Indus Valley Times

ଗଜପତି : କଲେକ୍ଟୋରେଟ ଭିତରେ ସୁଭଦ୍ରା ଶକ୍ତି କାଫେ କ୍ୟାଣ୍ଟିନ ଉଦଘାଟିତ

 Breaking News

ଗଜପତି : କଲେକ୍ଟୋରେଟ ଭିତରେ ସୁଭଦ୍ରା ଶକ୍ତି କାଫେ କ୍ୟାଣ୍ଟିନ ଉଦଘାଟିତ

July 23
21:37 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୩/୭ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା କଲେକ୍ଟୋରେଟ ଭିତରେ ଆଜି ମିଶନ ଶକ୍ତି ବିଭାଗ ଅନ୍ତର୍ଗତ ଗୋଷାଣୀ ବ୍ଲକ୍ ଜଙ୍ଗଲାପାଡୁ ଗ୍ରାମର ମା ମଙ୍ଗଳା ଶକ୍ତି ମହିଳା ସ୍ୱୟଂ ସହାୟକ ଗ୍ରୁପ୍ ପକ୍ଷରୁ “ସୁଭଦ୍ରା ଶକ୍ତି କାଫେ” କ୍ୟାଣ୍ଟିନ ଶୁଭାରମ୍ଭର ଉଦଘାଟିତ ହୋଇଯାଇଛି ।
ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରିବନ୍ କାଟି ଉଦଘାଟନ କରିଥିଲେ ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଦାସ କହିଛନ୍ତି ଯେ , ଏହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରତ୍ୟେକ ଦିନ ବାହାର ବ୍ଲକାଞ୍ଚଳରୁ ବହୁ ସଂଖ୍ୟାରେ ବିଭିନ୍ନ ସ୍ତରର ଲୋକେ ବିଭିନ୍ନ କାମ ପାଇଁ ଏଠାକୁ ଆସିଥାନ୍ତି ।
ଏଥି ସମେତ ନେତ୍ରୁ ସ୍ଥାନୀୟ ବ୍ୟକ୍ତି ଓ ଏଠାକାର ଷ୍ଟାଫ ମାନେ ମଧ୍ୟ ଏହି କ୍ୟାଣ୍ଟିନର ସୁଯୋଗ ନେଇ ପାରିବେ ।
ଅତ୍ୟନ୍ତ ସୁଲଭ ମୂଲ୍ୟରେ ସକାଳ ଚା ଜଳଖିଆ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ(ଆମିଷ ଓ ନିରାମିଷ) , ସନ୍ଧ୍ୟା ଚା ବିସ୍କୁଟ ସହ ରାତ୍ରୀରେ ପାର୍ଶଲ୍ ପର୍ଯ୍ୟନ୍ତ ବିଭିନ୍ନ ଭେରାଇଟି ସ୍ଵାଦିଷ୍ଟ ଟେଷ୍ଟ ଭରା ଆଇଟମ ଏଠାରେ ମିଳିବ । ବହୁତ୍ ଲୋକ ପ୍ରତ୍ୟେକ ଦିନ ଏଠାକୁ ଆସୁଥିବା ଯୋଗୁଁ ସେମାନଙ୍କ ଭଲ ଦୁଇ ପଇସା ରୋଜଗାର ହେବ ବୋଲି ଆଶା ରଖି ସେମାନଙ୍କ ମଙ୍ଗଳ କାମନା କରୁଛି , ଅନ୍ୟପକ୍ଷରେ ଏହା ସେମାନଙ୍କୁ ସ୍ୱାବଲମ୍ବୀ ହେବା ଦିଗରେ ବେଶ୍ ସହାୟକ ହେବ ବୋଲି କହିଥିଲେ ।
ସେହିଭଳି ଏହି ଅବସରରେ ଏସଏଚଜି: ଗ୍ରୁପର ସଭାନେତ୍ରୀ ଶ୍ରୀମତୀ ସସ୍ମିତା ପାତ୍ର କହିଛନ୍ତି ଯେ , ଏଠାରେ ଆମ ମହିଳା ଏସଏଚଜି: ଗୃପକୁ \”ସୁଭଦ୍ରା ଶକ୍ତି କାଫେ\” କ୍ୟାଣ୍ଟିନ ଖୋଲିବା ପାଇଁ ସୁଯୋଗ ମିଳିଥିବା ଯୋଗୁଁ ଆମେ ବିଶେଷ ଆନନ୍ଦିତ। ଏହି କାର୍ଯ୍ୟାଳୟକୁ ଆସୁଥିବା ଲୋକ ମାନଙ୍କୁ ଏବଂ ଏଠାକାର ଷ୍ଟାଫ ମାନଙ୍କୁ କ୍ୟାଣ୍ଟିନ ସେବା ମାଧ୍ୟମରେ କିଭଳି ସୁଲଭ ମୂଲ୍ୟରେ ବିଭିନ୍ନ ସ୍ଵାଦିଷ୍ଟ ଖାଦ୍ୟ ଯୋଗାଇ ଦେବା ଏବଂ ତା ଦ୍ଵାରା ବେଶ ଦୁଇ ପଇସା ରୋଜଗାର କରି ନିଜକୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ଏହା ଆମର ମୁଖ୍ୟ ଉଦ୍ଦେଶ୍ୟ ।
ଏହି କାଫେ କ୍ୟାଣ୍ଟିନ ପ୍ରତ୍ୟେକ ଦିନ ସକାଳ ବେଳା ଚା , କଫି , ପାକୁଡ଼ି , ବିସ୍କୁଟ ଠାରୁ ଆରମ୍ଭ କରି ମଧ୍ୟାହ୍ନରେ ଆମିଷ ଓ ନିରାମିଷ ଭୋଜନ ସହ ସନ୍ଧ୍ୟାରେ ଚା ବିସ୍କୁଟ ଏବଂ ରାତ୍ରି ଖାଦ୍ୟ ପାଇଁ ପାର୍ଶଲ ବ୍ୟବସ୍ଥା କରାଯିବ , ତା ସହିତ ଏଠାରେ ମିଲ୍ଲେଟ ଯୁକ୍ତ ସାମଗ୍ରୀ ସହ ମା ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ବଡି ଓ ମଞ୍ଜିବଡି ମଧ୍ୟ ଏଠାରେ ବିକ୍ରିବଟା କରାଯିବ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଶଙ୍କର କେରକେଟା , ମିଶନ ଶକ୍ତି ଡିପିଏମ: ଶ୍ରୀ ଟିମନ୍ ବାରା , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031