Indus Valley Times

ଗଜପତି: ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସୁନେତ୍ର ଯୋଜନାରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସୁନେତ୍ର ଯୋଜନାରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

October 20
18:49 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୦/୧୦: ରାଜ୍ୟ ସରକାରଙ୍କ ଓ.ପେ.ପା: ବିଭାଗ ସହାୟତାରେ ଗୋଷାଣୀ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆନୁକୁଲ୍ୟରେ ସରକାରଙ୍କ ସୁନେତ୍ର ଯୋଜନାରେ ଗୋଷାଣୀ ବ୍ଲକ୍ ଗୁରାଣ୍ଡି ଗ୍ରାମର ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ପଢା-ଲେଖା ବେଳେ ଛାତ୍ରଛାତ୍ରୀ ମାନଙ୍କ ଚକ୍ଷୁରେ ଯେଭଳି କୌଣସି ପ୍ରକାର ଅସୁବିଧା ନ ହୁଏ , ତାକୁ ଦୃଷ୍ଟି ଦେଇ ସରକାରଙ୍କ ପକ୍ଷରୁ ଏହି ସୁନେତ୍ର ଯୋଜନାର ପରିକଳ୍ପନା କରାଯାଇ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଚକ୍ଷୁ ପରୀକ୍ଷା ବ୍ୟବସ୍ଥା କରାଯାଉଛି ।
ଏହି ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରା ଯାଇଥିଲା କ୍ଷ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡ଼ାଃ ଦୁଃଖୀ ରାମ ସିଂ ଓ ତାଙ୍କ ସହାୟତା ଦଳଙ୍କ ମାଧ୍ୟମରେ ଶିଶୁ ମାନଙ୍କ ଚକ୍ଷୁ ପରୀକ୍ଷା କରା ଯାଇଥିଲା କ୍ଷ
ପରୀକ୍ଷା ବେଳେ କୌଣସି ଛାତ୍ରଛାତ୍ରୀଙ୍କ ଯଦି କୌଣସି ପ୍ରକାର ଚକ୍ଷୁ ସମସ୍ୟା ଦେଖାଦିଏ ତେବେ ସେଥିପାଇଁ ଆବଶ୍ୟକ ସ୍ଥଳେ ମାଗଣାରେ ସେମାନଙ୍କୁ ଚଷମା ଓ ଔଷଧ ସହ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦେବା ବ୍ୟବସ୍ଥା ମଧ୍ୟ ହୋଇଛି । ଏଥି ସମେତ ଗୋଷାଣୀ ବ୍ଲକର ସମସ୍ତ ପଞ୍ଚାୟତ ଅଞ୍ଚଳରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଏହି ସୁନେତ୍ର ଯୋଜନାରେ ଚକ୍ଷୁ ପରୀକ୍ଷା ପାଇଁ କଭର ତଥା ସାମିଲ କରାଯିବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ (ପିଏଚଇଓ:) ମମତା ପାଢ଼ୀ କହିଛନ୍ତି ।
ଉକ୍ତ କାର୍ଯ୍ୟକ୍ରମରେ ଗୁରାଣ୍ଡି ସିଆରସିସି: ଏବଂ ଗୋଷାଣୀ ସିଆରସିସିଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ପ୍ରମୁଖ ଏହି ଶିବିର ପରିଚାଳନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ କ୍ଷ
ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ପତିତପାବନ ବାରୀକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପିଏଚଇଓ: ମମତା ପାଢୀ ଓ ବିପିଏମ ଶ୍ରୀ ଏମ: ଖଗେଶ୍ବର ରାଓଙ୍କ ପରିଚାଳନାରେ ସୁନେତ୍ର ଯୋଜନା ଅନ୍ତର୍ଗତରେ ଏହି ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଠାରେ ଅନୁଷ୍ଠିତ ହୋଇଥିଲା କ୍ଷ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031