Indus Valley Times

ଗଜପତି: ଓଡ଼ିଶାରେ ପ୍ରଥମ କିନ୍ନର ମାନଙ୍କ ଜୀବନ ଜୀବିକା ପାଇଁ ହେଣ୍ଡିକ୍ରାଫ୍ଟ ଉପରେ ୬ ମାସିଆ ଦକ୍ଷତା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ

 Breaking News

ଗଜପତି: ଓଡ଼ିଶାରେ ପ୍ରଥମ କିନ୍ନର ମାନଙ୍କ ଜୀବନ ଜୀବିକା ପାଇଁ ହେଣ୍ଡିକ୍ରାଫ୍ଟ ଉପରେ ୬ ମାସିଆ ଦକ୍ଷତା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ

September 07
19:45 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଣି,୭/୯: ଓଡ଼ିଶାରେ ପ୍ରଥମ କରି ବୁଧବାର ଦିନ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପାରଳାର କିନ୍ନର ମାନଙ୍କୁ ସେମାନଙ୍କ ଭବିଷ୍ୟତ ଜୀବନ ଜୀବିକାର ବିକାଶ ଉଦ୍ଦେଶ୍ୟରେ ହେଣ୍ଡିକ୍ରାଫ୍ଟ୍ ଉପରେ ୬ ମାଶିଆ ଦକ୍ଷତା କୌଶଳ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି ।
ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା କିନ୍ନର ମାନଙ୍କ ଗହଣରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଏହିଭଳି କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଥମ , ଯେଉଁଥିରେ ଗଜପତି ଜିଲ୍ଲାର କିନ୍ନର ମାନଙ୍କୁ ମନୋନୀତ କରାଯାଇଛି ବୋଲି କହିଥିଲେ ଏବଂ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ୬ ମାସ ପର୍ଯ୍ୟନ୍ତ ଚାଲିବ ବୋଲି କହିଥିଲେ ।
ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ପରିସରରେ ରାଜ୍ୟ ଆର୍ଟ ଏଣ୍ଡ କ୍ରାଫ୍ଟ ବିକାଶ ସଂସ୍ଥାର ହେଣ୍ଡଲୁମ୍ , ଟେକସ ଟ୍ୟାକ୍ସଟାଇଲ୍ ଓ ହେଣ୍ଡିକ୍ରାଫ୍ଟ ବିଭାଗ ଏବଂ ଗଜପତି ଜିଲ୍ଲା ହେଣ୍ଡିକ୍ରାଫ୍ଟ ବିଭାଗର ମିଳିତରେ ଏବଂ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କିନ୍ନର ମାନଙ୍କୁ ମୁଖ୍ୟତଃ ପଟ୍ଟଚିତ୍ର , ଟେରାକୋଟା , ଚାନ୍ଦୁଆ ଓ କତା କାମ ଗୁଡ଼ାକ ଉପରେ ପ୍ରଶିକ୍ଷଣ ଦିଆଯିବ ।
ଏଥିରେ ପ୍ରଥମ ପର୍ଯ୍ୟାୟରେ ପାରଳାଖେମୁଣ୍ଡିର ୧୦ ଜଣ କିନ୍ନରଙ୍କୁ ଟେରାକୋଟା ଉପରେ ପ୍ରଶିକ୍ଷଣ ଦିଆଯିବା ବ୍ୟବସ୍ଥା ଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୩୦ ଜଣ କିନ୍ନରଙ୍କୁ ଚାନ୍ଦୁଆ , ପଟ୍ଟଚିତ୍ର ଏବଂ କତା କାମ ଉପରେ ପ୍ରଶିକ୍ଷଣ ଦିଆଯିବା ବ୍ୟବସ୍ଥା ରହିଛି ଏବଂ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ପ୍ରଶିକ୍ଷକ ମାନଙ୍କୁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଜଣାଯାଇଛି ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ କିନ୍ନର ମାନଙ୍କୁ ଏ ଦିଗରେ ଜୀବନ ଜୀବିକା ନିର୍ବାହ ପାଇଁ ଆତ୍ମ ନିର୍ଭରଶୀଳ ହେବା ପାଇଁ ଋଣ ରାଶି ଓ ପ୍ରୋତ୍ସାହନ ରାଶି , ସାମାଜିକ ସୁରକ୍ଷା ଏବଂ ଶସକ୍ତିକରଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବା ଉଚିତ୍ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେ
ଅନ୍ୟପକ୍ଷରେ , ପ୍ରଶିକ୍ଷଣ ପରେ କିନ୍ନର ମାନଙ୍କ ପ୍ରସ୍ତୁତ ସାମଗ୍ରୀ ସବୁକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଲ୍ଲୀଶ୍ରୀ ମେଳା ସମେତ ଓର୍ମାସ ଓ ଆଇଟିଡିଏ: ମାଧ୍ୟମ ଉପଯୋଗ କରାଯାଇ ବିକ୍ରିବଟାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ।
ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ସବୁ ବିକାଶ ମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି ସେଥିରେ ସମସ୍ତ କିନ୍ନର ସାମିଲ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସୁନ୍ଦର ଜୀବନ ଯାପନ କରିବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ ଶ୍ରୀ ପଣ୍ଡା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ହେଣ୍ଡିକ୍ରାଫ୍ଟ ବିଭାଗର ଭାରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ ତଥା ଡିଡବ୍ଲ୍ୟୁଓ ଶ୍ରୀ ସନ୍ତୋଷ କୁମାର ରଥ ସଭାପତିତ୍ଵ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପବିତ୍ର କୁମାର ଦାସ ଏବଂ ରାଜ୍ୟ ହେଣ୍ଡଲୁମ୍ ଓ ଟେକ୍ସ୍ ଟାଇଲ ବିଭାଗର ରାଜ୍ୟ ସଂଯୋଜକ ଶ୍ରୀ ବିଶ୍ୱଜିତ୍ ପାତ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେଉଥିବା ୧୦ ଜଣ କିନ୍ନର ମାନଙ୍କ ସମେତ ଅନ୍ୟାନ୍ୟ କିନ୍ନର ମାନେ ଉପସ୍ଥିତ ଥିଲେ ଏବଂ ସରକାର ଓ ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକ୍ରମ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ହସ୍ତ୍ ଶିଳ୍ପ ବିଭାଗ ଅଧିକାରୀ ଶ୍ରୀ ସୁଶାନ୍ତ ବରଦା ଓ ଶ୍ରୀ ଡିସକୋ ନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031