Indus Valley Times

ଗଜପତି: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା’ଙ୍କ ଦ୍ଵାରା ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ଇକୋ ଟୁରିଜୀମ କଟେଜ (ଇକୋ ରିସୋର୍ଟ) ଉଦଘାଟିତ

 Breaking News

ଗଜପତି: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା’ଙ୍କ ଦ୍ଵାରା ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ଇକୋ ଟୁରିଜୀମ କଟେଜ (ଇକୋ ରିସୋର୍ଟ) ଉଦଘାଟିତ

ଗଜପତି: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା’ଙ୍କ ଦ୍ଵାରା ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ଇକୋ ଟୁରିଜୀମ କଟେଜ (ଇକୋ ରିସୋର୍ଟ) ଉଦଘାଟିତ
November 18
22:16 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୮/୧୧୧: ଓଡ଼ିଶା ରାଜ୍ୟ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ , ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ କଇଁପୂର ନିକଟସ୍ତ ପୁରାଣ ପ୍ରସିଦ୍ଧ ଶୈବ ପୀଠ ମହେନ୍ଦ୍ରଗିରି ଠାରେ ନବ ନିର୍ମିତ \”ଇକୋ ଟୁରିଜିମ କଟେଜ\”ର ତଥା ଇକୋ ରିସୋର୍ଟ ର ଉଦଘାଟନ କରିଛନ୍ତି ।
ଊପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମହେନ୍ଦ୍ରଗିରି\’ର ପାଦଦେଶରେ ଥିବା କଇଁପୁର ଠାରେ ନିର୍ମିତ ଅସ୍ଥାୟୀ ହେଲିପେଡ ରେ ଓହ୍ଲାଇ ସେଠାରୁ କାର ଯୋଗେ ଯାଇ ମହେନ୍ଦ୍ରଗିରି ଶିଖରରେ ପହଞ୍ଚିବା ପରେ ସେଠାରେ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗ ସମେତ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗ୍ରୁପ ଦ୍ଵାରା ଭବ୍ୟ ସମ୍ଭର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।
ପରେ ସେ ସେଠାରେ ପର‌୍ୟ୍ୟଟକ ମାନଙ୍କ ବିଶେଷ ସୁବିଧା ପାଇଁ \”ଇକୋ ଟୁରିଜୀମ କଟେଜ\”ର ଶୁଭ ଉଦଘାଟନ କରିଥିଲେ ।
ସେଠାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଟୁରିଯିମ କଟେଜ ବୁଲି ଦେଖିବା ସହ ସେଠାରୁ ମହେନ୍ଦ୍ରଗିରି ଶିଖରରେ ଥିବା ସମସ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟର ଦୃଶ୍ୟ ଦେଖିଥିଲେ ।
ପରେ ସେଠାରେ ଭାରତ ସରକାରଙ୍କ ପକ୍ଷରୁ ଏହି ମହେନ୍ଦ୍ରଗିରି ରାମାୟଣ ସର୍କିଟ କରିଡର\’ରେ ସ୍ଥାନିତ ହୋଇଥିବା ଯୋଗୁଁ ମହେନ୍ଦ୍ରଗିରି\’ର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରସ୍ତୁତ ହୋଇଥିବା ଡିପିଆର: ମାନଚିତ୍ର ଦେଖି ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ଓ ପରିବେଶ ବିଭାଗ ସହିତ ଆଲୋଚନା କରି ତାର ସମୀକ୍ଷା କରିଥିଲେ ।
ଏହି ଅବସରରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ତାଙ୍କ ଗ୍ରସ୍ତ ସମ୍ପର୍କରେ ଅଧିକ ସୂଚନା ଦେଇ କହିଥିଲେ ଯେ , ମହେନ୍ଦ୍ରଗିରି ଏଭଳି ଏକ ସୁନ୍ଦର ଓ ଭଲ ଜାଗା , ଯେଉଁଠି କି ଭଗବାନ ପର୍ଶୁରାମ , ଭଗବାନ ଶ୍ରୀରାମ ଏବଂ ହରିହର , ଏମାନଙ୍କ ଭବ୍ୟ ଉପସ୍ଥିତିକୁ ଆସୁଥିବା ପର୍ଯ୍ୟଟକ ମାନେ ଅନୁଭବ କରିପାରିବେ ।
ସେଭଳି ଏକ ଜାଗାରେ ଆମେ ଡିପିଆଇ: ପ୍ରସ୍ତୁତ କରିଛୁ ଏବଂ ଏହା ଅନୁମୋଦନ ହେବା ପରେ ପର‌୍ୟ୍ୟଟନ ବିଭାଗ ତରଫରୁ ପର୍ଯ୍ୟଟନ ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ସମନ୍ଵୟରେ ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ତାଙ୍କର ଯେଉଁ ସ୍ବପ୍ନ ରହିଛି ଯେ , ମହେନ୍ଦ୍ରଗିରିରେ ପର୍ଶୁରାମ ମନ୍ଦିର ସମେତ ତାର ସର୍ବାଙ୍ଗୀନ ବିକାଶ ହେବ ।
ଅନ୍ୟପକ୍ଷରେ ଶିକ୍ଷା ଓ ସ୍ଵାସ୍ଥ୍ୟ ସବୁ ଉପରେ ସରକାରଙ୍କ ଯେଉଁ ଏଜେଣ୍ଡା ରହିଛି , ସେଥିରେ ସରକାର , ଗଜପତି ଜିଲ୍ଲା ଏକ ସୀମାନ୍ତ ଜିଲ୍ଲା , ତେଣୁ ସୀମାନ୍ତ ଜିଲ୍ଲାକୁ ଆମେ ଫୋକଶ ତଥା ଗୁରୁତ୍ଵ ଦେଉଛୁ, ସେହି ହିସାବରେ ଗଜପତି ଜିଲ୍ଲାର କୃଷକ , ଯୁବକ ଓ ଆଦିବାସୀଙ୍କ ସମେତ ସମସ୍ତଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ସରକାର କାମ କରୁଛନ୍ତି ବୋଲି କହିଥିଲେ ।
ମହେନ୍ଦ୍ରଗିରି ଏକ ପୁରାଣ ପ୍ରସିଦ୍ଧ ଶୈବପୀଠ । ଏଠାରେ ତିନିଗୋଟି ସପ୍ତମ ଶତାବ୍ଦୀ ସମୟର ପ୍ରାଚୀନ ମନ୍ଦିର ଯୁଧିଷ୍ଟିର , ଭୀମ ଏବଂ କୁନ୍ତୀ ମନ୍ଦିର ସମେତ ଭଗବାନ ପର୍ଶୁରାମ ଙ୍କ ବିଗ୍ରହ , ଅର୍ଜୁନ ଗୁମ୍ଫା , ଦାରୁବ୍ରହ୍ମ ଓ ଅସଂଖ୍ୟ ଅକ୍ଷତ ଅବସ୍ଥାରେ ଶିବଲିଙ୍ଗ ପଡ଼ିରହିଛି ।
ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଶୋଭା ବୃଦ୍ଧି ପାଉଥିବା ସହ ଏଠାରେ ଗୋଟିଏ ଦିନରେ ୬ ଋତୁ ଅନୁଭବ ହୋଇଥାଏ । ଏଠାକାର ଅରଣ୍ୟ ଶୋଭା ଭାରି ମନଲୋଭା ଏବଂ ଶତାଧିକ ଔଷଧୀୟ ବୃକ୍ଷ ଲତା ରହିଛି ଏବଂ ଏଠାକାର ସୂର‌୍ୟ୍ୟୋଦୟ ଦର୍ଶନ ଅତ୍ୟନ୍ତ ରମଣୀୟ ।
ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଏଠାରେ ଇକୋ ଟୁରିଯିମ୍ ବ୍ୟବସ୍ଥା ଆଜିଠାରୁ ଆରମ୍ଭ କରାଯାଇଛି । ଏହି ଇକୋ ଟୁରୀଜୀମ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ବେଶ ଆକୃଷ୍ଟ କରିବାରେ କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ଏହା ଏଠାକୁ ଆସୁଥିବା ପର‌୍ୟ୍ୟଟକ ମାନଙ୍କ ସଂଖ୍ୟା ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଥାଏ । ଯାହାକି ବର୍ଷ ତମାମ ଏଠାକୁ ଦେଶ ବିଦେଶରୁ ବହୁ ପର‌୍ୟ୍ୟଟକ ମାନେ ଆସିଥାନ୍ତି ।
ଉପ-ମୁଖ୍ୟମନ୍ତ୍ରି ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଏହି ଗ୍ରସ୍ତ ସମୟରେ ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ , ବାଣିଜ୍ୟ ଓ ପରିବହନ , ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ସମେତ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୂପେଶ ପାଣିଗ୍ରାହୀ , ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତା , ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଭି: କିର୍ତ୍ତିଭାସନ୍ , ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନିି ମାଝୀ , ଡିଏଫ୍ଓ: ଶ୍ରୀ କେ: ନାଗରାଜୁ ଏବଂ ରାୟଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ସୁରକ୍ଷା ଦିଗରେ ଅତିରିକ୍ତ ଏସପି: ଶ୍ରୀ ସୁନିଲ କାନ୍ତ ମହାନ୍ତି ଏବଂ ଡିଏସପି: ଶ୍ରୀ ମାଧବା ନନ୍ଦ ନାୟକ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ନେତୃତ୍ୱରେ ବ୍ୟାପକ ଭାବେ ବିଭିନ୍ନ ସ୍ଥାନରେ ପୋଲିସ ବାହିନୀ ମୃତୟନ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930