Indus Valley Times

ଗଜପତି : ଆଦିବାସୀଙ୍କ ଅଧିକାର ପାଇଁ ଏକତାବଦ୍ଧ ହେବାକୁ ବିଶ୍ଵ ଆଦିବାସୀ ଦିବସରେ ଆହ୍ଵାନ

 Breaking News

ଗଜପତି : ଆଦିବାସୀଙ୍କ ଅଧିକାର ପାଇଁ ଏକତାବଦ୍ଧ ହେବାକୁ ବିଶ୍ଵ ଆଦିବାସୀ ଦିବସରେ ଆହ୍ଵାନ

August 10
19:28 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୦/୮: ବିଶ୍ଵ ଆଦିବାସୀ ଦିବସ ଅବସରରେ ଆଜି ଅଖିଳ ଭାରତ କିଶାନ୍ ମଜଦୁର ସଭା (ଏ:ଆଇ:କେ:ଏମ:ଏସ: ) ପକ୍ଷରୁ କାଶୀନଗର ବ୍ଳକ ଅନ୍ତର୍ଗତ ସୁଙ୍କୁନପେଟା ଗ୍ରାମ ଠାରେ ଆଦିବାସୀ ମାନଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି ।
ଆଦିବାସୀ ନେତା କାରୁକା ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଗୁମ୍ମା ଓ କାଶୀନଗର ବ୍ଳକର ବିଭିନ୍ନ ଗ୍ରାମରୁ ଆସିଥିବ ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ଯୋଗ ଦେଇଥିଲେ ।
ସମାବେଶ ପୂର୍ବରୁ ଏକ ଶୋଭାଯାତ୍ରାର ଆୟୋଜନ କରା ଯାଇଥିଲା । ସଂଗଠନର ଜିଲ୍ଲା ସମ୍ପାଦକ ଶ୍ରୀ କେଦାର ଶବର , ଜିଲ୍ଲା କମିଟି ସଦସ୍ୟ ଶ୍ରୀ କାରୁଗା ଶବର , ବ୍ଳକ୍ କମିଟି ସଦସ୍ୟ ଶ୍ରୀ ସୁଙ୍କା ଶବର ଓ ରଈତ କୁଲି ରଈତ ସଂଘର ନେତା ଶ୍ରୀ ରକମ୍ ଲୋକନାଥମ୍ ପ୍ରମୁଖ ଯୋଗ ଦେଇଥିଲେ ।
ମୁଖ୍ୟତଃ ଆଦିବାସୀଙ୍କ ଇତିହାସ ହେଉଛି ସଂଘର୍ଷ , ବୀରତ୍ଵ ଓ ବଳିଦାନର ଇତିହାସ ବୋଲି ଅଭିହିତ କରିବା ସହ ଜମି , ଜଙ୍ଗଲ ଉପରେ ଅଧିକାର ପାଇଁ ତଥା ନିଜର ଭାଷା ଓ ସଂସ୍କୃତିର ବିକାଶ ପାଇଁ ସଂଗ୍ରାମ କରିବାକୁ କିଷାନ ମଜଦୂର ସଭା ସଂଗଠନର ଯୋଗ ଦେଇଥିବା ବକ୍ତାମାନେ ଉପରୋକ୍ତ ଆହ୍ବାନ ଦେଇଥିଲେ ।
ସେହିଭଳି , ଦେଶର ଜଙ୍ଗଲ ଉପରେ ନିର୍ଭରଶୀଳ ଦଶ କୋଟି ଆଦିବାସୀଙ୍କ ସମେତ ପ୍ରାୟ ୪୦ କୋଟି ଗରିବ ଲୋକଙ୍କୁ ଜଙ୍ଗଲ ଉପରେ ଅଧିକାର ଦେବାକୁ ଯେଉଁ ଜଙ୍ଗଲ ଅଧିକାର ଆଇନ ୨୦୦୬ ତିଆରି ହୋଇଥିଲା , ତାକୁ କେନ୍ଦ୍ରର ମୋଦି ସରକାର ଦେଶୀ ଓ ବିଦେଶୀ ବଡ କମ୍ପାନୀ\’ଙ୍କ ସ୍ଵାର୍ଥରେ ଦୁର୍ବଳ ଓ ଅକାମୀ କରିବାକୁ ଷଡଯନ୍ତ୍ର କରୁଥିବା ପ୍ରସଙ୍ଗ ଉପରେ ବକ୍ତାମାନେ ଅଭିଯୋଗ କରିଥିଲେ । ଏମିତି କି , ନିକଟରେ ସରକାର ଜଙ୍ଗଲ ସଂରକ୍ଷଣ ଆଇନ- ୧୯୮୦ର ନିୟମାବଳୀରେ ଯେଉଁ ସଂଶୋଧନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି , ତାହା ଆଦିବାସୀ ମାନଙ୍କ ଜଙ୍ଗଲ ଅଧିକାର ଓ ଗ୍ରାମସଭାର ଅଧିକାରକୁ ଦୁର୍ବଳ କରିବା ସହ ଲକ୍ଷ ଲକ୍ଷ ହେକ୍ଟର ଜଙ୍ଗଲ ଜମିକୁ କର୍ପୋରେଟଙ୍କ ହାତକୁ ଟେକିଦେବାକୁ ଯାଉଛି ବୋଲି କହିଥିଲେ । ରାଜ୍ୟର ଏକ ଚତୁର୍ଥାଂଶ ଜନତା ଆଦିବାସୀ ହୋଇଥିଲା ବେଳେ ସେମାନଙ୍କ ପ୍ରତି ସରକାରଙ୍କ ଅବହେଳା ଓ ସମ୍ଵେଦନହୀନତା ଲାଗି ସେମାନଙ୍କ ଭାଷା, ଲିପି, ସାହିତ୍ୟ ଓ ସଂସ୍କୃତି ପ୍ରଭୃତିର ବିକାଶ ହୋଇ ପାରୁନାହିଁ ବୋଲି ବକ୍ତା ମାନଙ୍କ ପକ୍ଷରୁ ଦୃଢ଼ ଅଭିଯୋଗ କରାଯାଇଥିଲା । ଶେଷରେ ଆଦିବାସୀମାନେ ନିଜର ଅଧିକାର ଉପରେ ହେଉଥିବା ଆକ୍ରମଣ ବିରୋଧରେ ସଂଗ୍ରାମ କରିବାକୁ ତଥା ଧର୍ମ ନାମରେ ଭାଗଭାଗ ନ ହୋଇ ଏକତାବଦ୍ଧ ରହିବାକୁ ଆହ୍ବାନ ଦିଆ ଯାଇଥିଲା ।
ଶେଷରେ , ଉପସ୍ଥିତ ଓ ଯୋଗ ଦେଇଥିବା ସମସ୍ତଙ୍କୁ ସଂଗଠନର ବ୍ଳକ୍ କମିଟି ସମ୍ପାଦକ ସମ୍ଭାରୁ ଶବର ଧନ୍ୟବାଦ ପ୍ରଦାନ କରିବା ପରେ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031