Indus Valley Times

ଗଜପତି: ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ “ବିଶ୍ଵ ମ୍ୟାଲେରିଆ ଦିବସ-୨୦୨୩ କାର୍ଯ୍ୟକ୍ରମ ପାଳିତ

 Breaking News

ଗଜପତି: ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ “ବିଶ୍ଵ ମ୍ୟାଲେରିଆ ଦିବସ-୨୦୨୩ କାର୍ଯ୍ୟକ୍ରମ ପାଳିତ

ଗଜପତି: ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ “ବିଶ୍ଵ ମ୍ୟାଲେରିଆ ଦିବସ-୨୦୨୩ କାର୍ଯ୍ୟକ୍ରମ ପାଳିତ
April 26
19:30 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୬/୪ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ “ବିଶ୍ଵ ମ୍ୟାଲେରିଆ ଦିବସ- ୨୦୨୩ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ପିଏଚଇଓ: ମମତା ପାଢୀ ସଂଯୋଜନା କରି ମ୍ୟାଲେରିଆ ରୋଗ ଉପରେ ଜନସଚେତନତା ସୃଷ୍ଟି କରିବା ସହ ତାହାର ନିୟନ୍ତ୍ରଣ ଓ ସମ୍ପୂର୍ଣ୍ଣ ନିରାକରଣ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ନେଇ ଏବଂ ମ୍ୟାଲେରିଆ ମୁକ୍ତ ସୁସ୍ଥ ସମାଜ ଗଠନ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ବୋଲି କହିଥିଲେ ।
ଏଥିରେ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରୀକ ଯୋଗ ଦେଇ ଜନସାଧାରଣ ସଚେତନ ହେଲେ ହିଁ ମଶାଙ୍କ ବୃଦ୍ଧି ଓ ଉପଦ୍ରବକୁ ରୋକି ହେବ ।
ସେଥିପାଇଁ ଘର ଚାରି ପାର୍ଶ୍ୱକୁ ସଫା ସୁତୁରା ରଖିବା ସହ କେଉଁଠି ହେଲେ ମଇଳା ପାଣି ଜମା ନ ରଖିବା , ଶୋଇବା ବେଳେ ମଶାରୀ ବ୍ୟବହାର କରିବା ପ୍ରଭୃତି ପ୍ରତି ଦୃଷ୍ଟି ଦେଲେ ମ୍ୟାଲେରିଆ ଦାଉରୁ ମୁକ୍ତି ମିଳିବା ସହ ମ୍ୟାଲେରିଆ ମୁକ୍ତ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ମ୍ୟାଲେରିଆ ସୁପରଭାଇଜର ସ୍ନେହାଶିସ ସାମଲ , ବିପିମ୍: ଶ୍ରୀ ଏମ: ଖଗେଶ୍ବର , ବିଏଏମ: ଶ୍ରୀ ଏନ: ଶ୍ରୀନିବାସୁଲୁ ପ୍ରମୁଖ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇ ମ୍ୟାଲେରିଆ ରୋଗ କିପରି ହୋଇଥାଏ , ଏହାର ଲକ୍ଷଣ , ନିରାକରଣ ଓ ସାବଧାନତାର ବିଭିନ୍ନ ଦିଗ ଉପରେ ବୁଝାଇ ସଚେତନ କରାଇଥିଲେ ।
ଏହି ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତା ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରିକ ଓ ପିଏଚଇଓ: ମମତା ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ\’ରେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ତ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ଗାରାବନ୍ଧ ଓ ଲାବନ୍ୟଗଡ ସ୍ଥିତ ଏଚଡବ୍ଲ୍ୟୁସି: ମାନଙ୍କରେ ଏବଂ ସମସ୍ତ ଗାଁ କଲ୍ୟାଣ ସମିତି ପକ୍ଷରୁ ନିଜ ନିଜ ଅଞ୍ଚଳରେ ଗ୍ରାମବାସୀ , ଅଙ୍ଗନବାଡ଼ି , ଆଶା ଓ ଏଏନଏମ କର୍ମୀ ମାନଙ୍କୁ ନେଇ ସଚେତନତା ଶୋଭାଯାତ୍ରା ଓ ସଭା ସମେତ ଶପଥ ପାଠ ଓ ସଫେଇ କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031