Indus Valley Times

ଗଜପତି:ଝାଡଖଣ୍ଡ ରାଜ୍ୟରେ ଓଡ଼ିଆ ଭାଷା ବିଲୋପ ଉଦ୍ୟମକୁ ଜିଲ୍ଲା ଉତ୍କଳ ସମ୍ମିଳନୀର ପ୍ରତିବାଦ

 Breaking News

ଗଜପତି:ଝାଡଖଣ୍ଡ ରାଜ୍ୟରେ ଓଡ଼ିଆ ଭାଷା ବିଲୋପ ଉଦ୍ୟମକୁ ଜିଲ୍ଲା ଉତ୍କଳ ସମ୍ମିଳନୀର ପ୍ରତିବାଦ

ଗଜପତି:ଝାଡଖଣ୍ଡ ରାଜ୍ୟରେ ଓଡ଼ିଆ ଭାଷା ବିଲୋପ ଉଦ୍ୟମକୁ ଜିଲ୍ଲା ଉତ୍କଳ ସମ୍ମିଳନୀର ପ୍ରତିବାଦ
October 01
23:19 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ପାରଳାଖେମୁଣ୍ଡି,୧/୧୦:ଝାଡଖଣ୍ଡ ରାଜ୍ୟରେ ଓଡ଼ିଆ ଭାଷା ବିଲୋପ କରାଯାଇଥିବା ଉଦ୍ୟମକୁ ଗଜପତି ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ଘୋର ବିରୋଧ କରାଯିବା ସହ ନିନ୍ଦା ପ୍ରକଟ କରି ପ୍ରତିବାଦ କରାଯାଇଛି ।

ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ବସନ୍ତ ବିହାର ଠାରେ ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ଉତ୍କଳ ସମ୍ମିଳନୀର ସଭାପତି ଶ୍ରୀ ଗୌରଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀର ରାଜ୍ୟ ଉପସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ବର୍ତ୍ତମାନ ଝାଡଖଣ୍ଡ ରାଜ୍ୟ ସରକାର ତାଙ୍କ ରାଜ୍ୟରେ ଓଡ଼ିଆ ଭାଷାର ସମ୍ପୂର୍ଣ୍ଣ ବିଲୋପ ପାଇଁ ଆରମ୍ଭ କରିଥିବା ଉଦ୍ୟମ ସମ୍ପର୍କରେ ଆଲୋକପାତ କରିଥିଲେ। ।  ସେହି ଝାଡଖଣ୍ଡ ରାଜ୍ୟରେ ଥିବା ଖରସୁଆଁ , ସଢ଼େଇକଳା ଓ ସିଂହଭୂମି ଅଞ୍ଚଳ ମାନଙ୍କରେ ସଂଖ୍ୟାଧିକ ଓଡ଼ିଆ ଭାଷାଭାଷୀ ଲୋକେ ଥିବା ସତ୍ତ୍ୱେ ସେଠାକାର ଝାଡଖଣ୍ଡ ରାଜ୍ୟ ସରକାର ଓଡିଆ ଭାଷାକୁ ୨ୟ ଭାଷା ଭାବେ ସ୍କୁଲ ଓ କଲେଜ ମାନଙ୍କରେ ଓଡ଼ିଆ ଭାଷାର ବ୍ୟବହାରକୁ ପ୍ରତ୍ୟାହାର କରି ନେଇଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ଓଡ଼ିଆ ଭାଷାର ବିଲୋପ କରିବାର ଏକ ଅପଚେଷ୍ଟା ବୋଲି ଉତ୍କଳ ସମ୍ମିଳନୀ ଅନୁଭବ କରିଛି ।

ଉଲ୍ଲେଖ ଯୋଗ୍ୟ ଯେ , ଝାଡଖଣ୍ଡ ରାଜ୍ୟରେ ଉତ୍କଳ ସମ୍ମିଳନୀର ଦାବି ଫଳରେ ଗତ ୨୦୧୧ ମସିହା ଠାରୁ ଓଡ଼ିଆ ଭାଷାକୁ ୨ୟ ଭାଷାର ମାନ୍ୟତା ଦିଆ ଯାଇଥିଲା । କାରଣ ଭାଷାଭିତ୍ତିକ ରାଜ୍ୟ ପୁନର୍ଗଠନ ବେଳେ ସଢ଼େଇକଳା , ଖରସୁଆଁ ଓ ସିଂହଭୂମି ପ୍ରଭୃତି ଅଞ୍ଚଳ ଓଡିଶାରେ ସମ୍ମିଶ୍ରଣ ପାଇଁ ସେତେବେଳେ ତତ୍କାଳୀନ ରାଜାମାନେ ସମ୍ମତି ଦେଇଥିଲେ । ତେଣୁ ସେଠାରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ । କିନ୍ତୁ ସେହି ଓଡ଼ିଆ ଅଞ୍ଚଳକୁ ଅଭିସନ୍ଧିମୂଳକ ଭାବେ ଓଡିଶାରେ ମିଶିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଥିଲା ।

ବର୍ତ୍ତମାନ ଝାଡଖଣ୍ଡ ରାଜ୍ୟରେ ସେଠାକାର ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷାର ସମ୍ପୂର୍ଣ୍ଣ ବିଲୋପ ଉଦ୍ୟମ ଓଡ଼ିଆ ମାନଙ୍କ ପାଇଁ ବେଡି ଉପରେ କୋରଡ ମାଡ଼ ହୋଇଛି ।

ତେଣୁ  ଓଡ଼ିଆଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଓଡିଶା ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଉତ୍କଳ ସମ୍ମିଳନୀ ଦାବୀ କରିଛି ।

ଏହି ଜରୁରୀ ବୈଠକ କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉତ୍କଳ ସମ୍ମିଳନୀର ସମ୍ପାଦକ ଶ୍ରୀ ବିନୋଦ ଚନ୍ଦ୍ର ଜେନାଙ୍କ ସମେତ ସମ୍ମିଳନୀର ବରିଷ୍ଠ କର୍ମକର୍ତ୍ତା ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଶ୍ରୀ ଭାଗବତ ପାଢ଼ୀ , ଶ୍ରୀ ଜଗଦୀଶ ମହାପାତ୍ର , ଶ୍ରୀ ହରିମୋହନ ପଟନାୟକ , ଶ୍ରୀମତୀ ମୀନା କୁମାରୀ ଟହଲ ଓ ଶ୍ରୀ ଶରତ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031