Indus Valley Times

ଗଜପତି: ଓଡିଶା ପରିବେଶ ସମିତି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଓଡିଶା ପରିବେଶ ସମିତି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

November 24
20:37 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୪/୧୧: ଓଡ଼ିଶା ପରିବେଶ ସମିତି ଅନୁକୁଲ୍ୟରେ ଆଜି ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ର୍ଯ୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହରର ରିଜର୍ଭ ପୋଲିସ କାର୍ଯଳୟ , ସଂସ୍କୃତ ମହାବିଦ୍ୟାଳୟ , ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଉପରୋକ୍ତ ପ୍ରତିଷ୍ଠାନ ପରିସର ମଧ୍ୟରେ ମୁଖ୍ୟତଃ ଅର୍ଜୁନ , ଅଁଳା , କରଞ୍ଜ ,ପଣସ , ନିମ ଇତ୍ୟାଦି ୪୦୦ଟି ଚାରାରୋପଣ କରା ଯାଇଅଛି ।
ପାରଳାଖେମୁଣ୍ଡି ପରିସର ମଧ୍ୟରେ ଓଡିଶା ପରିବେଶ ସମିତି ତରଫରୁ ୧୨୦୦ ଚାରା ରୋପଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ବୃକ୍ଷ ରୋପଣ ଉତ୍ସବରେ ଯୋଗଦାନ କରିଥିବା ପୋଲିସ ରିଜର୍ଭ ଇନ୍ସପେକ୍ଟର ଶ୍ରୀ ଡମ୍ବରୁ ଧର ହନଗା ଓ ସରଜେଣ୍ଟ ଶ୍ରୀ ଲକ୍ଷ୍ମୀ ରଞ୍ଜନ ମଲ୍ଲିକ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ଯୋଗଦେଇ ବୃକ୍ଷ ରୋପଣ ଅଭିଯାନକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ସମାଜ ସେବି ଶ୍ରୀ ମନୋଜ କୁମାର ଦାସ ଯୋଗଦେଇ ବୃକ୍ଷ ରୋପଣ ର ପ୍ରାଧାନ୍ୟତା ଓ ମାହାତ୍ମ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଉପସ୍ଥିତ ପୋଲିସ କର୍ମଚାରୀ ମାନଙ୍କୁ ବୁଝାଇଥିଲେ ।
ଓଡିଶା ପରିବେଶ ସମିତିର ମୂଳ ଲକ୍ଷ୍ୟ ହେଉଛି ସାରା ଓଡ଼ିଶାରେ ସବୁଜ ବଳୟ ସୃଷ୍ଟି କରି ପ୍ରାକୃତିକ ବିପର୍ଯ୍ୟରୁ ରକ୍ଷା କରିବା । ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନର ଅନିୟମିତତା , ଜୈବ-ବିବିଧତା ସଙ୍କୁଚିତ ପରିବେଶ ପ୍ରଦୂଷଣ\”କୁ ନିୟନ୍ତ୍ରଣ କରିବାରେ ପ୍ରାକୃତିକ ଜଙ୍ଗଲର ବିକାଶ ଅପରିହାର୍ଯ୍ୟ ।
ପରିବେଶ ଆଧାରିତ ପୋଷ୍ଟର ଧରି ପୋଲିସ କର୍ମଚାରୀ ମାନେ ପରିସର ମଧ୍ୟରେ ଏକ ଶୋଭାଯାତ୍ରାର ଆୟୋଜନ କରିଥିଲେ ।
ଓଡିଶା ପରିବେଶ ସମିତିର ଆଜୀବନ ସଦସ୍ୟ ଶ୍ରୀ ଏ. ଜଗନ୍ନାଥ ରାଜୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ଓଡିଶା ପରିବେଶ ସମିତି ର ଆଜୀବନ ସଦସ୍ୟ ଶ୍ରୀ ସୁକାନ୍ତ ପଟ୍ଟନାୟକ ସହଯୋଗ କରିଥିଲେ ୧

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930