Indus Valley Times

ଗଜପତି: ଆକାଂକ୍ଷା ସଂଗଠନ ପକ୍ଷରୁ ବିଶ୍ବ ପଖାଳ ଦିବସ କାର୍ଯ୍ୟକ୍ରମ ପାଳିତ

 Breaking News

ଗଜପତି: ଆକାଂକ୍ଷା ସଂଗଠନ ପକ୍ଷରୁ ବିଶ୍ବ ପଖାଳ ଦିବସ କାର୍ଯ୍ୟକ୍ରମ ପାଳିତ

March 21
16:27 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୧/୩ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ପକ୍ଷରୁ ପାରାଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାଣୀପେଣ୍ଠ ଗ୍ରାମ ଠାରେ ବିଶ୍ୱ ପଖାଳ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମହିଳା ସଂଗଠନ ପକ୍ଷରୁ ରାଣୀପେଣ୍ଠ ଗ୍ରାମର ୨୫ ରୁ ଉର୍ଦ୍ଧ୍ଵ ଜଣ ଚାଷୀ ଓ ଅନ୍ୟାନ୍ୟ ମହିଳା ମାନଙ୍କୁ ନେଇ ଏହି ପାଖାଳ ଦିବସ କାର୍ଯ୍ୟକ୍ରମ ପାଳନ କରା ଯାଇଥିଲା । ସେମାନଙ୍କୁ ପଖାଳ ସହିତ ପାରମ୍ପରିକ ବ୍ୟଞ୍ଜନ ପରିବେଷଣ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ସମ୍ପାଦିକା ଶ୍ରୀମତୀ ମିନା କୁମାରୀ ଟହଲ , ଉପଦେଷ୍ଠା ଡ: କଲ୍ୟାଣୀ ମିଶ୍ର ଏବଂ ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଏହି ଉତ୍ସବ ପାଳନ କାର୍ଯ୍ୟକ୍ରମମରେ ଅତିଥି ଭାବେ ଚାଇଲଡ ଲାଇନର ଜିଲ୍ଲା ସଂଯୋଜକ ଶ୍ରୀ ନାଗେଶ୍ଵର ଚୌଧୁରୀ , ଜିଲ୍ଲା ଶିକ୍ଷା ବିଭାଗର ଅଡିଟର ଶ୍ରୀ ଈଶାନ ଚାନ୍ଦ ଓମକାର , ଜିଲ୍ଲା ଶିଶୁ କଲ୍ୟାଣ ସମିତି\’ର ବରିଷ୍ଠ ସଦସ୍ୟା ଶ୍ରୀମତୀ ଅଳକା ସାହୁ ପ୍ରମୁଖ ଯୋଗଦେଇ ପଖାଳ ଦିବସର ତାତ୍ପର୍ଯ୍ୟ ଓ ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟ ର ବିଶେଷତ୍ୱ ଉପରେ କହିଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଶ୍ରୀମତୀ ମଞ୍ଜୁଳା ଚୌଧୁରୀ , ଶ୍ରୀମତୀ ଶାକଲ୍ୟ ଵେବର୍ତ୍ତା , ଶ୍ରୀମତୀ ମମତା ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ସେହିଭଳି ଏହି ପାଖାଳ ଦିବସ ପାଳନ କାର୍ଯ୍ୟକ୍ରମ ଅବସରରେ ପଖାଳ ଖାଦ୍ୟର ବିଶେଷତ୍ୱ ଉପରେ ଏକ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରା ଯାଇଥିଲା ।
ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ସୋନାଲି ସୌମ୍ୟା ମିଶ୍ର ପ୍ରଥମ ବିଜେତା ହୋଇଥିବା ବେଳେ ଲିପସା ରାଣୀ ଓମକାର ଦ୍ଵିତୀୟ ବିଜେତା ଏବଂ ଶ୍ରୀ ରାଜ ଶେଖର ନାୟକ ତୃତୀୟ ବିଜେତା ହୋଇଥିଲେ ।
ଏହି ଉତ୍ସବ କାର୍ଯ୍ୟକ୍ରମରେ ଛୁଙ୍କଦିଆ ଦହି ପଖାଳ ସହିତ ମାଛ ଭଜା , ଚିଙ୍ଗୁଡ଼ି ଘାଣ୍ଟ , ଶାଗଭଜା , କଲରା ଭଜା , ବଡ଼ି-ଚୋରା , କାକୁଡି ସାଲାଟ, ମିଠା ଓ ଅନ୍ୟାନ୍ୟ ସ୍ୱାଦିଷ୍ଟ ଖାଦ୍ୟ ପରିବେଷଣ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମ\”ରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ପଖାଳ-କଂସା ସଂଗଠନ ପକ୍ଷରୁ ଉପହାର ସ୍ୱରୂପ ପ୍ରଦାନ କରା ଯାଇଥିଲା ।
ଉତ୍ସବ କାର୍ଯ୍ୟକ୍ରମ ଶେଷରେ ସଂଗଠନର ସଦସ୍ୟା ମମତା ପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031