Indus Valley Times

ଗଜପତି ଏସ୍‌.କେ.ସି.ଜି ସ୍ଵୟଂଶାସିତ କଲେଜରେ ଷ୍ଟାର୍ଟ-ଅପ ଓଡ଼ିଶା ଯାତ୍ରା-୨:୦ ଅଭିଯାନ ରଥର ସଚେତନତା କାର୍ଯ୍ୟକ୍ରମ

 Breaking News

ଗଜପତି ଏସ୍‌.କେ.ସି.ଜି ସ୍ଵୟଂଶାସିତ କଲେଜରେ ଷ୍ଟାର୍ଟ-ଅପ ଓଡ଼ିଶା ଯାତ୍ରା-୨:୦ ଅଭିଯାନ ରଥର ସଚେତନତା କାର୍ଯ୍ୟକ୍ରମ

September 07
18:23 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୭/୯: ଯୁବକ ଯୁବତୀ ତଥା କଲେଜ ଛାତ୍ରଛାତ୍ରୀ ମାନଙ୍କ ନୂତନ ଅଭିନବ ଚିନ୍ତାଧାରାକୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟାର୍ଟ-ଅପ ଓଡ଼ିଶା ଦ୍ଵାରା ଷ୍ଟାର୍ଟ-ଅପ ଓଡ଼ିଶା ଯାତ୍ରା- ୨:୦ ଆରମ୍ଭ କରାଯାଇଛି । ଏହା ରାଜ୍ୟ ସରକାରଙ୍କ ଏକ ଫ୍ଲାଗସିପ କାର୍ଯ୍ୟକ୍ରମ ଏବଂ ଏହା ଗତ ୨୬/୮/୨୦୨୨ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା ।
ଏହି ପରିପ୍ରେକ୍ଷୀରେ , ମଙ୍ଗଳବାର ଦିନ ପାରଳାଖେମୁଣ୍ଡି ସ୍ଥିତ ଏସ:କେ:ସି:ଜି: ଅଟୋନୋମସ୍ କଲେଜ ପରିସରରେ ପହଞ୍ଚି ଥିଲା ଏହି ଷ୍ଟାର୍ଟ-ଅପ ଓଡ଼ିଶା-୨:୦ ଅଭିଯାନ ସଚେତନତା ରଥ । ଏହି ରଥ ପହଞ୍ଚିବା ପରେ ସଂପୃକ୍ତ କଲେଜ ଅଧ୍ୟାପକ ଓ ଛାତ୍ରଛାତ୍ରୀ ମାନଙ୍କ ସମେତ ଗଜପତି ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଭବ୍ୟ ସ୍ଵାଗତ କରା ଯାଇଥିଲା ।
ଷ୍ଟାର୍ଟ-ଅପ ଓଡ଼ିଶା ପକ୍ଷରୁ କିଟ୍ ବିଶ୍ଵବିଦ୍ୟାଳୟର କିଟ୍-ଡ଼ିବିଆଇ ଏକ୍ଜିକୁଟିଭ ଡିଜାଇନ୍ ଓ କେମ୍ପେନର ଶ୍ରୀ ଧୃତି ସୁନ୍ଦର ଦାସ ଏବଂ ବିଆରଟିସି- ପ୍ରୋଗ୍ରାମ ଏସୋସିଏଟ ଶ୍ରୀ ଅନିର୍ବାଣ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନେ ଏହି ଷ୍ଟାର୍ଟ-ଅପ ଓଡ଼ିଶାରେ ନିଜର ଯେ କୌଣସି ସେକ୍ତରରେ ଯଦି କୌଣସି ପ୍ରକାର ସମସ୍ୟା ରହିଥିବା ଦେଖୁଛନ୍ତି , ତେବେ ତାର ସମାଧାନ ପାଇଁ କଣ କରା ଯାଇପାରିବ , ସେ ସମ୍ପର୍କରେ ନିଜର ସୁଚିନ୍ତିତ ନୂତନ ଯୋଜନା ଓ ଭାବନାକୁ ଏଠାରେ ପରିପ୍ରକାଶ କରିବାକୁ କହିଥିଲେ । ଅନ୍ୟପକ୍ଷରେ ମହିଳା ମାନଙ୍କୁ ସଶକ୍ତିକରଣ କରାଇବା କ୍ଷେତ୍ରରେ ଏହା କିଭଳି ଏକ ନୂତନ ସୁଯୋଗ ସୃଷ୍ଟି କରିବାର ରହିଛି , ତାହା କହିଥିଲେ ।
ଏହି ଅବସରରେ ସଂପୃକ୍ତ ମହାବିଦ୍ୟାଳୟର ଭାରପ୍ରାପ୍ର ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ଭୂୟାଁ ଉପସ୍ଥିତ ରହି ପାଠପଢା ସରିବା ପରେ ଆମେ ପରିବାର ଉପରେ ବୋଝ ନ ହୋଇ ନିଜକୁ କିଭଳି ଆତ୍ମନିର୍ଭରଶୀଳ କରିବା , ସେଥିପାଇଁ ଏହି ଷ୍ଟାର୍ଟ-ଅପ ଓଡ଼ିଶା ଯୋଜନା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଛି ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ସଚେତନ କରାଇ ଥିଲେ ।
ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶ୍ରୀ ସୁମନ୍ତ କୁମାର ବେହେରା , ନିଜେ ଆତ୍ମନିର୍ଭରଶିଳ ହେବା ସହ ଅନ୍ୟପାଇଁ ନିଜେ କିଭଳି ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇ ପାରିବେ , ସେ ସମ୍ପର୍କରେ କହିଥିଲେ ।
ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ସୁନାରାମ ସିଂହ ଏବଂ ଜିଲ୍ଲା ଶିଳ୍ପ ପର୍ଯ୍ୟବେକ୍ଷକ ମନୋଜ କୁମାର ମହାପାତ୍ର ଯୋଗଦେଇ ଷ୍ଟାର୍ଟ-ଅପ ଓଡ଼ିଶାର ଉଦ୍ଦେଶ୍ୟ ଜ୍ଞାପନ କରି ଛାତ୍ରଛାତ୍ରୀ ମାନେ ଆତ୍ମ ନିର୍ଭରଶିଳତା କ୍ଷେତ୍ରରେ କିଭଳି ଉପକୃତ ହେବେ , ସେ ସମ୍ପର୍କରେ କହିଥିଲେ ।
ଏହି ଷ୍ଟାର୍ଟ-ଅପ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଯୋଗଦେଇ ନିଜର ନୂତନ ଅଭିନବ ଚିନ୍ତାଧାରା , ଯୋଜନା ଓ ଭାବନାକୁ ଏଠାରେ ସେୟାର କରିଥିଲେ । ଏହି ସେୟାର କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଷ୍ଟାର୍ଟ-ଅପ ଓଡ଼ିଶା ପକ୍ଷରୁ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ଶ୍ରୀ ସିଂହ ଏବଂ ଜିଲ୍ଲା ଶିଳ୍ପ ପ ବେକ୍ଷକ ଶ୍ରୀ ମହାପାତ୍ର ଦ୍ଵାରା କେପ ଓ ଟି-ସାର୍ଟ ବଣ୍ଟନ କରା ଯାଇଥିଲା ।
ଏହି ଅବସରରେ କାର୍ଯ୍ୟକ୍ରମରେ ନିଜର ନୂତନ ଅଭିନବ ଚିନ୍ତାଧାରା , ଯୋଜନା ଓ ଭାବନା ସେୟାର କରିଥିବା ଛାତ୍ରଛାତ୍ରୀ ସୁମିତ ପଣ୍ଡା , ବିରଞ୍ଚି ରଥ , କେ: ଇଶ୍ୱରୀ, ଏବଂ ଏସ: ଗୁଣଲକ୍ଷ୍ମି ପ୍ରମୁଖ କହିଛନ୍ତି ଯେ , ଏହା ଏକ ଭଲ କାର୍ଯ୍ୟକ୍ରମ ।ବିଭିନ୍ନ ସମସ୍ୟା କ୍ଷେତରେ ସମାଧାନ ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ନୂତନ ଚିନ୍ତାଧାରାକୁ ସେୟାର କରିବା ଏକ ଭଲ ପ୍ଲାଟଫର୍ମ ବୋଲି କହିଥିଲେ ।
ସେହିଭଳି ଷ୍ଟାର୍ଟଅପ ଓଡ଼ିଶା ପକ୍ଷରୁ ଆସିଥିବା ଏକଜିକୁଟିଭ ଡିଜାଇନ୍ ଓ କେମ୍ପେନାର ଶ୍ରୀ ଧୃତୀ ସୁନ୍ଦର ଦାସ କହିଛନ୍ତି ଯେ , ଛାତ୍ରଛାତ୍ରୀ ମାନଙ୍କୁ ଏହି ଷ୍ଟାର୍ଟ-ଅପ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ପ୍ରମୋଟ ଓ ଉତ୍ସାହିତ କରିବା ଏବଂ ସେମାନେ ଆଗକୁ ଆସି ସେମାନଙ୍କ ନୂତନ ଚିନ୍ତାଧାରାକୁ ସେୟାର କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କହିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031