Indus Valley Times

ଗଜପତି: ଗୋଟିଏ ଛାତ ତଳେ ଉଦ୍ୟାନ , କୃଷି ଓ ଜଳଛାୟା ବିଭାଗ ଅଧିକାରୀ ମାନଙ୍କ ପକ୍ଷରୁ ଜିଲ୍ଲାମୁଖ୍ୟ କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବିନେଇ ଶାନ୍ତିପୂର୍ଣ୍ଣ ଧାରଣା

 Breaking News

ଗଜପତି: ଗୋଟିଏ ଛାତ ତଳେ ଉଦ୍ୟାନ , କୃଷି ଓ ଜଳଛାୟା ବିଭାଗ ଅଧିକାରୀ ମାନଙ୍କ ପକ୍ଷରୁ ଜିଲ୍ଲାମୁଖ୍ୟ କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବିନେଇ ଶାନ୍ତିପୂର୍ଣ୍ଣ ଧାରଣା

ଗଜପତି: ଗୋଟିଏ ଛାତ ତଳେ ଉଦ୍ୟାନ , କୃଷି ଓ ଜଳଛାୟା ବିଭାଗ ଅଧିକାରୀ ମାନଙ୍କ ପକ୍ଷରୁ ଜିଲ୍ଲାମୁଖ୍ୟ କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବିନେଇ ଶାନ୍ତିପୂର୍ଣ୍ଣ ଧାରଣା
September 03
12:08 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩/୯: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ କୃଷି କାର୍ଯ୍ୟାଳୟ ସାମନାରେ ଗତ ଅଗଷ୍ଟ ୩୧ ତାରିଖ ଠାରୁ ବିଭିନ୍ନ ଦାବୀ ତଥା କେଡର ପୁନାର୍ବିନ୍ୟାସ କରାଯିବା ନେଇ ସରକାରଙ୍କ ଅହେତୁକ ବିଳମ୍ବ କରା ଯାଉଥିବା ପ୍ରତିବାଦ\’ରେ ଗୋଟିଏ ଛାତ ତଳେ ଜିଲ୍ଲର ଜଳଛାୟା , ଉଦ୍ୟାନ ଓ କୃଷି ବିଭାଗ ଅଧିକାରୀ ମାନେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ।
ଏ ସମ୍ପର୍କରେ ଜଳଛାୟା ତଥା ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁରେଶ କୁମାର ପଟ୍ଟନାୟକ କହିଛନ୍ତି ଯେ , ଆମର ମୁଖ୍ୟଦାବୀ ହେଉଛି , କେଡର ପୁନର୍ବିନ୍ୟାସ । ମୃତ୍ତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶାଳୟ ପକ୍ଷରୁ ଗତ ୨୦୧୪ ରେ କେଡର ପୁନର୍ବିନ୍ୟାସ ହୋଇଥିଲା । ଦୀର୍ଘ ୯ ବର୍ଷ ପରେ ପୁଣି ଠାରେ ଆମର କେଡର ପୁନର୍ବିନ୍ୟାସ କରିବା ପାଇଁ ସରକାରଙ୍କୁ ଅନୁରୋଧ କରା ଯାଇଥିଲା ।
ଦ୍ବିତୀୟତଃ ଆମର ଏଣ୍ଟ୍ରି ପୋଷ୍ଟ ଗ୍ରୁପ “ବି ” ଯାଉଛି , ଯେଉଁଟା କି ଗ୍ରୁପ “ଏ ” ରେ ଏଣ୍ଟ୍ରି ପୋଷ୍ଟ କରିବା ପାଇଁ ଆମେ ସରକାରଙ୍କ ଠାରେ ଦାବୀ ରଖିଛୁ , ଯେହେତୁ ଆମେ ସବୁ ଗୋଟିଏ ବିଶ୍ୱବିଦ୍ୟାଳୟରୁ ହିଁ ପାସ-ଆଉଟ୍ ହୋଇଛୁ ଏବଂ ଆମ ଭିତରେ କୌଣସି ଅନ୍ତର ରହିବା ଉଚିତ୍ ନୁହେଁ । ତୃତୀୟରେ ଆମେ ୩୫ ପ୍ରତିଶତ କର୍ମଚାରୀ ନେଇ କାମ କରୁଛୁ । ଆମର ପ୍ରାୟ ୨୦ ଯୋଜନା କାର୍ଯ୍ୟକାରୀ ଚାଲିଛି । ଏଥିପାଇଁ ୩୫ ପ୍ରତିଶତ ଷ୍ଟାଫ ଯଥେଷ୍ଟ ନୁହେଁ । ଏସବୁ ହେଉଛି ଆମର ଦାବି ବୋଲି କହିଛନ୍ତି ।
ସେହିଭଳି ଉଦ୍ୟାନ କୃଷି ବିଭାଗ ସହକାରୀ ନିର୍ଦ୍ଦେଶକ ଶ୍ରୀ ଶଶାଙ୍କ ଶେଖର ସାହୁ କହିଛନ୍ତି ଯେ , ଓଡ଼ିଶା ଉଦ୍ୟାନ କୃଷି ସେବା କେଡର ର ପୁନର୍ବିନ୍ୟାସ ଗତ ୨୦୧୨ ରେ କରା ହୋଇଥିଲା ।
ପରବର୍ତ୍ତୀ ସମୟରେ ବର୍ଦ୍ଧିତ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଗତ ୨୦୧୯ ମସିହା ଶେଷ ସୁଦ୍ଧା ପୁନାର୍ବିନ୍ୟାସ କରିବାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୫- ଟି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରା ଯାଇଥିଲା ।
ସରକାରଙ୍କୁ କେଡର ପୁନର୍ବିନ୍ୟାସ କରିବା ପାଇଁ ଯେଉଁ ନିବେଦନ କରିଆସୁଛୁ , ସରକାର ସେଥିପ୍ରତି ଅଣଦେଖା କରି ନ୍ୟାୟୋଚିତ ପଦକ୍ଷେପ ନ ନେଉଥିବା ଯୋଗୁଁ ସମୂହ ଛୁଟି ଓ ଏଭଳି ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛୁ ବୋଲି କହିଥିଲେ ।
ସେହିଭଳି , ସହକାରୀ କୃଷି ଅଧିକାରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ କହିଛନ୍ତି ଯେ , ଆମର କେଡର ପୁନର୍ବିନ୍ୟାସ କରାଯିବାରେ ବିଳମ୍ବ ହେବା ଯୋଗୁଁ ଓଡିଶା କୃଷି ସେବା ସଂଘ ନିର୍ଦ୍ଦେଶ ପ୍ରକାରେ ଆମେ ଗତ ଅଗଷ୍ଟ ୩୧ ରୁ ସାମୁହିକ ଛୁଟିରେ ଅଛୁ । ଯେଉଁ ପର୍ଯ୍ୟନ୍ତ ସରକାର ଆମର ଦାବୀ ତଥା ଅନୁରୋଧ ରକ୍ଷା ନ କରିଛନ୍ତି , ସେ ପର୍ଯନ୍ତ ଆମେ ସାମୁହିକ ଛୁଟିରେ ରହିବୁ । ଆମର ଦାବୀ – ଆମର କେଡର ପୁନାର୍ବିନ୍ୟାସ କରାଯାଉ । ଆମର ଏଡିଏଓ: ଏବଂ ସିଡ଼ିଏଓ: ଏଇ ଗୋଟିଏ ରେଙ୍କରେ ଆମେ ବହୁଦିନ ଧରି ରହିଛୁ ଓ ଏଏଓ: ରେ ଆମେ ବହୁ ଦିନଧରି ରହି ଆସିଛୁ । ଏଥିରେ ଆମର କିଛି ପୁନର୍ବିନ୍ୟାସ କରାଗଲେ ଆମେ ଚୀର ଉପକୃତ ହେବୁ ବୋଲି କହିଛନ୍ତି ।
ଏହି ଶାନ୍ତିପୂର୍ଣ୍ଣ ଧାରଣା କାର୍ଟ୍ୟକ୍ରମରେ ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାସ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଇରେନୀଆସ ପ୍ରଧାନ , ଏଡିଓ: ଶ୍ରୀ ରାମ ପ୍ରସାଦ ପାତ୍ର ଏବଂ ସହକାରୀ କୃଷି ଅଧିକାରୀ ଶ୍ରୀ ସୁରଜ୍ କୁମାର ପାତ୍ର\’ଙ୍କ ସମେତ କୃଷି , ଉଦ୍ୟାନ ଓ ମୃତ୍ତିକା ସଂରକ୍ଷଣ ବିଭାଗ\’ର ବହୁ ସଂଖ୍ୟାରେ ଅଧିକାରୀ ମାନେ ସାମିଲ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031