Indus Valley Times

ଗଜପତି : କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦୋସଙ୍କ ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତ : ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଓ ସମୀକ୍ଷା

 Breaking News

ଗଜପତି : କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦୋସଙ୍କ ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତ : ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଓ ସମୀକ୍ଷା

ଗଜପତି : କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦୋସଙ୍କ ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତ : ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଓ ସମୀକ୍ଷା
January 11
22:10 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୧/୧: କେନ୍ଦ୍ର ସରକାରଙ୍କ ରେଳ ଓ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନକ୍ଷ ଜର୍ଦୋସ ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଓ ତାର ସମୀକ୍ଷା କରି ଫେରି ଯାଇଛନ୍ତି ।
କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଜର୍ଦୋସ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ସର୍କିଟ ହାଉସ ଠାରେ ଜିଲ୍ଲା ପ୍ରଶାସନ ସହ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା କିଭଳି ଚାଲିଛି ଓ ତାର ଅଗ୍ରଗତି ସମ୍ପର୍କରେ ଆଲୋଚନା ଓ ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଓ ଏସପି: ସ୍ଵାତୀ ଏସ: କୁମାରଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।
ପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଜର୍ଦୋସ ସ୍ଥାନୀୟ ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଯାଇ ସେଠାରେ ଅନୁଷ୍ଠିତ ଦଳୀୟ ଜିଲ୍ଲା ପଦାଧିକାରୀ ଓ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ ।
ଅନୁଷ୍ଠିତ ବୈଠକ , ବିଜେପି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ ଶ୍ରୀ କେ: ନାରାୟଣ ରାଓଙ୍କ ସଭାପତିତ୍ବରେ ଏବଂ ଉପସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ରଙ୍କ ସଭାକାର୍ଯ୍ୟ ପରିଚାଳନା\’ରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଜର୍ଦୋସ ଯୋଗଦେଇ ଗଜପତି ଜିଲ୍ଲା ଏକ ଆକାଂକ୍ଷା ଜିଲ୍ଲା ଏବଂ ଏଭଳି ଆକାଂକ୍ଷା ଜିଲ୍ଲାରେ ଯେଭଳି ବିକାଶ ହେବା କଥା ତାହା ନ ହୋଇ ପଛୁଆ ରହିଛି , ତେଣୁ ଏହାର ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧତା ଅଟନ୍ତି ବୋଲି କହିଥିଲେ ।
ଦେଶ ସ୍ବାଧୀନ ହୋଇ ଇତି ମଧ୍ୟରେ ୭୫ ବର୍ଷ ବିତି ଗଲାଣି । ଏହା ୧୦୦ ବର୍ଷ ହେବା ବେଳକୁ ଭାରତର ବିକାଶ ସ୍ଥିତି ଯେଭଳି ହେବା କଥା , ତାହା ଏବେ ଠାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ମାଣର ସୁ-ଆରମ୍ଭ ହୋଇ ଯାଇଛି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଫାଇଦା ନେବାରୁ ଆପଣ ମାନେ ବଞ୍ଚିତ ହେଉଛନ୍ତି , ତାର ଫାଇଦା ଆପଣ ମାନେ ପାଆନ୍ତୁ , ଏହା ଏଠାକାର ରାଜ୍ୟ ସରକାର ଚାହୁଁ ନାହାନ୍ତି ଯେ , ଠିକ୍ ଭାବେ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ମିଳୁ ବୋଲି । ଅନେକ କେନ୍ଦ୍ରୀୟ ଯୋଜନା କୁ ନେଇ ରାଜ୍ୟ ସରକାର ନିଜେ କରୁଛି ବୋଲି ବାହାସ୍ପୁଟ ମାରୁଛି , ବୋଲି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଜର୍ଦୋସ ରାଜ୍ୟ ସରକାରଙ୍କ ନୀତି ଉପରେ ବର୍ଷିବା ସହ ଏଭଳି ଅନେକ ଲୋକାଭିମୁଖୀ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ କହି ଏହା ତୃଣମୂଳ ସ୍ତରରେ ଲୋକଙ୍କ ଠାରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ।
କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ଯୋଗ ଦେଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରିତା ହେଉଥିବା ବିଭିନ୍ନ ବିକାଶ ମୂଳକ ଯୋଜନା ତୃଣମୂଳ ସ୍ତରରେ ସମସ୍ତଙ୍କ ଠାରେ ପହଞ୍ଚାଇବା ସହ ସଂଗଠନକୁ ମଜବୁତ୍ କରାଇବାରେ ସହାୟକ ହେବାକୁ ଆହ୍ବାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ପ୍ରଭାରୀ ଶ୍ରୀ ସରୋଜ ସାବତ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଡୁଲୁ ମିଶ୍ର ପ୍ରମୁଖଙ୍କ ସମେତ ବହୁ ପଦାଧିକାରୀ ଓ କର୍ମୀ ମାନେ ଯୋଗ ଦେଇଥିଲେ ।
ପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଜର୍ଦୋସ ୩ କୋଟି ୮୫ ଲକ୍ଷ ୭୧ ହଜାର ଟଙ୍କା ବ୍ୟୟରେ ପୁନର୍ବିକାଶ ତଥା ନିର୍ମାଣାଧୀନ ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନ ଓ ତାର ସମୀକ୍ଷା ପାଇଁ ଯାଇଥିଲେ । ସେଠାରେ ନିର୍ମାଣାଧୀନ ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ ।
ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଜର୍ଦୋସ କହିଥିଲେ ଯେ:-
ପାରଳା ରେଳ ଷ୍ଟେସନର ପୁନଃବିକାଶ ତଥା ଆଧୁନୀକରଣ ନିର୍ମାଣ କାର୍ଯ୍ୟ କିଭଳି ଚାଲିଛି , ତାହା ଦେଖିବା ଓ ତଦାରଖ କରିବା ପାଇଁ ଆସିଛି । ପାରଳାର ଏହି ରେଳ ଷ୍ଟେସନ ବହୁ ପୁରାତନ ଓ ଅତି ପ୍ରାଚୀନ ରେଳ ଷ୍ଟେସନ ଯାହାକି ତତ୍କାଳୀନ ପାରଳା ମହାରାଜାଙ୍କ ଦ୍ଵାରା ତାହା ନିର୍ମିତ ହୋଇଥିଲା , ବର୍ତ୍ତମାନ ତାର ଉନ୍ନତିକରଣ ସହ ଅପ-ଗ୍ରେଡେଶନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ଅର୍ଥ ମଞ୍ଜୁର କରାଯାଇ ନିର୍ମାଣ-କରଣର ପ୍ଲାନ୍ ପ୍ରସ୍ତୁତ ହୋଇ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ରେଳବାଇର ବିକାଶ କ୍ଷେତ୍ରରେ ଆଜାଦିକା ଅମୃତ ମହୋତ୍ସବ ପାଳନ କାଳରେ ରେଳବାଇକୁ ଏକ ନୂଆ-ରୂପ ଦେବାପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି । ଏହି କ୍ରମରେ ଭାରତରେ ବହୁ ନୂତନ ଟ୍ରେନ ବିଭିନ୍ନ ନାମରେ ଚଳାଚଳର ଶୁଭାରମ୍ଭ କରାଯାଇଛି ।
ଅନ୍ୟପକ୍ଷରେ , ଏଥିସହ ୯୦ ଟି ଷ୍ଟେସନର ପୁନଃବିକାଶ ସହ ଆଧୁନୀକରଣ କରାଯିବା ଦିଗରେ ଯୋଜନା ପ୍ରସ୍ତୁତ କରାଯାଇ କାର‌୍ୟ୍ୟକାରୀ କରା ହେଉଛି । ଟ୍ରେନ ଯୋଗେ ସମସ୍ତେ କିଭଳି ବିଭିନ୍ନ କ୍ଷେତ୍ରକୁ ଯିବା ଆସିବା କରିପାରିବେ , ସେଥିପାଇଁ ଏଭଳି ବିକାଶର ମୂଳଲକ୍ଷ୍ୟ ବୋଲି କହିଥିଲେ । ରେଳ ଷ୍ଟେସନ ଗୁଡ଼ିକ\’ର ବିକାଶ କରାଯିବା ସହ ତାର ଭିତ୍ତିଭୂମି ସୁନିଶ୍ଚିତ ହୋଇପାରିବ । ରେଳ ଯାତ୍ରୀ ସେବା ସହ ଅନ୍ୟାନ୍ୟ ସୁବିଧା ସେବା ଯେଭଳି ବୃଦ୍ଧି ହୋଇପାରିବ , ସେଥିପାଇଁ ତାର ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରା ହୋଇଛି ।
ଏଠାରେ ୪ ଟା ଷ୍ଟେସନର ରହଣି ପାଇଁ ଆରମ୍ଭ ହୋଇଛି । ଏ ନେଇ ଅନେକ ପ୍ରସ୍ତାବ ଆସିଥିଲେ ମଧ୍ୟ ରହଣି କରିବା ପୂର୍ବରୁ ତାର ଭିତ୍ତିଭୂମି ସୁଦୃଢ଼ କରିବାକୁ ହେବ । ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣର ଆବଶ୍ୟକତା ପଡ଼ୁଥିବା ବେଳେ ଏ ଦିଗରେ ରାଜ୍ୟ ସରକାର\’ଙ୍କ ସହଯୋଗ ମିଳୁ ନ ଥିବା କହି ଯେଉଁ ଠାରେ ଜଙ୍ଗଲ ଅଞ୍ଚଳ ରହିଛି , ସେହିଠାରେ ମଧ୍ୟ ଜଙ୍ଗଲ ବିଭାଗ\’ର କ୍ଲିଅରେନ୍ସର ଆବଶ୍ୟକତା ରହିଛି ବୋଲି କହିଥିଲେ ।
କୋଭିଡ଼ ମହାମାରୀ ସମୟରେ ସମସ୍ତ କଟକଣା ପାଇଁ ବନ୍ଦ ହୋଇଯାଇଥିଲା ମଧ୍ୟ ଶ୍ରମିକ ମାନଙ୍କ ଯିବା ଆସିବା-ପାଇଁ ଟ୍ରେନ ଚଳାଚଳ ବନ୍ଦ ନ ଥିଲା । ରେଳ ପରିବାର ଏଥିପାଇଁ ସଂକଳ୍ପ ବଦ୍ଧ ଯେ , ରେଳ ସେବା ସମସ୍ତଙ୍କୁ ନେଇ କିଭଳି ଅଧିକ ବିକାଶମୁଖି ହୋଇ ଆଗେଇଯିବ ।
ରେଳ ଷ୍ଟେସନ ଗୁଡିକରେ ମୁଖ୍ୟତଃ \”ୱାନ ଷ୍ଟେସନ – ୱାନ ପ୍ରଡକ୍ଟ\” କୁ ନେଇ ଯେମିତି କି , ଓଡ଼ିଶା , ହେଣ୍ଡଲୁମ ତଥା ହେଣ୍ଡଲୁମ୍ ହେଣ୍ଡିକ୍ରାଫ୍ଟର ଏକ ହବ ଅଟେ, ଏଥିପାଇଁ ୩୫ ଟି ରେଳ ଷ୍ଟେସନ ମାନଙ୍କରେ ହେଣ୍ଡଲୁମ୍ ସାମଗ୍ରୀ ବିକ୍ରିବଟା ପାଇଁ ସୁବିଧା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ବୋଲି କହିଥିଲେ ।
ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଜର୍ଦୋଶଙ୍କ ସହିତ ବିଶାଖାପାଟଣା ରେଳ ଡିଭିଜନର ଡିଆରଏମ: ଶ୍ରୀ ଅନୁପ ଶତପଥି ମଧ୍ୟ ଉପସ୍ଥିତ ରହି ରେଳ ଷ୍ଟେସନର ନିର୍ମାଣ କ୍ଟ ଆଧୁନୀକରଣ ସମେତ ରେଳ ସମ୍ବନ୍ଧୀୟ ବିଭିନ୍ନ ଉପରେ ବିଭିନ୍ନ ଉପାଦେୟ ସୂଚନା ମାନ ପ୍ରଦାନ କରିଥିଲେ ।
ଏହି କାର୍ଯକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଓ ବହୁ ବିଭାଗୀୟ ପଦାଧିକାରୀଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031