Indus Valley Times

ଗଜପତି:ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ “ସଂକଳ୍ପ” ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି:ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ “ସଂକଳ୍ପ” ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

April 07
20:48 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୭/୪:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠ ସ୍ଥିତ ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲର ୧୪ ତମ ବାର୍ଷିକ ଉତ୍ସବ “ସଂକଳ୍ପ” ଗତ ୬ ତାରିଖ ସନ୍ଧ୍ୟାରେ ନିଜ ସ୍କୁଲ ପରିସରରେ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
ସ୍କୁଲର ଏଭଳି କାର୍ଯ୍ୟକ୍ରମ କୋରାନା ବାଧକ ଯୋଗୁଁ ଦୀର୍ଘ ତିନି ବର୍ଷ ଧରି ଅନୁଷ୍ଠିତ ହୋଇ ପାରି ନ ଥିବା ବେଳେ ଚଳିତ ବର୍ଷ ଏହି ବାର୍ଷିକ ଉତ୍ସବକୁ ପାରମ୍ପରିକ ଢଙ୍ଗରେ ପାଳନ କରା ଯାଇଥିବା ଯୋଗୁଁ ଏଥିପାଇଁ ସ୍କୁଲର ସମସ୍ତ ଅଭିଭାବକ , ଛାତ୍ର ଛାତ୍ରୀ ଓ ଶୁଭେଚ୍ଛୁ ମାନଙ୍କ ମଧ୍ୟରେ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସ ଦେଖିବାକୁ ମିଳିଥିଲା ।
ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିୟନ୍ ୟୁନିଭରସିଟି କୁଳପତି ଡଃ ସୁପ୍ରିୟା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଏବଂ ରେଜିଷ୍ଟ୍ରାର ଡ଼ଃ ଅନିତା ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିଭଳି , କୃଷି ବିଭାଗର ପ୍ରଶାସନିକ ଡିନ୍ ଡଃ ଏସ୍ ପି: ନନ୍ଦ , ନିର୍ଦ୍ଦେଶକ ପ୍ରଶାସକ ଡଃ ଦୁର୍ଗା ପ୍ରସାଦ ପାଢି , ଇଂରାଜୀ ବିଭାଗର ଏଚଓଡି: ଡଃ ପ୍ରଜ୍ଞା ପାଣି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବ\’ରେ ଯୋଗ ଦେଇଥିଲେ ।
ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ପାରମ୍ପରିକ ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ ସଭା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପ୍ରଥମେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯିବା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ସ୍କୁଲର ପ୍ରିନ୍ସିପାଲ୍ ଶ୍ରୀମତୀ ସୁନୀତା ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରି ଶିକ୍ଷା-ବର୍ଷରେ ଉଭୟ ଏକାଡେମିକ୍ ଏବଂ ସହ-ପାଠ୍ୟକ୍ରମର ବିଭିନ୍ନ ଉଲ୍ଲେଖନୀୟ ସଫଳତା ବିଷୟରେ କହିଥିଲେ । ଶିଶୁର ବ୍ୟକ୍ତିତ୍ୱର ସାମଗ୍ରିକ ବିକାଶକୁ ପୂରଣ କରିବା ପାଇଁ ସେ ବିଦ୍ୟାଳୟର ନିରନ୍ତର ଉଦ୍ୟମ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସ୍କୁଲର ୧୪ ଜଣ ଶିକ୍ଷକ ବିଦ୍ୟାଳୟରେ ଦୀର୍ଘ ଏବଂ ସମ୍ମାନ-ଜନକ ସେବା ପାଇଁ ଏହି ଉତ୍ସବରେ ସମ୍ମାନିତ ହୋଇଥିଲେ ।
୨୦୨୧-୨୨ ବର୍ଷର ଦଶମ ଶ୍ରେଣୀରେ ଗଜପତି ଜିଲ୍ଲାରେ ପ୍ରଥମ-ଟପ୍ପର ଭାବେ ସ୍ଥାନ ଅଧିକାର କରିଥିବା ରାହୁଲ ଗୌଡ଼ ଓ ଦ୍ୱିତୀୟ ଟପ୍ପର ତନିଶା ପାତ୍ରଙ୍କୁ ପୁରସ୍କୃତ କରା ଯାଇଥିଲା ।
ଏହି ଉତ୍ସବ ସନ୍ଧ୍ୟାରେ ଏଲକେଜି: ଏବଂ ୟୁକେଜି: ଛାତ୍ରଛାତ୍ରୀଙ୍କ ଦ୍ଵାରା ‘”ଛୋଟା ବଚ୍ଚା ଜାନକେ ହମକୋ”‘ ଗୀତ ଉପରେ ଏବଂ ଏହିବର୍ଷ ଓସ୍କାର ଆୱାର୍ଡ଼ ପାଇଥିବା ନାଚୋ ନାଚୋ ଗୀତରେ ନୃତ୍ୟ କରିଥିବା ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ତାଳେ ତାଳେ ଦର୍ଶକ ମାନେ ଝୁମିବାରେ ଲାଗିଥିଲେ ।
ସେହିପରି ନାରୀ-ଶକ୍ତି ଉପରେ ଛାତ୍ରଛାତ୍ରୀ ମାନେ ନୃତ୍ୟ କରିବା ସହ ଅଖଣ୍ଡ ଭାରତ ଉପରେ ଏକ ନାଟକ ପରିବେଷଣ କରା ଯାଇଥିଲା । ପ୍ରାୟ ୨୫ଟି ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷଣ କରା ଯାଇଥିଲା ।
ନାଚ ଗୀତର ମାହୋଲ ସାଥିରେ ବହୁ ମାତ୍ରାରେ ଦର୍ଶକ ଓ ଅଭିଭାବକ ଯୋଗ ଦେଇ ଉତ୍ସବ ସନ୍ଧ୍ୟାକୁ ଉତ୍ସବ ମୁଖରିତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ଚମତ୍କାର ପ୍ରଦର୍ଶନ ପାଇଁ ମୁଖ୍ୟ ଅତିଥି ଡଃ ସୁପ୍ରିୟା ପଟ୍ଟନାୟକ ଗଭୀର କୃତଜ୍ଞତା ଜଣାଇ ଥିଲେ ।
ସ୍କୁଲର ସୁପରିଚାଳନା ନିମନ୍ତେ ଅନୁଷ୍ଠାନର ଗୁଣ-ଗାନ କରିବା ସହ ସମସ୍ତ ବିଷୟରେ ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲ ଆଗୁଆ ରହିଥିବାରୁ ଅଭିନନ୍ଦନ ଜଣାଇ ସମସ୍ତ ବିଦ୍ୟାର୍ଥୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ।
ସେହିପରି ସମ୍ମାନିତ ଅତିଥି ତଥା ଡଃ ଅନୀତା ପାତ୍ର ମଧ୍ୟ ଛାତ୍ରଛାତ୍ରୀ ତଥା ଶିକ୍ଷକ ମାନଙ୍କ ଦ୍ୱାରା କରା ଯାଇଥିବା ଏହି ମହାନ ପ୍ରଦର୍ଶନ ତଥା କଠିନ ପରିଶ୍ରମ ପାଇଁ ଖୁସି ବ୍ୟକ୍ତ କରିଛନ୍ତି। ।
ଏହି ବାର୍ଷିକ ଉତ୍ସବରେ ସ୍କୁଲର ପ୍ରିନ୍ସିପାଲ୍ ଶ୍ରୀମତୀ ସୁନିତା ପାଣିଗ୍ରାହୀ , ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ସମ୍ବିତ ପାତ୍ର , ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରଦୀପ ପଣ୍ଡା , ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ଆମନ୍ତ୍ରିତ ଅଭିଭାବକ ତଥା ସ୍କୁଲର ସମସ୍ତ କର୍ମଚାରୀ ବୃନ୍ଦ ଏବଂ ଅନ୍ୟମାନେ ଉପସ୍ଥିତ ରହି ଉତ୍ସବରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ଜାତୀୟ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମଟିକୁ ସମାପ୍ତି କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031