Indus Valley Times

ଗଜପତି: ଉତ୍କଳ ହିତୈଷିଣୀ ସମାଜ ପକ୍ଷରୁ ୮୮ ତମ “ଓଡ଼ିଶା ଦିବସ” ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ

 Breaking News

ଗଜପତି: ଉତ୍କଳ ହିତୈଷିଣୀ ସମାଜ ପକ୍ଷରୁ ୮୮ ତମ “ଓଡ଼ିଶା ଦିବସ” ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ

ଗଜପତି: ଉତ୍କଳ ହିତୈଷିଣୀ ସମାଜ ପକ୍ଷରୁ ୮୮ ତମ “ଓଡ଼ିଶା ଦିବସ” ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ
April 02
10:30 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨/୪: ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଆଜି ୮୮ ତମ “ଓଡ଼ିଶା ଦିବସ-୨୦୨୩ ଉତ୍କଳ ହିତୈଷିଣୀ ସମାଜ ଓ ଗଜପତି ଜିଲ୍ଲା ସ୍ଵାମୀ ବିବେକାନନ୍ଦ ଲୋକ ସଂସଦର ମିଳିତ ଆନୁକୁଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି ।
ଏହି ଅବସରରେ ଉତ୍କଳ ହିତୈଷିଣି ସମାଜ , ଜିଲ୍ଲା ଉତ୍କଳ ସମ୍ମିଳନୀ ଓ ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ କର୍ମକର୍ତ୍ତା ମାନେ ବଜାର ଛକ ସ୍ଥିତ ନବ ଉତ୍କଳର ନିର୍ମାତା ତଥା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହି ଅବସରରେ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ସମାଜର ସଭାପତି ଶ୍ରୀ ଭାରତ ଭୂଷଣ ମହାନ୍ତିଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ତଥା ସାହିତ୍ୟିକ ଶ୍ରୀ ଆଲୋକ କୁମାର ପ୍ରଧାନ ଯୋଗ ଦେଇ ଭାଷା ଭିତ୍ତିକ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ନବ ଉତ୍କଳର ନିର୍ମାତା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଅବଦାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସେହିଭଳି , ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଐତିହାସିକ ତଥା ସାହିତ୍ୟିକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନର ଇତିହାସ ଉପରେ ଉପାଦେୟ ତଥ୍ୟ ସବୁ ପ୍ରଦାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ସ୍ଵାମୀ ବିବେକାନନ୍ଦ ଲୋକ ସଂସଦର ସମ୍ପାଦିକା ଶ୍ରୀମତୀ ସସ୍ମିତା ଦାସ ଏବଂ ଉତ୍କଳ ହିତୈଷିଣୀ ସମାଜର ସଂପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଓଡ଼ିଆ ଭାଷା ପ୍ରୀତି ଓ ତାଙ୍କର ସ୍ୱାଭିମାନ ଉପରେ ବିସ୍ତୃତ ଆଲୋଚନା କରି ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ଏହାର ବହୁଳ ବ୍ୟବହାର ଉଇପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ।
ଏଥି ସମେତ ଦର୍ଶକ ଗ୍ୟାଲେରୀରୁ ଅଧ୍ୟାପିକା ଭବାନୀ ଦାସ , ଅଧ୍ୟିବକ୍ତା ଶ୍ରୀମତୀ ଇତିଶ୍ରୀ ମହାପାତ୍ର , ଶ୍ରୀ ବସନ୍ତ ପଣ୍ଡା , ଶ୍ରୀ ଗୌରହରି ପଟ୍ଟନାୟକ , ଶ୍ରୀ ଜଗଦୀଶ ମହାପାତ୍ର ପ୍ରମୁଖ ଉପାନ୍ତ ପାରଳାଖେମୁଣ୍ଡି ସହର ଓ ଆଖପାଖ ଅଞ୍ଚଳରେ ଓଡ଼ିଆ ଭାଷାର ସ୍ଥିତି କିଭଳି ତାହା ମତବ୍ୟକ୍ତ କରିଥିଲେ ।
ଶ୍ରୀ ଭାଗବତ ପାଢ଼ୀ ଅତିଥି ଆବାହନ ଓ ଆଶାଲତା ପାଣିଗ୍ରାହୀ ସ୍ଵାଗତ ସମ୍ଭାଷଣ ଦେଇଥିବା ବେଳେ ଲୋକ ସଂସଦର କଳା ଓ ସଂସ୍କୃତି ବିଭାଗ ସମ୍ପାଦିକା ଶ୍ରୀମତୀ ଅରୂପାଞ୍ଜଳି ମହାନ୍ତି ସଭା କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ ଏବଂ ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି ଅବସରରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।
ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ରର ନୃତ୍ୟଶିଳ୍ପୀ ମାନେ ଗୁରୁ ଡି: ପ୍ରୀୟଙ୍କାଙ୍କ ନିର୍ଦ୍ଦେଶନାରେ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ବିଷ୍ଣୁ ପଣ୍ଡା , କଳାଶ୍ରୀ ମୁରଲୀ ଧର ପରିଚ୍ଛା , ଶ୍ରୀ ତ୍ରିପତି ପ୍ରସାଦ ପଣ୍ଡା ଏବଂ ଶ୍ରୀ ଶରତ ସାହୁ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031