Indus Valley Times

ଗଜପତି : ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢ଼ାଉ ,୨୪ କ୍ୟୁଣ୍ଟାଲ ମହୁଲ ଜବତ ଓ ୩ ଗିରଫ

 Breaking News

ଗଜପତି : ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢ଼ାଉ ,୨୪ କ୍ୟୁଣ୍ଟାଲ ମହୁଲ ଜବତ ଓ ୩ ଗିରଫ

June 06
20:54 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୬/୬ : ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ମହୁଲ ଜବତ କରାଯିବା ସହ ଏ ସଂକ୍ରାନ୍ତରେ ୩ ଜଣଙ୍କୁ ଗିରଫ କରାଯାଇଛି ।
ଏହି ମିଳିତ ଅବକାରୀ ଚଢ଼ାଉ ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହ ଏବଂ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ମିର୍ଦ୍ଦେଶ କ୍ରମେ ହୋଇଥିଲା ।
ଅବକାରୀ ବିଭାଗ ଷ୍ଟାଫ ସମେତ ସେରଙ୍ଗ ଥାନା ପୋଲିସ ଷ୍ଟାଫଙ୍କ ମିଳିତରେ ସେରଙ୍ଗ ଥାନା ଅଧିନସ୍ତ ଖଜୁରୀପଦା , ବଡ଼ପଦା ଏବଂ ସେରଙ୍ଗ ପ୍ରଭୃତି ଗ୍ରାମରେ ଚଢ଼ାଉ କରାଯାଇ ୨୪ କ୍ୟୁଣ୍ଟାଲ ମହୁଲ ଫୁଲ ଜବତ କରାଯିବା ସହ ଏ ସଂକ୍ରାନ୍ତରେ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଳାଣ କରାଯାଇଛି ।
ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଏହି ମିଳିତ ଚଢ଼ାଉ କରା ଯାଇଥିଲା ।
ଏହି ମିଳିତ ଅବକାରୀ ଚଢ଼ାଉରେ ଅବକାରୀ ନିରୀକ୍ଷକ ଶ୍ରୀ ବାଳକୃଷ୍ଣ ପରିଡା ଓ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ , ଅବକାରୀ ସହ ଉପ ନିରୀକ୍ଷକ ଶ୍ରୀ ବିଙ୍ଗରାଜ ଜାମୀ , ଶ୍ରୀ କିଶୋର ଚନ୍ଦ୍ର ରଥ , ଶ୍ରୀ କାହୁ ଚରଣ ବଡ ଦଳେଇ , ଶ୍ରୀ ମୁଜି ଶବର ଓ ଅବକାରୀ ବିଭାଗିୟ ଅନ୍ୟାନ୍ୟ ଷ୍ଟାଫ ଓ ସେରଙ୍ଗ ଥାନା ଷ୍ଟାଫ ଏହି ଚଢ଼ାଉରେ ସାମିଲ ଥିଲେ ।
ଗିରଫ ୩ ଜଣ ଅଭିଯୁକ୍ତ ହେଲେ ପ୍ରକାଶ ପାଇକ , ପାଣୁ କୁମାର ପୃଷ୍ଟି ଏବଂ ନରେନ୍ଦ୍ର ବେହେରା । ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ବିଭାଗ ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031