Indus Valley Times

ଗଜପତି :ଜବାହର ନବୋଦୟ ବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀଙ୍କ ପ୍ରାୟୋଜିତ “ପରୀକ୍ଷା ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି :ଜବାହର ନବୋଦୟ ବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀଙ୍କ ପ୍ରାୟୋଜିତ “ପରୀକ୍ଷା ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ଅନୁଷ୍ଠିତ

January 27
20:01 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୭/୧: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡ଼ା ଠାରେ ଥିବା ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ଆଜି ଯଶଶ୍ଵି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କ ପ୍ରାୟୋଜିତ “ପରୀକ୍ଷା ପେ ଚର୍ଚ୍ଚା-୨୦୨୩” ଷଷ୍ଠ ସଂସ୍କରଣ ବଡ଼ ପରଦାରେ ପ୍ରଦର୍ଶିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟର ମିଟିଂ ହଲ ଠାରେ ବିଦ୍ୟାଳୟ ପକ୍ଷରୁ ନବମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଥିବା ଶତାଧିକ ଛାତ୍ରଛାତ୍ରୀ ଯଶସ୍ଵି ପ୍ରଧାନମନ୍ତ୍ରୀଙ୍କ ପ୍ରାୟୋଜିତ “ପରୀକ୍ଷା ପେ ଚର୍ଚ୍ଚା” ପ୍ରଦର୍ଶିତ କାର୍ଯ୍ୟକ୍ରମକୁ ବଡ଼ ପରଦାରେ ଉତ୍ସାହର ସହିତ ଦେଖିଥିଲେ ।
ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ର ଶ୍ରୀ ଦେବାଶିଷ ପାତ୍ର ଏବଂ ଛାତ୍ରୀ ଇଶାରାଣୀ ମିଶାଲ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ , ଛାତ୍ରଛାତ୍ରୀ ମାନେ ପ୍ରଧାନମନ୍ତ୍ରୀଙ୍କ ଏହି “ପରୀକ୍ଷା ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ଦେଖି ବହୁ ଉପକୃତ ହେବା ସହ ସଫଳ ମଧ୍ୟ ହୋଇଛନ୍ତି ।
ମୁଖ୍ୟତଃ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବା ବେଳେ ଓ ପୂର୍ବରୁ ଅନେକ ଚାପର ସମ୍ମୁଖୀନ ହୋଇ ପରୀକ୍ଷା ଦେଇ ଭଲ ଫଳ କରିବାରେ ସଫଳ ହୋଇ ନ ଥାନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି “ପରୀକ୍ଷା ପେ ଚର୍ଚ୍ଚା” କାର୍ଯ୍ୟକ୍ରମରେ ପରୀକ୍ଷା ସମ୍ବନ୍ଧୀୟ ଅନେକ ପ୍ରଶ୍ନର ଉତ୍ତର ଓ ସମାଧାନର ବାଟ ମିଳିଥାଏ । ଅନେକ ଉପାଦେୟ ତଥ୍ୟ ସାଙ୍ଗକୁ ବହୁ ପ୍ରେରଣା ମଧ୍ୟ ମିଳୁଛି । ଏହା ଏକ ଭଲ ପ୍ରାୟୋଜିତ କାର୍ଯ୍ୟକ୍ରମ ।
ଏହି କାର୍ଯ୍ୟକ୍ରମ ପ୍ରତି ଆମେ ପ୍ରେରିତ ହୋଇ ନିଶ୍ଚିତ ଭାବେ ଆଗାମୀ ପରୀକ୍ଷା ଗୁଡିକରେ ଭଲ ରେଜଲ୍ଟ କରିବୁ । ଏଥି ସହିତ ଏଭଳି କାର୍ଯ୍ୟକ୍ରମ ଯୋଗୁଁ ଛାତ୍ରଛାତ୍ରୀ ବିଶେଷ ଉପକୃତ ହେଉଥିବା ଯୋଗୁଁ ଆମେ ଯଶଶ୍ୱୀ ପ୍ରଧାନମନ୍ତ୍ରୀଙ୍କ ଠାରେ ଆମେ ଚିର କୃତଜ୍ଞ ବୋଲି କହିଛନ୍ତି।
ସେହିଭଳି ବିଦ୍ୟାଳୟର ପ୍ରିନିସିପାଲ ଶ୍ରୀ ପ୍ରଦୀପ କୁମାର ପଣ୍ଡା , ପ୍ରଧାନମନ୍ତ୍ରୀ ତାଙ୍କର ପ୍ରାୟୋଜିତ “ପରୀକ୍ଷା ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ଚାପମୂକ୍ତ ପରୀକ୍ଷା ଦେବା କ୍ଷେତ୍ରରେ ଯେଉଁ ପ୍ରେରଣା ଓ ମାର୍ଗଦର୍ଶନ ଦେଉଛନ୍ତି , ସେଥିରେ ଛାତ୍ରଛାତ୍ରୀ ମାନେ ନିଶ୍ଚିତ ଭାବେ ବେଶ ଲାଭାନ୍ଵିତ ହେବେ ଏବଂ ଆଗାମୀ ପରୀକ୍ଷା ମାନଙ୍କରେ ଚପମୁକ୍ତ ହୋଇ ଆଶାନୁରୂପ ଭଲ ଫଳ ପାଇବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟତ୍ରୀ ସାମିଲ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031