Indus Valley Times

ଗଜପତି: ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ସମ୍ମିଳନୀ ପକ୍ଷରୁ ପାରମ୍ପରିକ ନାଚ ଓ ଗୀତ ସହ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ସମ୍ମିଳନୀ ପକ୍ଷରୁ ପାରମ୍ପରିକ ନାଚ ଓ ଗୀତ ସହ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

August 10
10:29 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୦/୮: ଗଜପତି ଜିଲ୍ଲା ଗୁମ୍ମା ସ୍ଥିତ ହାଟପଦା ପରିସରରେ ମଙ୍ଗଳବାର “ବିଶ୍ୱ ଆଦିବାସୀ ଦିବସ” କାର୍ଯ୍ୟକ୍ରମ ବିଶ୍ୱ ଆଦିବାସୀ ଦିବସ ପାଳନ କମିଟି ପକ୍ଷରୁ ପାଳିତ ହୋଇଯାଇଛି ।
ଏହି ଅବସରରେ ଆଦିବାସୀ ମାନଙ୍କ ପକ୍ଷରୁ ପାରମ୍ପରିକ ନାଚ ଓ ଗୀତ ସହ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠିତ ଆଦିବାସୀ ସମ୍ମିଳନୀ କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକ୍ ଅଧ୍ୟକ୍ଷା ତଥା ପାଳନ କମିଟିର ଶ୍ରୀମତୀ ସୁନେମି ମଣ୍ଡଳ ଓ ରାୟଗଡା ଜିଲ୍ଲା କଲ୍ୟାଣପୁର ବ୍ଲକ ବିଡ଼ିଓ ଶ୍ରୀ ସୁଧାକର ରଇତ ଅତିଥି ଭାବେ ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବାର୍ତ୍ତା ଦେଇ କହିଥିଲେ ଯେ , ଆଦିବାସୀ ମାନଙ୍କ ସାମର୍ଥ୍ୟ , ନମନିୟତା , ଆତ୍ମାଭିମାନ , ଶାନ୍ତି ଓ ଆଡମ୍ବର ଜୀବନଶୈଳୀକୁ ସ୍ଵୀକୃତି ଓ ସମ୍ମାନ ଦେବା ସହିତ ଏହାର ନିୟନ୍ତ୍ରଣ ତଥା ସୁରକ୍ଷାର ବିକାଶ ଓ ଏହାର ପ୍ରୟୋଗକୁ ସୁନିଶ୍ଚିତ କରିବା ଦିଗରେ ସଚେତନ ଆଣିବା ଏହି ଦିବସ ପାଳନର ଉଦ୍ଦେଶ୍ୟ ବୋଲି କହିଥିଲେ ।
ଲୁପ୍ତପ୍ରାୟ ଆଦିବାସୀ ମାନଙ୍କ ପାରମ୍ପରିକ ଜ୍ଞାନ କୌଶଳକୁ ପୁନରୁଦ୍ଧାର କରି ସୁରକ୍ଷିତ ଓ ସୃଜନଶୀଳ କିଭଳି ହୋଇ ପାରିବ ଏବଂ ନିଜର ସାଂସ୍କୃତିକ ଐତିହ୍ୟ , ପାରମ୍ପରିକ ଜ୍ଞାନ ଓ ସାଂସ୍କୃତିକ ପ୍ରଦର୍ଶନ ସହ ବୌଦ୍ଧିକ ସମ୍ପତ୍ତିକୁ ବଜାୟ ରଖିବା , ଚିହ୍ନଟ କରି ଏହାର ନିୟନ୍ତ୍ରଣ ତଥା ସୁରକ୍ଷା ବିକାଶ ଓ ଏହାର ପ୍ରୟୋଗକୁ ସୁନିଶ୍ଚିତ କରିବା ପ୍ରଭୃତି କୁ ଆଦିବାସୀମାନଙ୍କ ମଧ୍ୟରେ ସଚେତନ କରାଇବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ହାଇଟେକ୍ ମେଡିକାଲର ମେନେଜୀଙ୍ଗ ଡାଇରେକ୍ଟର ଶ୍ରୀ ସୁରେଶ ପାଣିଗ୍ରାହୀ , ପ୍ରଫେସର ଶ୍ରୀ ମାରୁତ୍ ପାଲ , ଗୁମ୍ମାବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ଏସ ଶ୍ରୀନିବାସ ରାଓ ଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବାଲାରାଜୁ , ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ନାଗରମପଲ୍ଲୀ ବିରରାଜୁ , କାଶୀନଗର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମ୍ମା ଏବଂ ଗଜପତି ରାଓ ପ୍ରମୁଖ ମଞ୍ଚାଷୀନ ଅତିଥି ଭାବେ ଯୋଗଦେଇ ଭାଷା ଓ ସଂସ୍କୃତି ହେଉଛି ଆଦିବାସୀ ମାନଙ୍କ ନିଜସ୍ଵ ପରିଚୟ , ଯେଉଁ ଜାତିର ଭାଷା ଓ ସଂସ୍କୃତି ଯେତେ ସ୍ୱଚ୍ଛ , ପରିମାର୍ଜିତ୍ ଓ ସମୃଦ୍ଧି , ସେ ଜାତି ସେତେ ଉନ୍ନତ-ସମୃଦ୍ଧ ବୋଲି କହିଥିଲେ ।
ଅନ୍ୟପକ୍ଷରେ ଆଦିବାସୀ ମାନଙ୍କ ମଧ୍ୟରେ କିଭଳି ଶାନ୍ତିର ଭାଇଚାରା ଓ ଭାତୃତ୍ବ ଭାବକୁ ସ୍ଥାପନ କରାଯାଇ ପାରିବ , ସେ ଦିଗରେ ଦୃଷ୍ଟି ଦେଇ ଆଦିବାସୀ ମାନଙ୍କ ସଂସ୍କୃତି ମାଧ୍ୟମରେ ସମ୍ଭବ ହୋଇପାରିବ ବୋଲି କହିଥିଲେ ।
ଏହି ଅବସରରେ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଆଦିବାସୀ ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନାଚ କରିବା ସହ ବିଶିଷ୍ଟ ଆଦିବାସୀ ସଙ୍ଗୀତ ଗାୟକ ଶ୍ରୀ ଷ୍ଟିଫେନ ରଇତ ଯୋଗଦେଇ ଆଦିବାସୀ ଗୀତ ପରିବେଷଣ କରିଥିଲେ ।
କାର୍ଯ୍ୟକ୍ରମ ଅବସରରେ ଉଲ୍ଲେଖନୀୟ ସେବାକାର୍ଯ୍ୟ କରି ଆସୁଥିବା ଆଦିବାସୀ ଲୋକ ପ୍ରତିନିଧି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରା ଯାଇଥିଲା। ।
ଏହି କାର୍ଯ୍ୟକ୍ରମରେ ପ୍ରାୟ ଦୁଇ ହଜାର ଆଦିବାସୀ ମହିଳା ଓ ପୁରୁଷ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମ ମାନଙ୍କରେ ସାମିଲ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031