ଗଜପତି: ଏନସିସି ନାଭାଲ କମାଣ୍ଡିଂ ଅଫିସରଙ୍କ ପାରଳାଖେମୁଣ୍ଡି ଗସ୍ତ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୧୨: ବ୍ରହ୍ମପୁର ସ୍ଥିତ ୱାନ-ଓଡ଼ିଶା ନାଭାଲ ୱିଙ୍ଗ ଏନସିସିର କମାଣ୍ଡିଂ ଅଫିସର୍ ଶ୍ରୀ କିଶୋର ଚନ୍ଦ୍ର ରାଉତ ଓ ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ସୁକାନ୍ତ କୁମାର ନାୟକ ଏକ ଦିନିକିଆ ପାରଳାଖେମୁଣ୍ଡି ଗସ୍ତରେ ଆସି ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ପହଞ୍ଚିଥିଲେ ।
ବିଦ୍ୟାଳୟର ଏନସିସି: ନାଭାଲ ଓ ଆର୍ମୀ କ୍ୟାଡେଟ ମାନେ ଶ୍ରୀ ରାଉତଙ୍କୁ ଫୁଲତୋଡ଼ା ଦେଇ ଉତ୍ସର୍ସିତ୍ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ପାଛୋଟି ନେଇଥିଲେ । ଶ୍ରୀ ରାଉତ , ବିଦ୍ୟାଳୟ ପରିସରରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଡି: ଶ୍ରୀରାମ ମୂର୍ତ୍ତିଙ୍କ ସହ ଏନସିସି:ର ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ ।
ପରେ ଏନସିସି: କ୍ୟାଡେଟ ମାନଙ୍କୁ ଶ୍ରୀ ରାଉତ ସମ୍ବୋଧିତ କରିବା ଅବସରରେ ଛାତ୍ରମାନଙ୍କୁ ଏକତା ଓ ଶୃଙ୍ଖଳାର ସହ କାର୍ଯ୍ୟ କରିବା ସହ ଦେଶ ମାତୃକାର ସେବା କରିବା ପାଇଁ ବ୍ରତୀ ହେବା ପାଇଁ ଆହ୍ଵାନ ଦେଇଥିଲେ । ତତ୍ ସହିତ ଡ଼ିସେମ୍ବର ୧୬ ବିଜୟ ଦିବସର ବାର୍ତ୍ତା ସମସ୍ତଙ୍କ ପାଖେ ପହଞ୍ଚାଇ ଥିଲେ ।
ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପୁରାତନ ଛାତ୍ର ( ଆଲୁମ୍ନି) ମାନେ ଶ୍ରୀ ରାଉତଙ୍କୁ ସାକ୍ଷାତ କରିବା ଅବସରରେ ଆଦିବାସୀ ବହୁଳ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନୂତନ ଭାବେ ଏନସିସି ଖୋଲିବା ନିମନ୍ତେ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଶ୍ରୀ ହରିହର ଦାଶ , ଏନସିସି: ଅଧିକାରୀ ଶ୍ରୀ ସୋମନାଥ ଦାଶ , ଶ୍ରୀ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।