ରାମାଞ୍ଚଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଓ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଶ୍ରମିକ ମାନଙ୍କ ପଞ୍ଜିକରଣ ଓ ଶ୍ରମିକ ମାନଙ୍କ ପାଇଁ ସରକାରଙ୍କ ରହିଥିବା ବିଭିନ୍ନ ଯୋଜନା ଓ ସହାୟତା ସମ୍ପର୍କରେ କହି ରାଜ୍ୟର ସମୃଦ୍ଧି ଓ ସାମଗ୍ରିକ ବିକାଶରେ ସ୍ହ୍ରମିକ ମାନଙ୍କ ଶ୍ରମ , ନିଷ୍ଠା ଓ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇବା କହି ଶ୍ରମିକ ମାନଙ୍କ ସୁଖ , ସମୃଦ୍ଧି ଓ କଲ୍ୟାଣ କାମନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଶ୍ରୀ ଏନ: ବିର ରାଜୁ ଏବଂ ପାରଳା ବିଧାୟକ ପ୍ରତିନିଧି ଶ୍ରୀ ଆଦର୍ଶ ଦାସ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଶ୍ରମିକ ମାନଙ୍କ ଭୂମିକା ଓ କଲ୍ୟାଣ ଦିଗରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମ ଅବସରରେ ୪୪୫ ଜଣ ଶ୍ରମିକଙ୍କୁ ବିଭିନ୍ନ ଯୋଜନାର ସହାୟତା ରାଶି ଯଥା:- ମୃତ୍ୟୁ କାଳୀନ ସହାୟତା ରାଶି ସମେତ ଶବ ସତ୍କାର , ବିବାହ କାଳୀନ , ପ୍ରସବ କାଳୀନ ଓ ଶିକ୍ଷା ସହାୟତା ରାଶି ବାବଦକୁ ୧ କୋଟି ୮୪ ଲକ୍ଷ ୧୩ ହଜାର ୨୦୦ ଟଙ୍କା ଚେକ୍ ଆକାରରେ ଏବଂ ୨୬୫ ଜଣଙ୍କୁ ପଞ୍ଜିକରଣ ପରିଚୟ ପତ୍ର , ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରା ଯାଇଥିଲା ।
ଶେଷରେ ଉପସ୍ଥିତ ସମସ୍ତଙ୍କୁ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସୋମନାଥ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସୋମନାଥ ପାତ୍ର ପରିଚାଳନା କରିଥିବା ବେଳେ ନିର୍ମାଣ ଶ୍ରମିକ ବୋର୍ଡର ସଭାପତି ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା ଓ ଶ୍ରୀ ଜିତେନ୍ଦ୍ର ସଭାପତି\’ଙ୍କ ସମେତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ଓ ନିର୍ମାଣ ଶ୍ରମିକ ବୋର୍ଡର ସଦସ୍ୟ ମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031