Indus Valley Times

ଗଜପତି : ଗୁରାଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଗାରାବନ୍ଧ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ “ବିଶ୍ବ ତମାଖୁ ବର୍ଜନ ଦିବସ”ପାଳିତ

 Breaking News

ଗଜପତି : ଗୁରାଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଗାରାବନ୍ଧ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ “ବିଶ୍ବ ତମାଖୁ ବର୍ଜନ ଦିବସ”ପାଳିତ

June 01
20:25 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧/୬ : ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଗାରାବନ୍ଧ ସ୍ଥିତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ବିଶ୍ବ ତମାଖୁ ବର୍ଜନ ଦିବସ ” ଭିନ୍ନ ଭିନ୍ନ ଭାବେ ପାଳିତ ହୋଇଯାଇଛି ।
ଗୁରାଣ୍ଡି ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ିଙ୍କ ନେତୃତ୍ୱରେ ଏକ ସ୍ବାସ୍ଥ୍ୟ ଦଳ ବିଭିନ୍ନ ସ୍ଥାନ ଓ ଗ୍ରାମକୁ ଯାଇ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରିଥିଲେ ।
ଗୁରାଣ୍ଡି ସମେତ ନିକଟସ୍ଥ ବିଭିନ୍ନ ଗ୍ରାମ ମାନଙ୍କୁ ଯାଇ ସ୍କୁଲ ପିଲାମାନଙ୍କୁ , ବିଭିନ୍ନ ଦୋକାନୀ ଓ ଜନସାଧାରଣଙ୍କୁ ତମାଖୁ ସେବନର ଭୟାବହତା ଓ ତାର ଅପକାରିତାର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇ ସଚେତନ କରାଇ ଥିଲେ ।
ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ନେଇ ତମାଖୁ ସେବନ ଦ୍ୱାରା ମନୁଷ୍ୟ ସ୍ୱାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବ ସମ୍ପର୍କିତ ବକ୍ତୃତା ପ୍ରତି ଯୋଗୀତା ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କେନ୍ଦ୍ରର ଜନସ୍ୱାସ୍ଥ୍ୟ ଓ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଚେତନତା ସଭା କାର୍ଯ୍ୟକ୍ରମରେ ଡ଼ା: ପତିତପାବନ ବାରିକ , ଡ଼ା: ଅନଙ୍ଗ ସୁଦନ ଭୂୟାଁ , ଡ଼ା: ଲତୀକା ବେହେରା ଓ ବିପିଏମ ଶ୍ରୀ ଏମ: ଖଗେଶ୍ଵର ରାଓ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ତମାଖୁ ସେବନର ଭୟାବହତା , ତମାଖୁ ଭଳି ହାନିକାରକ ଦ୍ରବ୍ୟ ସେବନରୁ ଯୁବପିଢ଼ି ନିଜକୁ କିଭଳି ଦୁରେଇ ରଖିବେ , ତମାଖୁ ବ୍ୟବହାରର ଅପକାରୀତା ଏବଂ ତମାଖୁ ଓ ମାଡକ ଦ୍ରବ୍ୟ ସେବନ କରିବା ଦ୍ୱାରା ମଣିଷ ଶରୀରର ବିଭିନ୍ନ ଅଙ୍ଗକୁ କିଭଳି ତାହେଲେ କର୍କଟ ରୋଗରେ ପ୍ରଭାବିତ କରିଥାଏ , ଏଭଳି ବିଭିନ୍ନ ଉପରେ କହି
ସଚେତନ କରାଇ ତମାଖୁ ମୁକ୍ତ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହେବାପାଇଁ ଆହ୍ବାନ କରିଥିଲେ ।
ଶେଷରେ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ବଣ୍ଟନ କରା ଯାଇଥିଲା ।
ସେହିଭଳି ଗାରାବନ୍ଧ ସ୍ଥିତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଆୟୁଷ ଡାକ୍ତର ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ “ବିଶ୍ବ ତମାଖୁ ବର୍ଜନ ଦିବସ” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ଼ା: ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ସମେତ ଫାର୍ମାଶିଷ୍ଟ ଶ୍ରୀ କିଶୋର ଚନ୍ଦ୍ର ପାଣିଗରାହୀ , ମହିଳା ସ୍ୱାସ୍ଥ୍ୟକର୍ମୀ ଅନୁରାଧା ପାତ୍ର , ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ବି: ତିରୁମାଲା ରାଓ ପ୍ରମୁଖ ଉପସ୍ଥିତ ରହି ତମାଖୁ ଓ ମାଡକ ଦ୍ରବ୍ୟ ସେବନର ଭୟାବହତା ଓ ଅପକାରୀତାର ବିଭିନ୍ନ ଦିଗ ସମ୍ପର୍କରେ ଉପସ୍ଥିତ ସଚେତନ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ତମାଖୁ ବର୍ଜନରେ ଛାତ୍ରଛାତ୍ରୀ ମାନଙ୍କ ଭୂମିକା ଶୀର୍ଷକ ଉପରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରତିଯୋଗିତାରେ ଭଗବାନ ମଣ୍ଡଳ ପ୍ରଥମ , ଉମାକାନ୍ତ ଶବର ଦ୍ଵିତୀୟ ଏବଂ ରବି ଶବର ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ଶେଷରେ ମଞ୍ଚାସିଂ ଅତିଥି ମାନଙ୍କ ଦ୍ୱାରା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ବଣ୍ଟନ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031