Indus Valley Times

ଗଜପତି: ଓଡିଶା ପରିବେଶ ସମିତି ପକ୍ଷରୁ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଓଡିଶା ପରିବେଶ ସମିତି ପକ୍ଷରୁ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଓଡିଶା ପରିବେଶ ସମିତି ପକ୍ଷରୁ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
December 13
12:07 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୩/୧୨: ଓଡିଶା ପରିବେଶ ସମିତି ଆନୁକୁଲ୍ୟରେ ଏବଂ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଆଞ୍ଚଳିକ ଶାଖା ରାୟଗଡାଙ୍କ ପୃଷ୍ଠ ପୋଷକତା ମାଧ୍ୟମରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଚାରା , ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଚାରା ରୋପଣ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ କୁରଲୁଣ୍ଡାଗୁଡ଼ା , ତୋଟାବାଡ଼ , ରାମନଗର , ସୀତାନଗର , ପାରସମ୍ଭା , ବୁରୁଡ଼ା ପ୍ରଭୃତି ଆଦିବାସୀ ବହୁଳ ଗ୍ରାମାଞ୍ଚଳରେ ବିଭିନ୍ନ ପ୍ରଜାତିର ଯଥା:- ପଣସ , ଆମ୍ବ , ପିଜୁଳି ଇତ୍ୟାଦି ୪୫୦ଟି ଫଳନ୍ତି ଚାରା-ରୋପଣ କରାଯିବା ସହ ଆଦିବାସୀ ଲୋକଙ୍କୁ ବଣ୍ଟନ କରା ଯାଇଥିଲା ।
ବୃକ୍ଷ ରୋପଣ ଉତ୍ସବ କାର୍ଯ୍ୟକ୍ରମ ରେ ଜିଲ୍ଲା ସହକାରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବେହେରା ଏବଂ କୁରଲୁଣ୍ଡା ଗୁଡ଼ା ଗ୍ରାମର ୱାର୍ଡ ମେମ୍ବର ଶ୍ରୀମତୀ ପାର୍ବତୀ ଶବର ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ଓଡିଶା ପରିବେଶ ସମିତି\’ର ମୂଳ ଲକ୍ଷ୍ୟ ହେଉଛି , ସାରା ଓଡ଼ିଶାରେ ସବୁଜ ବଳୟ ସୃଷ୍ଟି କରି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ବୋଲି ସମିତି ପକ୍ଷରୁ କାର୍ଯ୍ୟକ୍ରମ ଅବସରରେ କୁହା ଯାଇଥିଲା ।
ଜିଲ୍ଲା ସହକାରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବେହେରା , ତାଙ୍କ ଅଭିଭାଷଣରେ ଗଛର ଉପକାରିତା ଓ ଆବଶ୍ୟକତା ସହ ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନର ଅନିୟମିତା , ଜୈବ-ବିବିଧତା ସଙ୍କୁଚନ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ପ୍ରାକୃତିକ ଜଙ୍ଗଲ ର ବିକାଶ ଅପରିହାର୍ଯ୍ୟ ବୋଲି ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ।
ଓଡିଶା ପରିବେଶ ସମିତିର ଆଜୀବନ ସଦସ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁ ଏହି କାର୍ଯ୍ୟକ୍ରମର ଆୟୋଜନ କରି ଥିବା ବେଳେ ଓଡିଶା ପରିବେଶ ସମିତିର ଆଜୀବନ ସଦସ୍ୟ ଶ୍ରୀ ସୁକାନ୍ତ ପଟ୍ଟନାୟକ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।
ଶ୍ରୀ ହୃଷିକେଶ ପଣ୍ଡାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031