Indus Valley Times

ଗଜପତି: କାଶୀନଗର ମଣ୍ଡଳ ଭାଜପା,(ବିଜେପି) ପକ୍ଷରୁ ବିରାଟ ଜନ ଆକ୍ରୋଶ କାଶୀନଗର ବ୍ଲକ ଘେରାଉ

 Breaking News

ଗଜପତି: କାଶୀନଗର ମଣ୍ଡଳ ଭାଜପା,(ବିଜେପି) ପକ୍ଷରୁ ବିରାଟ ଜନ ଆକ୍ରୋଶ କାଶୀନଗର ବ୍ଲକ ଘେରାଉ

November 18
18:40 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୮/୧୧: ଗଜପତି ଜିଲ୍ଲା କାଶୀନଗର ବ୍ଲକ ବିଜେପି ମଣ୍ଡଳ ପକ୍ଷରୁ କାଶୀନଗର ଠାରେ ଓଡ଼ିଶାରେ ଚାଲିଥିବା ସରକାରୀ ଦୁର୍ନୀତି ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ଜନ ଆକ୍ରୋଶ କାଶୀନଗର ବ୍ଲକ୍ କାର୍ଯ୍ୟାଳୟ ଘେରାଉ ଓ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ କାଶୀନଗର ବ୍ଲକ ବିଜେପି: ମଣ୍ଡଳ ସଭାପତି ଶ୍ରୀ ଦାରାପୁ ରାଜେଶ ଏବଂ ଉମା ଚରଣ ଗନ୍ତାୟତଙ୍କ ନେତୃତ୍ୱରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଛକ ଠାରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ବାହାରି ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ସ୍ଲୋଗାନ ଦେଇ ବ୍ଲକ୍ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ଓ ଗଣଧାରଣା ଦେଇଥିଲେ ।
ସେଠାରେ କାଶୀନଗର ବ୍ଲକ୍ କେ: ସିତାପୂର୍ ମଣ୍ଡଳ ସଭାପତି ଶ୍ରୀ ଦାରାପୁ ରାଜେଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ପାରଳାଖେମୁଣ୍ଡି ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି ଶ୍ରୀ କେ: ନାରାୟଣ ରାଓ ଯୋଗ ଦେଇ ଓଡ଼ିଶା ରାଜ୍ୟ ସରକାରଙ୍କ ସବୁ ବିଭାଗ ଓ ସବୁ ସ୍ତରରେ ଦୁର୍ନୀତି ଓ ପିସି: କାରବାର ବଢ଼ିଚାଲିଛି । ପାଇଖାନା ,ବିଦ୍ୟୁତ୍ ସଂଯୋଗ , ପିଏମ୍ ଆବାସ ଘର , ପିଏମ: କିସାନ ନିଧି ଯୋଜନା , ରାସନ୍ କାର୍ଡ , କୃଷି କ୍ଷେତ୍ରରେ ମରୁଡି ଓ ଚାଷୀଙ୍କୁ ହଇରାଣ ଯେଉଁଥିରେ ହେଲେ ମଧ୍ୟ ଦୁର୍ନୀତି ଚରମ ସୀମାରେ ପହଞ୍ଚି ଗଲାଣି ।
ପଞ୍ଚାୟତ ଉନ୍ନତିକରଣ ପାଇଁ ଯେଉଁ ୫୦ ଲକ୍ଷ ଟଙ୍କା ଦିଆଯାଇଛି , ତାର ଖର୍ଚ୍ଚ ପାଇଁ କୌଣସି ଗ୍ରାମସଭା କି ପଲ୍ଲୀସଭା ମାଧ୍ୟମରେ ହେଉନି , ସରକାରୀ ଆଫିସରଙ୍କ ଦ୍ଵାରା ଟଙ୍କା ହରିଲୁଟ କରିନେବା ପ୍ରୟାସ ଚାଲିଛି ।
ଓଡ଼ିଶାରେ କେବଳ ହରିଶ୍ଚନ୍ଦ୍ର ଯୋଜନା ଛାଡ଼ିଦେଲେ , ବାକି ଯେତେ ଯୋଜନା ସବୁ କେନ୍ଦ୍ର ସରକାରଙ୍କ ଯୋଜନା ଆସୁଛି । ହେଲେ ଓଡ଼ିଶାକୁ ଆସୁଥିବା କେନ୍ଦ୍ରୀୟ ଯୋଜନା ନାମ ପରିବର୍ତ୍ତନ କରାଯାଇ ତାହା ରାଜ୍ୟ ଯୋଜନାରେ ନାମ ପରିବର୍ତ୍ତନ କରି ଯୋଜନା ନିଜ ନାମରେ ପ୍ରସ୍ତୁତ କରାଯାଇ ଲୋକଙ୍କୁ ଭୋଟ ଲାଳସାରେ ଭୁଆଁ ବୁଲାଯାଉଛି ବୋଲି ଅଭିଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ପ୍ରଭାରୀ ଶ୍ରୀ ସରୋଜ କୁମାର ସାବତଙ୍କ ସମେତ ସାଧାରଣ ସମ୍ପାଦକ ଶ୍ରୀ ଜଗନ୍ନାଥ ମହାପାତ୍ର , କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପାଳ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଚିତ୍ରୀ ସିମାଦ୍ରୀ , ଶ୍ରୀ କେ: ଯୁବରାଜ , ଅନିଲ କୁମାର ପ୍ରମୁଖ ଉଦବୋଧନ ଦେଇ ରାଜ୍ୟ ସରକାର\’ଙ୍କ ନୀତି ଓ ସରକାରୀ ଅଧିକାରୀ ମାନଙ୍କ ଦୁର୍ନୀତି ବିରୋଦ୍ଧରେ ବର୍ଷିଥିଲେ ।
ପରେ ମହାମାନ୍ୟ ରାଜପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ମଣ୍ଡଳ ସଭାପତି ଶ୍ରୀ ଦାରାପୁ ରାଜେଶଙ୍କ ନେତୃତ୍ୱରେ ବିଡ଼ିଓ:ଙ୍କ ଅନୁପସ୍ଥିତିରେ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଁ ନାରାୟଣ ପାଢୀଙ୍କ ପ୍ରଦାନ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କାଶୀନଗର ବ୍ଲକ୍ ଅନ୍ତର୍ଗତ କେ: ସିତାପୁର ଓ ଖାଣ୍ଡବା ମଣ୍ଡଳ ବିଜେପି: ର ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ନେତା ଓ କର୍ମକର୍ତ୍ତା ସମେତ ଚାଷୀ ମାନେ ସେମାନଙ୍କ ମରୁଡି ଧରିଥିବା ଧାନକେଣ୍ଡା ଧରି ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031