Indus Valley Times

ଗଜପତି : ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷା ବିଭାଗରେ ଅଭିନବ ପଦକ୍ଷେପ, “ଗଜପତି ଶିକ୍ଷା ଆରୋହଣ କାର୍ଯ୍ୟକ୍ରମ

 Breaking News

ଗଜପତି : ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷା ବିଭାଗରେ ଅଭିନବ ପଦକ୍ଷେପ, “ଗଜପତି ଶିକ୍ଷା ଆରୋହଣ କାର୍ଯ୍ୟକ୍ରମ

July 19
19:28 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୯/୭: ଗଜପତି ଜ଼ିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ୱରେ ଆକାଂକ୍ଷା ଜ଼ିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ଗଜପତି ଜ଼ିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ପଦକ୍ଷେପ ସ୍ୱରୂପ “ଗଜପତି ଶିକ୍ଷା ଆରୋହଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟତଃ ଚଳିତ ରାଜ୍ୟ ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ସରକାରୀ ବିଦ୍ୟାଳୟର ଏ୧ ଗ୍ରେଡ୍ ରଖିଥିବା ଛାତ୍ରଛାତ୍ରୀଙ୍କ ପ୍ରଧାନଶିକ୍ଷକ ଏବଂ ଏ୨ ଗ୍ରେଡ୍ ରେ ୧୦ ପ୍ରତିଶତରୁ ଅଧିକ ଫଳ ଆଣିଥିବା ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସିଆରସିସି ଏଭଳି ମୋଟ ୪୫ ଜଣଙ୍କୁ ନେଇ ଦକ୍ଷତା ବିକାଶ ପାଇଁ ପଞ୍ଚ ଦିବସୀୟ ଏକ ଆବାସିକ ତାଲିମ ସହ ସହ ଏକ୍ସପୋଜର ପରିଦର୍ଶନ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ରାଜସ୍ଥାନର ଝୁଣୁଝୁଣୁ ଜ଼ିଲ୍ଲା ବଗଡ ଅନ୍ତର୍ଗତ ପିରାମଲ ସ୍କୁଲ ଅଫ ଲିଡରସିପ ଓ ଦିଲ୍ଲୀ ଗସ୍ତ ର କାର୍ଯ୍ୟକ୍ରମ ରହିଛି ।
ଏଥିରେ ଶିକ୍ଷା ବିଭାଗର ଅଧିକାରୀଙ୍କ ସମେତ ଜ଼ିଲ୍ଲା ମଙ୍ଗଳ ବିଭାଗର ଡବ୍ଲ୍ୟୁଇଓ ଏବିଇଓ: ଅଧିକାରୀ ମାନେ ଓ ସମଗ୍ର ଶିକ୍ଷା ପେଡ଼ାଗୋଜି ସଂଯୋଜକ ପ୍ରମୁଖ ମାନେ ଅଂଶଗ୍ରହଣ କରିବେ ।
ଜ଼ିଲ୍ଲାପାଳ ଶ୍ରୀ ପଣ୍ଡା , ସମସ୍ତ ଉପସ୍ଥିତ ପ୍ରଧାନଶିକ୍ଷକ ଓ ସିଆରସିସି: ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ମାଷ୍ଟର ଟ୍ରେନର ଭାବେ ପ୍ରସ୍ତୁତ କରାଯାଇ ଜ଼ିଲ୍ଲାରେ ଶିକ୍ଷାର ବିକାଶ କ୍ଷେତ୍ରରେ ନିଜକୁ ସାମିଲ କରିବା ଓ ନୂତନ ଶିକ୍ଷା କାର୍ଯ୍ୟଶୈଳୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଖିବାକୁ ଉପଦେଶ ଦେଇଥିଲେ ।
ଆଜିର କାର୍ଯ୍ୟକ୍ରମ ଶୁଭାରମ୍ଭ ପୂର୍ବରୁ କଲେକ୍ଟୋରେଟର ୪ର୍ଥ ନଂ ସମ୍ମିଳନୀ କକ୍ଷ ଠାରେ ଜ଼ିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ସମ୍ପୃକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ସମସ୍ତ ଅଂଶଗ୍ରହଣ କାରୀ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିବା ସହ ଜ଼ିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ବିଭକ୍ତ ପ୍ରତ୍ୟେକ ଦଳ ୫ଟି ବିନ୍ଦୁ ବିସ୍ତୃତ ଭାବେ ପ୍ରଦାନ କରିବାକୁ କହିଥିଲେ ।
ପରେ ଜ଼ିଲ୍ଲାପାଳ ଶ୍ରୀ ପଣ୍ଡା , ସବୁଜ ପତାକା ଦେଖାଇ ଯାତ୍ରା-ବସର ଶୁଭାରମ୍ଭ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ନୀତି ଆୟୋଗର ଆକାଂକ୍ଷା ଜ଼ିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ , ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନର ଜ଼ିଲ୍ଲା ପ୍ରତିନିଧି ଗାନ୍ଧୀ ଫେଲୋ ଶ୍ରୀ ଆୟୁଷ ହର୍ଷ ଫରହାନ ଓ ଉପାସନା ପ୍ରମୁଖ ଉପସ୍ଥିତ ରହି ଆଜିର ଏହି ସମସ୍ତ ଅଭିଯାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031