Indus Valley Times

ଗଜପତି : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ପାଳିତ

 Breaking News

ଗଜପତି : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ପାଳିତ

July 07
19:52 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୭/୭: ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଅନ ପବଲିକ ସ୍କୁଲ ପରିସରରେ ବନ ବିଭାଗ ଓ ପବଲିକ ସ୍କୁଲର ମିଳିତ ସହଯୋଗରେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣ ଅଧ୍ୟକ୍ଷ – ତଥା – ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣ ତରଫରୁ ଆଜି ତା – ୦୭.୦୭.୨୦୨୩ରିଖରେ ବନ ମହୋତ୍ସବ ସପ୍ତାହ ପାଳନ ଉଦ୍ଦେଶ୍ୟରେ ସ୍ଥାନୀୟ ସେଞ୍ଚୁରିଆନ ପବ୍ଲିକ ବିଦ୍ୟାଳୟ , ପାରାଳାଖେମୁଣ୍ଡି ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟ ମୁଖ୍ୟ ଅତିଥିଭାବେ ଯୋଗ ବଉଳ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଅନ୍ୟତମ ଅତିଥି ଭାବେ ଜିଲ୍ଲା ବନଖଣ୍ଡିୟ ଅଧିକାରୀ ଶ୍ରୀ ଏସ୍ . ଆନନ୍ଦ , ଅତିରିକ୍ତ ଜିଲ୍ଲା ଜଜ୍ , ପାରାଳାଖେମୁଣ୍ଡି ଶ୍ରୀ ପ୍ରଦୀପ କୁମାର ସାମଲ , ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ , ଗଜପତି , ଶ୍ରୀ ନରୋତ୍ତମ ସେଠୀ , ବରିଷ୍ଠ ଦେୱାନୀ ଅଧିକାରୀ , ପାରଳାଖେମୁଣ୍ଡି ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , ରେଜିଷ୍ଟ୍ରାର , ସିଭିଲ କୋର୍ଟ , ପାରାଳାଖେମୁଣ୍ଡି ଶ୍ରୀ ସତ୍ୟବ୍ରତ ରାଣା , ପ୍ରାଧିକରଣର ସଚିବ , ଶ୍ରୀ ରବି ନାରାୟଣ ବେହେରା , ଉପଖଣ୍ଡିୟ ବିଚାର ବିଭାଗୀୟ ଅଧିକାରୀ , ପାରଳାଖେମୁଣ୍ଡି ଶ୍ରୀମତି ବିଷ୍ଣୁପ୍ରିୟା ସାମନ୍ତରାୟ , ସେଞ୍ଚୁରିଆନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା , ଆଇପିଇ: ଶ୍ରୀ ସୁରେନ୍ଦ୍ର ପାତ୍ର , ସ୍କାଉଟ ଓ ଅନ୍ୟାନ ବନ କର୍ମଚାରୀ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ପ୍ରକାଶଥାଉ କି , ଓଡିଶା ରାଜ୍ୟ ଆଇନ ସେବା ପ୍ରାଧ୍ଵକରଣ , କଟକ ନିର୍ଦ୍ଦେଶକ୍ରମେ ଆଜି ଗଜପତି ଜିଲ୍ଲାର ରହିଥିବା ସମସ୍ତ ଉଚ୍ଚ ବିଦ୍ୟାଳୟ ମାନଙ୍କର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚୀବ ଶ୍ରୀ ରବି ନାରାୟଣ ବେହେରା କହିଛନ୍ତି ଯେ , ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ଉପରେ ଏକ ଜନସଚେତନତା ସୃଷ୍ଠି ହୋଇପାରିବା କହି ସମସ୍ତେ ନିଜ ନିଜ ସ୍ତରରେ ଗଛ ଲଗାଇ ତାର ଯତ୍ନ ନିଅନ୍ତୁ ଯାହାକି , ତାହା ଭବିଷ୍ୟତରେ ଆଗାମୀ ପିଢ଼ି ପାଇଁ ବିଶେଷ ସହାୟକ ହୋଇପାରିବ କହିଥିଲେ ।
ସେହିଭଳି ଡିଏଫଓ: ଶ୍ରୀ ଏସ: ଆନନ୍ଦ ବୃକ୍ଷ ରୋପଣର ଆବଶ୍ୟକତା ଓ ତାର ମାହାତ୍ମ୍ୟ ଉପରେ କହି ଗଛ ଲଗାନ୍ତୁ , ତାର ଯତ୍ନ ନିଅନ୍ତୁ ଓ ପରିବେଶ ସୁରକ୍ଷିତ ରଖନ୍ତୁ ବୋଲି କହିଥିଲେ । ଅନ୍ୟପକ୍ଷରେ , ଚଳିତ ଜୁଲାଇ ୧ ରୁ ୭ ତାରିଖ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଜିଲ୍ଲାର ପ୍ରାୟ ସମସ୍ତ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଛି ।
ଏହି ବନମହୋତ୍ସବ ସପ୍ତାହ ପାଳନ ଅବସରରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୩ ହଜାର ବିଭିନ୍ନ କିସମର ବୃକ୍ଷ ରୋପଣ କରା ଯାଇଥିବା ବେଳେ ଆଜି ଶେଷ ଦିନରେ ୧୭ ହଜାର ବୃକ୍ଷ ରୋପଣ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ରହିଛି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜାମକୋଳି , ପିଜୁଳି , ବଉଳ , ସିତାଫଳ , କରଞ୍ଜ , ନିମ୍ଭ , ମହାନିମ୍ଭ , ମେହାଗାନି , ପଣସ , କୃଷ୍ଣଚୂଡ଼ା ପ୍ରଭୃତି ବହୁ କିସମର ବୃକ୍ଷ ସବୁ ରୋପଣ କରା ଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧ୍ଵକରଣର କର୍ମଚାରୀ ଶ୍ରୀ ରବୀନ୍ଦ୍ର କୁମାର ପରିଡା , ଶ୍ରୀ ରଘୁ ନନ୍ଦନ ଦାସ , ଶ୍ରୀ କାହ୍ନୁ ଚରଣ ପଣ୍ଡା ଏବଂ ଶ୍ରୀ ଶିବ ପ୍ରସାଦ ସେନାପତିଙ୍କ ସମେତ ବନ ବିଭାଗ ଦେବଗିରି ରେଞ୍ଜର ରେଞ୍ଜର ଶ୍ରୀ ଏନ:ଡି: ଶର୍ମା ,ଫରେଷ୍ଟର ଶ୍ରୀ ପି: ଭେଙ୍କଟ ରାବଣକ୍ଷ , ଏଫଜି: ଶ୍ରୀ ଶିବ ସାବତ ଏବଂ ନିତିନ ପଣ୍ଡା ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031