Indus Valley Times

ଗଜପତି : ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି-ଶୃଙ୍ଖଳାର ସହ ସମ୍ପନ୍ନ

 Breaking News

ଗଜପତି : ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି-ଶୃଙ୍ଖଳାର ସହ ସମ୍ପନ୍ନ

July 20
10:44 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୦/୭: ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ଦୀର୍ଘ ୧୨ ଦିନର ଲୀଳା ଖେଳ ସାରି ଆଜି ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିର ରତ୍ନ ବେଦୀକୁ ଯାଇଛନ୍ତି ।
ବାହୁଡା ଯାତ୍ରା ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ତିନି ରଥଟଣା ବେଳେ ପାରମ୍ପରିକ ପ୍ରକାରେ ବଡଦାଣ୍ଡର ଅଧ ବାଟରେ ଅଟକି ରହିଥିଲା । ଆଜି ନୀଳାଦ୍ରି ବିଜେ ଅବସରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ତିନିରଥ ଯଥା:- ତାଳଧ୍ଵଜ , ଦର୍ପଦଳନ ଓ ନନ୍ଦିଘୋଷ ରଥ ପୂର୍ବାହ୍ନରେ ଟଣା ହୋଇଥିଲା ।
ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥକୁ ଆଜି ଶ୍ରଦ୍ଧାଳୁ ଭକ୍ତମାନଙ୍କ ସହିତ ପୋଲିସ ବାହିନୀ ମିଳିତ ଭାବେ ଟାଣିଥିବା ବେଳେ ମା ଶୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳା ଯୁବତୀ ମାନେ ମହିଳା ପୋଲିସ ମାନଙ୍କ ସହିତ ମିଶି ଟାଣି ଥିଲେ ଏବଂ ବଡ ଠାକୁର ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଛୋଟ ଠାରୁ ବଡ଼ ଓ ପୋଲିସ ମାନେ ଏବଂ ଉପସ୍ଥିତ ସମସ୍ତେ ଟାଣି ଥିଲେ ।
ବଡ ଠାକୁରଙ୍କୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ପହଞ୍ଚିବା ପୂର୍ବରୁ କିଛି ଦୂର ବଡଦାଣ୍ଡ ଅଟକି ରହିଥିଲା ।
ସେଠାରେ ବଡ ଠାକୁର ଶ୍ରୀ ଜଗନ୍ନାଥଙ୍କ ଲକ୍ଷ୍ମୀ-ନାରାୟଣ ଭେଟ କାର୍ଯ୍ୟକ୍ରମ ପାରମ୍ପରିକ ପୁଜାର୍ଚ୍ଚନା ଓ ରୀତିନୀତି ପ୍ରକାରେ ଅନୁଷ୍ଠିତ ହେବା ସହ ରାଜଭୋଗ ନୀତି ଏବଂ ଆଳତି କାର୍ଯ୍ୟକ୍ରମ ବଡ଼ପଣ୍ଡାଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା ।
ଏହି ଲକ୍ଷ୍ମୀ-ନାରାୟଣ ଭେଟ ଓ ଆଳତି କାର୍ଯ୍ୟକ୍ରମ ଦର୍ଶନ ଓ ଉପଭୋଗ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗାମ ହୋଇଥିଲା ।
ମହିଳା ମାନଙ୍କ ହୁଳହୁଳି , ଶ୍ରଦ୍ଧାଳୁ ମାନଙ୍କ ହରିବୋଲ ଓ ଜୟ ଜଗନ୍ନାଥ ଏବଂ ରଥ ଉପରେ ସେବାୟତ ମାନଙ୍କ ଘଣ୍ଟବାଜା ଓ ଶଙ୍ଖ ନାଦରେ ବଡଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ପ୍ରକମ୍ପିତ ହୋଇ ଉଠିଥିଲା ।
ଲକ୍ଷ୍ମୀ-ନାରାୟଣ ଭେଟ ଓ ଆଳତି କାର୍ଯ୍ୟକ୍ରମ ସମ୍ପନ୍ନ ହେବା ପରେ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁ ମାନେ ଶ୍ରୀମନ୍ଦିର ପରିସର ଅଭିମୁଖେ ଟାଣି ନେଇଥିଲେ ।
ସେଠାରେ ଶ୍ରୀମନ୍ଦିର ରତ୍ନବେଦୀକୁ ବଡ ଠାକୁର ଶ୍ରୀ ଜଗନ୍ନାଥ ପ୍ରବେଶ ପୂର୍ବରୁ ପାରମ୍ପରିକ ରୀତିନୀତି ପ୍ରକାରେ ମାନସ ଭଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେର ସମସ୍ତ କାର୍ଯ୍ୟକ୍ରମ ବେଳେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ଓ ପୋଲିସ ବାହିନୀ ମୃତାୟନ୍ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930