Indus Valley Times

ଗଜପତି : କଳହଂସ ବସନ୍ତ କୋକିଳ ଭକ୍ତକବି ଗୋପାଳ କୃଷ୍ଣଙ୍କ ୨୩୯ ତମ ଜୟନ୍ତୀ ଅବସରରେ ସ୍ମୃତିଚାରଣ ସଭା

 Breaking News

ଗଜପତି : କଳହଂସ ବସନ୍ତ କୋକିଳ ଭକ୍ତକବି ଗୋପାଳ କୃଷ୍ଣଙ୍କ ୨୩୯ ତମ ଜୟନ୍ତୀ ଅବସରରେ ସ୍ମୃତିଚାରଣ ସଭା

June 26
20:24 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୬/୬: ପାରଳଖେମୁଣ୍ଡିର ଗୌରବ, ଓଡ଼ିଶାର ଗର୍ଵ ବିଶିଷ୍ଟ ଗୌଡ଼ିୟ ପରମ୍ପରାର ବରିଷ୍ଟ କବି କଳହଂସ , ବସନ୍ତ କୋକିଳ , ଭକ୍ତକବି ଗୋପାଳ କୃଷ୍ଣ ପଟ୍ଟନାୟକଙ୍କ ୨୩୯ ତମ ଜୟନ୍ତୀ ଅବସରରେ ସ୍ମୃତିଚାରଣ ସମାରୋହ କାର୍ଯ୍ୟକ୍ରମ ଗୋପାଳ କୃଷ୍ଣ ସ୍ମୃତି କଳା ପରିଷଦ ଓ ଗଜପତି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ସ୍ମୃତି କଳା ପରିଷଦ ଅନୁଷ୍ଠାନର ସଭାପତି ଶ୍ରୀ ହରି ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ୱତ ଓ ସଂସ୍କୃତିକ ସମାବେଶ କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ତଥା ଉପଦେଷ୍ଟା ଡକ୍ଟର ଭୁବନେଶ୍ୱର ପଟନାୟକ ସ୍ଵାଗତ ଭାଷଣ ଦେଇଥିବାବେଳେ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ ପରିଚୟ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆକାଶବାଣୀ କଣ୍ଠଶିଳ୍ପୀ ଶ୍ରୀମତୀ ବି. କୋମଳାଙ୍ଗୀ ଭକ୍ତକବି ଗୋପାଳ କୃଷ୍ଣଙ୍କ ରଚିତ ସଂଗୀତକୁ ପ୍ରାରମ୍ଭିକ ସଙ୍ଗୀତ ଭାବେ ଗାନ କରିଥିଲେ ।
ଅନୁଷ୍ଠାନର ସମ୍ପାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ଶିକ୍ଷାବିତ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ବାର୍ଷିକ ବିବରଣୀ ପାଠ କରିଥିଲେ ।
ମୁଖ୍ୟଅତିଥି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ସ୍ବତନ୍ତ୍ର ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ , ମୁଖ୍ୟ ବକ୍ତା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସମ୍ମାନିତ ବକ୍ତା ଶ୍ୱେତଓ ପଟନାୟକ ଓ ପଣ୍ଡିତ ନରସିଂହ ଗୌଡ ପ୍ରମୁଖ ମଞ୍ଚାସୀନ ରହି ପାରଳାର ଗୌରବ ତଥା ଓଡିଶାର ଗର୍ବ ରୀତି ଯୁଗର ଶ୍ରେଷ୍ଠ , ବିଶିଷ୍ଠ ଗୌଡିୟ ପରମ୍ପରା ବରିଷ୍ଠ କବି କଳହଂସ ଭକ୍ତକବି ଗୋପାଳ କୃଷ୍ଣ ପଟନାୟକ ତାଙ୍କର କୃତି ଓ ପଦ୍ୟାବଳୀ ପାଇଁ ଯୁଗେ ଯୁଗେ କାଳଜୟୀ ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଗଜପତି ଜିଲ୍ଲାର ବିଶିଷ୍ଟ ମୃଦଙ୍ଗ ବାଦକ ତଥା ବିଶିଷ୍ଠ କଣ୍ଠଶିଳ୍ପୀ ଗୁରାଣ୍ଡି ଗ୍ରାମ ବାସିନ୍ଦା ଶ୍ରୀ ଗଣପତି ରାଉତଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଓ ମାନପତ୍ର ସହ ପୁରସ୍କାର ପ୍ରଦାନ କରା ଯାଇଥିଲା ।
ଏଥିସହ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରା ଯାଇଥିଲା ।
ଏହି ଅବସରରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ ହେବା ସହ ଭକ୍ତକବି ଗୋପାଳ କୃଷ୍ଣଙ୍କ ରଚନାରୁ ସଂଗୀତ ପରିବେଷଣ କରା ଯାଇଥିଲା । ଶେଷରେ ବ୍ରଜାନନ୍ଦ ପଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031