Indus Valley Times

ଗଜପତି : କଟକ – ଗୁଣୁପୁର ମେମୋ ପାସେଞ୍ଜର ଟ୍ରେନର ରେଳ ଭଡା ସଂଶୋଧନ ପାଇଁ ଦାବୀ

 Breaking News

ଗଜପତି : କଟକ – ଗୁଣୁପୁର ମେମୋ ପାସେଞ୍ଜର ଟ୍ରେନର ରେଳ ଭଡା ସଂଶୋଧନ ପାଇଁ ଦାବୀ

August 09
19:40 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୯/୮: କଟକ- ଗୁଣୁପୁର ମେମୋ ପାସେଞ୍ଜର ଟ୍ରେନ ଗତ ତା: ୭/୮/୨୦୨୨ ରିଖ ଠାରୁ ମେମୋ ଏକ୍ସପ୍ରେସ ବଦଳରେ ମେମୋ ପାସେଞ୍ଜର ଟ୍ରେନ ଭାବେ ଚଳାଚଳ କରିବା ଆରମ୍ଭ କରିଥିଲା ।
ଯାହାକି , ଏହି ମେମୋ ଟ୍ରେନ ପୂର୍ବରୁ ଏହା ପାଲାସା–ଭୁବନେଶ୍ୱର ପାସେଞ୍ଜର ଟ୍ରେନ ଭାବେ ଚଳାଚଳ କରୁଥିଲା ଏବଂ ପରବର୍ତ୍ତୀ ସମୟରେ ବିଭିନନ୍ନ ସଂଗଠନ ପକ୍ଷରୁ ଦୃଢ଼ ଦାବୀ ହେବା ଫଳରେ ଏହି ମେମୋ ଟ୍ରେନକୁ ପଲାସାରୁ କଟକ ପର୍ଯ୍ୟନ୍ତ ଚଳାଚଳ କରୁଥିଲା ।
ବର୍ତ୍ତମାନ ଏହି ମେମୋ ପାସେଞ୍ଜର ଟ୍ରେନଟି ଗତ ତା: ୨୦/୭/୨୦୨୨ ରିଖରୁ ପଲାସାରୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇ ଚଳାଚଳ ଆରମ୍ଭ ହୋଇଥିଲା ।
ଏହି ମର୍ମରେ ଗୁଣୁପୁର–ପାରଳାଖେମୁଣ୍ଡି ପ୍ରଭୃତି ରେଳ ଷ୍ଟେସନ ଗୁଡ଼ିକ ଯାହାକି , ବିଶାଖାପାଟଣା ରେଳ ଡିଭିଜନ ଅଧୀନରେ ରହିଛି , ଏହି ସଂପୃକ୍ତ ମେମୋ ଟ୍ରେନ ଯୋଗେ ଯିବା–ଆସିବା କରୁଥିବା ଯାତ୍ରୀ ମାନଙ୍କ ଠାରୁ ପାସେଞ୍ଜର ଭଡା ଟଙ୍କା ଆଦାୟ କରୁଥିବା ବେଳେ କଟକ ଓ ଭୁବନେଶ୍ବର ରେଳ ଷ୍ଟେସନ ଯାହାକି ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅଧୀନରେ ରହିଛି ।
ଏହି ରେଳ ଷ୍ଟେସନ ଗୁଡ଼ିକର ଟିକେଟ କାଉଣ୍ଟରରେ ଏହି ମେମୋ ଟ୍ରେନ ଯୋଗେ କଟକ – ଭୁବନେଶ୍ୱରରୁ ପଲସା ,ପାରଳାଖେମୁଣ୍ଡି ଓ ଗୁଣୁପୁର ପ୍ରଭୃତି ଗନ୍ତବ୍ୟ ସ୍ଥାନକୁ ଆସିବା ବେଳେ ଯାତ୍ରୀ ମାନଙ୍କ ଠାରୁ ଏକ୍ସପ୍ରେସ ଭଡା ଟଙ୍କା ପ୍ରାୟ ୨ ଗୁଣା ଅଯଥା ଭାବରେ ଆଦାୟ କରାଯାଉଛି ।
ସମାନ ଟ୍ରେନକୁ ସମାନ ଭଡା ଟଙ୍କା ଆଦାୟ ନ୍ୟାୟରେ ପୂର୍ବତଟ ରେଳ ବିଭାଗର ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅଯଥା ଭାବେ ଅଧିକ ଭଡା ଟଙ୍କା ଆଦାୟ କରୁଛନ୍ତି । ଏହା କେତେ ଯୁକ୍ତିଯୁକ୍ତ ବୋଲି ସଂପୃକ୍ତ ଡିଭିଜନ ପ୍ରତି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଏହାକୁ ନେଇ ବିଭିନ୍ନ ମହଲରେ ଅତ୍ୟନ୍ତ କ୍ଷୋଭ ପ୍ରକାଶ ପାଇବାରେ ଲାଗିଛି ।
ତେଣୁ ପୂର୍ବତଟ ରେଳ ବିଭାଗର ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ସମସ୍ତ ରେଳ ଷ୍ଟେସନ ମାନଙ୍କୁ ଉପଯୁକ୍ତ ନିର୍ଦ୍ଦେଶ-ନାମା ପ୍ରଦାନ କରି ଏହି ମେମୋ ପାସେଞ୍ଜର ଟ୍ରେନ ଯୋଗେ ଯାତାୟାତ କରୁଥିବା ଯାତ୍ରୀ ମାନଙ୍କ ଠାରୁ ଉପଯୁକ୍ତ ଭଡା ଟଙ୍କା ନେବା ପାଇଁ ବିଭିନ୍ନ ସଙ୍ଗଠନ ମାନଙ୍କ ପକ୍ଷରୁ ଦୃଢ଼ ଦାବୀ କରାଯାଇଛି ।
ଅନ୍ୟପକ୍ଷରେ ଟ୍ରେନ ବଗି-ଗୁଡ଼ିକ ମଧ୍ୟରେ ଯାତ୍ରୀମାନଙ୍କ ଜାଣିବା ପାଇଁ ନାମାଙ୍କିତ ସୂଚନା ତଥା ଡିସ-ପ୍ଲେ ବୋର୍ଡ ଗୁଡ଼ିକ କେବଳ ଭୁବନେଶ୍ୱର ଠାରୁ ପଲାସା ଏବଂ ପଲାସା ଠାରୁ ଭୁବନେଶ୍ଵର ପର୍ଯ୍ୟନ୍ତ ହିଁ କାର୍ଯ୍ୟକ୍ଷମ ହେଉଛି କିନ୍ତୁ ତା ପରବର୍ତ୍ତୀ ଷ୍ଟେସନ ମାନଙ୍କ ପାଇଁ ଠପ ହୋଇପଡୁଛି ।
ଏହି ମେମୋ ଟ୍ରେନ କଟକ ଠାରୁ ଗୁଣୁପୁର ପର୍ଯ୍ୟନ୍ତ ଯାତାୟାତ କରୁଛି । ତେବେ ଗୁଣୁପୁର ଠାରୁ ପଲାସା ଏବଂ ଭୁବନେଶ୍ଵର ଠାରୁ କଟକ ଯିବା ମଧ୍ୟରେ ଏହା ଡିସ-ପ୍ଲେ ମେସିନ ଆଉ କାମ କରୁନି , ଯାହା ଫଳରେ ଯାତ୍ରୀମାନେ ପରବର୍ତ୍ତୀ ଷ୍ଟେସନ ସମ୍ପର୍କରେ ଆଗୁଆ ଉପଯୁକ୍ତ ସୂଚନା ପାଇ ପାରୁନାହାଁନ୍ତି ।
ତୁରନ୍ତ କଟକ ଠାରୁ ଭୁବନେଶ୍ଵର ଓ ପଲାସା ଠାରୁ ଗୁଣୁପୁର ମଧ୍ୟରେ ସଂପୃକ୍ତ ଟ୍ରେନରେ ଡିସ-ପ୍ଲେ ବୋର୍ଡ କାର୍ଯ୍ୟକ୍ଷମ ବ୍ୟବସ୍ଥା କରିବା ପାଇଁ ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବୀ କରାଯାଇଛି। ।
ଯେହେତୁ , ଏହି କଟକ-ଗୁଣୁପୁର ମେମୋ ଟ୍ରେନ ଟି ପଲାସା ଠାରୁ ଗୁଣୁପୁର ଏବଂ ଗୁଣୁପୁର ଠାରୁ ପଲାସା ବିଳମ୍ବିତ ରାତିରେ ଚଳାଚଳ କରୁଛି । ସେହି ସମୟ ମଧ୍ୟରେ ଯାତ୍ରୀ ମାନଙ୍କ ନିର୍ଭୟ ସୁରକ୍ଷିତ ଯାତାୟାତ ଦୃଷ୍ଟିରୁ ଏହି ଟ୍ରେନରେ ରେଳ ସୁରକ୍ଷା ବଳ (ଆରପିଏଫ – ଷ୍ଟାଫ) ପଲାସା ଠାରୁ ଗୁଣୁପୁର ପର୍ଯ୍ୟନ୍ତ ମୃତୟନ କରାଗଲେ ଯାତ୍ରୀମାନେ ବହୁ ସଂଖ୍ୟାରେ ନିର୍ଭୟରେ ଏବଂ ଅଧିକ ସଂଖ୍ୟାରେ ଯାତାୟତ କରି ପାରନ୍ତେ ଏବଂ ରେଳ ବିଭାଗ ମଧ୍ୟ ଆର୍ଥିକ ଦୃଷ୍ଟିରୁ ଅଧିକ ରାଜସ୍ବ ତଥା ଟିକଟ ବାବଦୀୟ ଟଙ୍କା ଆଦାୟ ହୋଇପାରିବ ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930