Indus Valley Times

ଗଜପତି: ଓଡ଼ିଶା ଦକ୍ଷତା ସମ୍ମିଳନୀରେ ଯୋଗ ଦେବା ପାଇଁ ଗଲେ ଗଜପତି ଜିଲ୍ଲାରୁ ୫୦ ଜଣ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ଓ ଅଧିକାରୀ

 Breaking News

ଗଜପତି: ଓଡ଼ିଶା ଦକ୍ଷତା ସମ୍ମିଳନୀରେ ଯୋଗ ଦେବା ପାଇଁ ଗଲେ ଗଜପତି ଜିଲ୍ଲାରୁ ୫୦ ଜଣ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ଓ ଅଧିକାରୀ

ଗଜପତି: ଓଡ଼ିଶା ଦକ୍ଷତା ସମ୍ମିଳନୀରେ ଯୋଗ ଦେବା ପାଇଁ ଗଲେ ଗଜପତି ଜିଲ୍ଲାରୁ ୫୦ ଜଣ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ଓ ଅଧିକାରୀ
April 19
19:46 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୯/୪:ଓଡ଼ିଶା ଦକ୍ଷତା ସମ୍ମିଳନୀ ଆସନ୍ତା କାଲି ଅର୍ଥାତ୍ ତା: ୨୦ ରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ ।
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ଏକ ସ୍ଵତନ୍ତ୍ର ବସ ଯୋଗେ ୫୦ ଜଣ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଓଡ଼ିଶା ଦକ୍ଷତା ସମ୍ମିଳନୀରେ ଯୋଗ ଦେବାକୁ ଆଜି ପୂର୍ବାହ୍ନରେ ଯାଇଛନ୍ତି ।
ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ବସ ଯାତ୍ରାର ଶୁଭାରମ୍ଭ କରିଥିଲେ ।
ଜିଲ୍ଲାର ୫୦ ଜଣଙ୍କ ମଧ୍ୟରୁ ୩୦ ଜଣ ଆଇଟିଆଇ: , ପଲିଟେକ୍ନିକ୍ ଓ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ମାନେ ରହିଛନ୍ତି । ସେଥି ମଧ୍ୟରେ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ୧୦ ଜଣ ଜିଲ୍ଲା ସ୍ତରୀୟ ଅଧିକାରୀ ମଧ୍ୟ ସେମାନଙ୍କ ସହିତ ଯୋଗ ଦେବାକୁ ଯାଇଛନ୍ତି ।
ଏହି ଅବସରରେ ପିଏ: ଆଇଟିଡିଏ: ଶ୍ରୀ ଫାଲଗୁନୀ ମାଝୀ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ , ଜିଲ୍ଲା ନିୟୋଜନ ବିଭାଗୀୟ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୁତି ରଞ୍ଜନ ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀଙ୍କ ସମେତ ଦକ୍ଷତା ବିକାଶ ପ୍ରାଧିକରଣ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930