Indus Valley Times

ଗଜପତି: ଓଡିଶା ରାଜ୍ୟ ଵିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ଜରୁରୀକାଳୀନ ବୈଠକ ଅନୁଷ୍ଠିତ

 Breaking News

ଗଜପତି: ଓଡିଶା ରାଜ୍ୟ ଵିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ଜରୁରୀକାଳୀନ ବୈଠକ ଅନୁଷ୍ଠିତ

May 26
18:57 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୬/୫: ପାରଳାଖେମୁଣ୍ଡି ସ୍ଥିତ ଆରଏମସିର ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜ୍ୟ ଵିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ , ଭୁବନେଶ୍ବର-୧୨ – ପାରଳାଖେମୁଣ୍ଡି ଡିଭିଜନ ଶାଖା ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟ ସଂଘର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସଂଘର ସାଧାରଣ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ତ୍ରିପାଠୀ କାର୍ଯ୍ୟକ୍ରମରେ ମଞ୍ଚାସୀନ ରହି ଶ୍ରମିକ ସମସ୍ୟା ସହିତ ଆଉଟ ସୋର୍ସ କର୍ମଚାରୀଙ୍କୁ ବିଦ୍ୟୁତ କ୍ଷେତ୍ରରେ ସ୍ଥାୟୀ ନିଯୁକ୍ତି ବିଷୟ ଉପରେ ଆଲୋଚନା କରିଥିଲେ।
ବିଶେଷ କରି ସମ୍ପୃକ୍ତ କର୍ମଚାରି ମାନେ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ୍ଵ ଦିନ ଧରି ବିଦ୍ୟୁତ ଭଳି ବିପଦ ପୂର୍ଣ୍ଣ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନଙ୍କର ଦରମା ଠିକଣା ଭାବରେ ନିର୍ଦ୍ଧିଷ୍ଟ ତାରିଖରେ ପ୍ରଦାନ ନ କରିବା ସହ ଇ.ପି.ଇ.ଏସ୍.ଆଇ ଦରମା ସ୍ଲିପ ଇତ୍ୟାଦି ପ୍ରଦାନ ନ କରିବା ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରିଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଛି ।
ଆଗାମୀ ଦିନରେ ଆଉଟ ସୋର୍ସ କର୍ମଚାରୀଙ୍କୁ ଠିକଣା ମାର୍ଗ ନିର୍ଦ୍ଦେଶ ନ କଲେ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମ କର୍ମଚାରୀ ସଂଘ ସାରା ରାଜ୍ୟକୁ ଅନ୍ଧକାର କରିବା ପାଇଁ ଆଜିର ଏହି ସଭାରେ ନିଷ୍ପତି ଗ୍ରହଣ କରିଥିଲା ।
ସେହିପରି ୨୦୧୫ ରୁ ପଡି ରହିଥିବା ଆନମୋଲି ଓ ମଜୁରୀ ନିର୍ଧାରଣକୁ ଓ ପି ଟି ସି ଏଲ ମ୍ୟାନେଜମେଣ୍ଟ ତରଫରୁ ସମାଧାନ ନ କରାଯାଏ ତେବେ ଆସନ୍ତା ୮ ତାରିଖରେ ବିନା ନୋଟିସରେ ଏନ:ରଜି ସେକେଣ୍ଡରୀଙ୍କ ଦ୍ଵାରସ୍ତ ହେବ ବୋଲି ଆଜିର ସଭାରେ ନିଷ୍ପତି ଗ୍ରହଣ କରା ଯାଇଥିଲା ।
ଉକ୍ତ ସଭାରେ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ଦୀନବନ୍ଧୁ ମହାନ୍ତି , ଉପ ସଭାପତି ଶ୍ରୀ ପ୍ରଫୁଲ ପଟ୍ଟନାୟକ , ଯୁଗ୍ମ ସମ୍ପାଦକ ଶ୍ରୀ ସୂର୍ଯ୍ୟ ନାରାୟଣ ପ୍ରମୁଖମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ବିଦ୍ୟୁତ କର୍ମସଚାରି ମାନଙ୍କ ବିଭିନ୍ନ ସମସ୍ୟା ଓ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଉପେକ୍ଷା କରାଯାଉଛି , ସେ ସମ୍ପର୍କରେ ଆଲୋଚନା ଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ପାରାଳାଖେମୁଣ୍ଡି ଡିଭିଜନର ସମ୍ପାଦକ ଶ୍ରୀ ସୁକାନ୍ତ କୁମାର ପଣ୍ଡା ପରିଚାଲନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031