Indus Valley Times

ଗଜପତି : ଗୁରାଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସହଯୋଗରେ ବିଭିନ୍ନ ସ୍ଥାନରେ “ବିଶ୍ବ ପୃଥିବୀ ଦିବସ” ପାଳିତ

 Breaking News

ଗଜପତି : ଗୁରାଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସହଯୋଗରେ ବିଭିନ୍ନ ସ୍ଥାନରେ “ବିଶ୍ବ ପୃଥିବୀ ଦିବସ” ପାଳିତ

April 22
19:46 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୨/୪ : ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ ବିଭିନ୍ନ ସ୍ଥାନରେ “ବିଶ୍ବ ପୃଥିବୀ ଦିବସ” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ଗୁରାଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସାମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ନେତୃତ୍ୱରେ ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ସ୍ଥାନୀୟ ମିନ କେତନ କଲେଜ ଓ ଗୋସାଣୀ ସ୍ଥିତ ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ।
ଅନେକ ସୃଷ୍ଟିର ସମାହାରରେ ଗଠିତ ଆମ ପୃଥିବୀ , ତେଣୁ ଏ ସୁନ୍ଦର ପୃଥିବୀକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ।
ଏଥିପାଇଁ ପ୍ରତ୍ୟେକଙ୍କ ଠାରେ ଆମର ପୂର୍ବପୁରୁଷଙ୍କ ଠାରୁ ମିଳିଥିବା ସମ୍ପତ୍ତି ଯଥା:- ପୃଥିବୀ , ଜଳ , ବାୟୁ , ଭୂମି , ଗଛଲତାର ପର୍ଯ୍ୟାବରଣୀୟ ସୁରକ୍ଷା ଚେତନା ଜାଗ୍ରତ ହେବା ଆବଶ୍ୟକ , ଯାହାକି ଆମକୁ ଏ ସମ୍ପତ୍ତି ସବୁ ଯେଭଳି ମିଳିଛି , ଆମେ ମଧ୍ୟ ଭବିଷ୍ୟତ ପିଢ଼ିକୁ ସେହିପରି ଭାବେ ଏହାକୁ ସମର୍ପଣ କରିବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ମତ ପ୍ରକାଶ ପାଇଥିଲା ।
ଏହି ଅବସରରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଦୂଷଣ ମୁକ୍ତ ସମାଜ ଓ ଅଞ୍ଚଳ ପାଇଁ ପୃଥିବୀ ବଞ୍ଚାଅ , ପରିବେଶ ବଞ୍ଚାଅ , ବୃକ୍ଷ ରୋପଣ କରିବା , ବର୍ଷା ଜଳ ସଂରକ୍ଷଣ , ପଲିଥିନ ବ୍ୟବହାର ମୁକ୍ତ ପ୍ରଭୃତି ଉପରେ ସଚେତନତା ମୂଳକ ବିଭିନ୍ନ ସ୍ଲୋଗାନ ଦେଇ ଜନ ସଚେତନ କରାଇଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଗୁରାଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଜନସ୍ବାସ୍ଥ୍ୟ ସାମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ଓ ବିପିଏମ ଶ୍ରୀ ଏମ: ଖଗେଶ୍ଵରଙ୍କ ସମେତ ଗୋସାଣୀ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଲୀନାରାଣୀ ରଘୁ ପାତ୍ରୁଣୀ ଓ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଅନୀତାରାଣୀ ପାଣିଗ୍ରାହୀ , ଲିଙ୍ଗରାଜ ସାମଲ , ସ୍ୱପ୍ନା ସାମଲ , ଭାଗ୍ୟବତୀ ପାତ୍ର , କେ ସିଏଚ ପାଠୀ , ସୁନୀଲ ସାହୁ , ରତ୍ନାକାର ସାହୁ , ସୁନିତା ନାୟକ , ଏମ ଈଶ୍ୱର ରାଓ ଏବଂ ସେହିଭଳି ମୀନକେତନ କଲେଜ ଓ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ସାମିଲ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031