Indus Valley Times

ଗଜପତି: ଚନ୍ଦ୍ରଗିରି ଠାରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସସିପି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଚନ୍ଦ୍ରଗିରି ଠାରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସସିପି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଚନ୍ଦ୍ରଗିରି ଠାରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସସିପି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ
July 11
22:27 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୧/୭ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିର କାଲିଆପଟା ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଶିଳ୍ପ ତାଲିମ କେନ୍ଦ୍ର ଏବଂ ଗଜପତି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସସିପ ମେଳା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପ୍ରଧାନମନ୍ତ୍ରୀ ଦକ୍ଷତା ଇଣ୍ଡିଆ ମିଶନ ଅଧିନସ୍ଥ କେନ୍ଦ୍ର ସରକାର\’ଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗୀତା ମନ୍ତ୍ରଣାଳୟ ଆନ୍ତର୍ଗତରେ ଏହି ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସସିପ ମେଳା କା ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଆଇଟିଆଇ ପାସ-ଆଉଟ ଛାତ୍ରଛାତ୍ରୀ ମାନଙ୍କ ସମେତ ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ନିମନ୍ତେ ଆତ୍ମନିର୍ଭର ପାଇଁ ଅଧିକ ଆପ୍ରେଣ୍ଟିସସିପ ନିଯୁକ୍ତିର ସୁଯୋଗ ଉପଲବ୍ଧ କରାଇବା ନିମନ୍ତେ ଭାରତ ସରକାରଙ୍କ ପକ୍ଷରୁ ଏଭଳି ପ୍ରୟାସ କରା ଯାଇଥିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ଅବସରରେ ଗଜପତି ଜିଲ୍ଲାର ଚନ୍ଦ୍ରଗିରି , ରାୟଗଡ ଓ ଗୁମ୍ମା ଠାରେ ଥିବା ସରକାରୀ ଆଇଟିଆଇ (ଶିଳ୍ପ ତାଲିମ କେନ୍ଦ୍ର )ରେ ତାଲିମ ନେଇ ପାସ-ଆଉଟ ହୋଇଥିବା ଶତାଧିକ ଶିକ୍ଷିତ ଛାତ୍ରଛାତ୍ରୀ ବିଭିନ୍ନ କମ୍ପାନୀରେ ଇଲେକଟ୍ରିକାଲ , ୱେଲଡ଼ର , ଫିଟର ଓ ଏମଏମଭି ଟ୍ରେଡ଼ରେ ମୋଟ ୬୬ ଜଣ ଆପ୍ରେଣ୍ଟିସସିପ ଭିତ୍ତିକ ନିଯୁକ୍ତି ପାଇଁ ଦରଖାସ୍ତ କରି ନାମ ପଞ୍ଜିକରଣ କରିଥିଲେ ।
ଏହି ଅବସରରେ ବିଭିନ୍ନ ଟ୍ରେଡ଼ ପାଇଁ ଦରଖାସ୍ତ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରାରମ୍ଭରେ ଶିଳ୍ପ ତାଲିମ କେନ୍ଦ୍ରର ୱାଇଡିଏମ- ଟାଟା ଷ୍ଟାଇଭ ଫେସିଲିଟେଟର ଶ୍ରୀ ସଂଜିତ କୁମାର ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ ଲାରିଥିଲେ ।
ଚନ୍ଦ୍ରଗିରି ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ଜଗଦିଶ ହାଇବ୍ରୁଙ୍କ ସଭାପତିତ୍ୱରେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆପ୍ରେଣ୍ଟିସସିପି କଣ , ଏହାର ଆବଶ୍ୟକତା ଓ ଭବିଷ୍ୟତ ଉପକାରୀତା ଏବଂ ଏଥିରେ ରହିଥିବା ସୁବିଧା ସୁଯୋଗର ବିଭିନ୍ନ ଦିଗ ସମ୍ପର୍କରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଓପିଟିସିଏଲ ଚନ୍ଦ୍ରଗିରିର ସହକାରୀ ଯନ୍ତ୍ରୀ ଶ୍ରୀ ଉମାକାନ୍ତ ଗୌଡ଼ , ଓପିଟିସିଏଲ\’ର ସହକାରୀ ପରିଚାଳକ ଶ୍ରୀ ପ୍ରଭାତ ପଟନାୟକ , ରାୟଗଡା ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ପ୍ରକାଶ ରଞ୍ଜନ ସୋରେନ , ଜିଲ୍ଲା ଶିଳ୍ପ କେନ୍ଦ୍ରର ମୁଖ୍ୟ ପରିଚାଳକ ଶ୍ରୀ ଏସ: ସୂନା ରାମ ସିଂହ , ପ୍ରମୁଖ ଯୋଗଦେଇ ଆଇଟିଆଇ ପାସ-ଆଉଟ ପରେ ଆପ୍ରେଣ୍ଟିସସିପ ନିଯୁକ୍ତିର ଆବଶ୍ୟକତା ଉପରେ କହି ଜୀବନରେ କିଛି ଯୋଜନା ବଦ୍ଧ ହୋଇ ନିଜର ଭବିଷ୍ୟତ ଗଢିବାକୁ ଆହ୍ବାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସନସାଇନ ହେଲଥ କେୟାର ସର୍ଭିସେସ , ଏସଆଇଏସ ସିକୁରିଟି , ରାୟମଣ୍ଡ ଗ୍ରୁପ , ଆରଏନଡି ସଫେଟେକ ପ୍ରାଇଭେଟ ଲିମିଟେଡ଼ , ହାଇଦ୍ରାବାଦ ସ୍ଥିତ ଉଷା ଇଣ୍ଟରନେସନେଲ ଲିମିଟେଡ଼, ରାନେ ମାଡ୍ରାସ ଲିମିଟେଡ଼ , ବିଷ୍ଣୁ କେମିକାଲ ଲିମିଟେଡ଼ , ଏମଏସ ଭେଲଜନ ଡେନିସନ ଲିମିଟେଡ଼ ସମେତ ମହେନ୍ଦ୍ରଗଡ଼ର ହିରୋ ମୋଟର୍ସ ଏବଂ ଓପିଟିସିଏଲ ପ୍ରମୁଖ ଯୋଗଦେଇ ସେମାନଙ୍କ ସଂସ୍ଥାର କାର୍ଯ୍ୟକ୍ରମ ଓ ସେଥିରେ ରହିଥିବା ନୀତିନିୟମ ଓ ସୁବିଧା ଏବଂ ଭବିଷ୍ୟତରେ ଏହୀ ଆପ୍ରେଣ୍ଟିସସିପ ନିଯୁକ୍ତିର ଅଭିଜ୍ଞତା ଓ ଅନୁଭୂତି ଦିଗରେ କିଭଳି ଉପକାରରେ ଆସିଥାଏ , ସେ ସମ୍ପର୍କରେ କହିଥିଲେ ।
ଏହି ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସସିପି ମେଳା ଗଜପତି ଜିଲ୍ଲାର ସେଞ୍ଚୁରିଅନ ୟୁନିଭରସିଟିର ଗ୍ରାମତରଙ୍ଗ ଏବଂ ଚନ୍ଦ୍ରଗିରି-କାଳିଆପଟା ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆଇ ) ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୭ ଜଣ ଏମ୍ପ୍ଲୟାର୍ସ ଓ ମୋଟ ୧୨୯ ଜଣ ପାସ-ଆଉଟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031