Indus Valley Times

ଗଜପତି: କୋଲକାତାରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ପ୍ରତିବାଦରେ ଟ୍ରାନ୍ସଜେଣ୍ଡର ଏବଂ ଛାତ୍ରୀ ମାନଙ୍କ କେଣ୍ଡେଲ ରାଲି ଓ ଶ୍ରଦ୍ଧାଞ୍ଜଳୀ

 Breaking News

ଗଜପତି: କୋଲକାତାରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ପ୍ରତିବାଦରେ ଟ୍ରାନ୍ସଜେଣ୍ଡର ଏବଂ ଛାତ୍ରୀ ମାନଙ୍କ କେଣ୍ଡେଲ ରାଲି ଓ ଶ୍ରଦ୍ଧାଞ୍ଜଳୀ

August 22
11:30 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୨/୮ : ପଶ୍ଚିମବଙ୍ଗର କୋଲକାତା ଠାରେ ଡ୍ୟୁଟି ସମୟରେ ପିଜି: ଡାକ୍ତର ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ବିଭୀଷିକା ଘଟଣାକୁ ନେଇ ଦେଶବ୍ୟାପୀ ଡାକ୍ତର , ଯୁବତୀ ଓ ଛାତ୍ରୀ ମାନଙ୍କ ପକ୍ଷରୁ ଧର୍ମଘଟ , ବିକ୍ଷୋଭ ଓ ହରତାଳ ପ୍ରଭୃତି ଚାଲିଥିବା ବେଳେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ମଧ୍ୟ ତୃତୀୟ ଲିଙ୍ଗି ଓ ଛାତ୍ରୀ ମାନଙ୍କ ଠାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
କୋଲକାତା ଠାରେ ମହିଳା ପିଜି: ଡାକ୍ତର ଛାତ୍ରୀ ମୋମିତା ଦେବନାଥ ଙ୍କ ପ୍ରତି ଘଟି ଯାଇଥିବା ଅମାନୁଷିକ ତଥା ବିଭୀଷିକା ଘଟଣାର ପ୍ରତିବାଦରେ ଆଜି ସନ୍ଧ୍ୟା ୭ ଟାରେ ପାରଳାଖେମୁଣ୍ଡି ସ୍ଥିତ ପ୍ୟାଲେସ ସମ୍ମୁଖ ଛକ ଠାରେ ଜିଲ୍ଲା ତୃତୀୟ ଲିଙ୍ଗୀ ତଥା ଟ୍ରାନ୍ସଜେଣ୍ଡର ସଂଗଠନ ଓ ବିଭିନ୍ନ ଅନୁଷ୍ଠାନର ଛାତ୍ରୀ ମାନଙ୍କ ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା , ବିକ୍ଷୋଭ ଓ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପ୍ରଭୃତି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥି ସହ ଏମାନେ ଜଳନ୍ତା କେଣ୍ଡେଲ ଧରି ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇଥିଲେ ।
ପରେ ଏ ନେଇ ବିକ୍ଷୋଭ କରିବା ସହ ମୃତ ଡାକ୍ତରୀ ଛାତ୍ରୀ ମୋମୀତା ଦେବନାଥଙ୍କ ପ୍ରତି ଉପସ୍ଥିତ ସମସ୍ତେ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ଏ ସମ୍ପର୍କରେ ଗଜପତି ଜିଲ୍ଲା ଟ୍ରାନ୍ସଜେଣ୍ଡର ସଙ୍ଗଠନର ସଭାନେତ୍ରୀ ମଧୁ ବରାଡ ଏବଂ ସମ୍ପାଦିକା ଜସମିନ ଶେଖ ଘଟି ଯାଇଥିବା ଘଟଣା ପ୍ରତି ଘୋର ନିନ୍ଦା ପ୍ରକଟ କରି କହିଛନ୍ତି ଯେ , ଆଜି ନାରୀ କି ଛାତ୍ରୀ ମାନେ କୌଣସି ଠାରେ ଯଥା:- କର୍ମ କ୍ଷେତ୍ରରେ କି ପରିବାର ମଧ୍ୟରେ କି ନିର୍ଜନ ରାସ୍ତାରେ ଆଦୌ ସୁରକ୍ଷିତ ନୁହଁନ୍ତି ।
ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ସୁରକ୍ଷା ଦେବା ସହ ଗଣବଲାତ୍କାର ଓ ହତ୍ୟାର ଶିକାର ହୋଇଥିବା ପିଜି ଡାକ୍ତରୀ ଛାତ୍ରୀ ମୋମିତା ଦେବନାଥଙ୍କ ପରିବାର ପ୍ରତି ତୁରନ୍ତ ଉପଯୁକ୍ତ ନ୍ୟାୟ ଯୋଗାଇ ଦେଇ ପ୍ରକୃତ ଦୋଷୀଙ୍କୁ ଦଣ୍ଡବିଧାନ କରାଯାଉ , ଏହା ଆମର ଦାବୀ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30