Indus Valley Times

ଗଜପତି : ଜାତି, କୂଳ ସମାଜ ଓ ବିଭିନ୍ନ ସଂଘଠନ ର ନେତା/ ମୁଖିୟା ମାନଙ୍କୁ ନେଇ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଜାତି, କୂଳ ସମାଜ ଓ ବିଭିନ୍ନ ସଂଘଠନ ର ନେତା/ ମୁଖିୟା ମାନଙ୍କୁ ନେଇ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

August 31
19:34 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୧/୮: ଗଜପତି ଜିଲ୍ଲା ଅନ୍ତର୍ଗତ ରାୟଗଡ଼ ବ୍ଲକରେ ଜିଲ୍ଲା ପ୍ରଶାସନ ଓ କୈଳାଶ ସତ୍ୟାର୍ଥୀ ଚିଲ୍ଡରେନ୍ସ ଫଣ୍ଡ ଓ ସିସିଡି ଅନୁଷ୍ଟାନ ର ମିଳିତ ଉଦ୍ୟମରେ ବାଲ୍ୟ ବିବାହ , ଶିଶୁ ଚାଲାଣ , ଶିଶୁ ଯୌନ ନିର‌୍ୟାତନା ବନ୍ଦ କରିବା ସହ କିଶୋର ଓ କିଶୋରୀ ମାନଙ୍କ ସଶକ୍ତିକରଣ ନିମନ୍ତେ ଜାତି କୁଳ , ସମାଜ , ଓ ବିଭିନ୍ନ ସଂଗଠନର ମୁଖିଆ, ଓ ସରପଞ୍ଚ ମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ସଚେତନତା କାର‌୍ୟ୍ୟକ୍ରମ ରାୟଗଡ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇ ଯାଇଅଛି ।
ଉକ୍ତ କାର‌୍ୟ୍ୟକ୍ରମ ରେ ୯୦ ଜଣ ଜାତି , କୁଳ ସମାଜ ର ମୁଖିଆ , ଆଇସିଡ଼ିଏସ: , ସ୍ବେଛାସେବୀ ସଂସ୍ଥା , ସରପଞ୍ଚ , ଓ ଓଡିଶା ଜୀବିକା ମିଶନ ରାୟଗଡାର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଜାତି, କୁଳ, ସମାଜ ଓ ବିଭିନ୍ନ ସଂଘଠନ ର ମୁଖିଆ ମାନେ କିପରି ନିଜ ଅଞ୍ଚଳରେ ଥିବା ଶିଶୁ ମାନଙ୍କୁ ସୁରକ୍ଷା ଯୋଗାଇବା ସହ ସେମାନକୁ କିପରି ସଶକ୍ତିକରଣ କରିପାରିବେ , ସେହି ବିଷୟରେ ଆଲୋଚନା କରା ଯାଇଥିଲା ।
ଶିଶୁ ସୁରକ୍ଷା ଅଧିକାରୀ , ଶିଶୁମାନଙ୍କ ବିଭିନ୍ନ ଯୋଜନା ବିଷୟରେ ଜଣାଇବା ସହ , ପାଞ୍ଚାୟତସ୍ତରେ ୫ ପ୍ରତିଶତ ୟୁନାଇଟେଡ ଗ୍ରାଣ୍ଡ କିପରି ଶିଶୁଙ୍କ ପାଇଁ ଖର୍ଚ୍ଚ କରିପାରିବା ସେହି ବିଷୟରେ ବୁଝାଇବା ସହ ସିଡ଼ିପିଓ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ବିଷୟରେ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମରେ ରାୟଗଡ଼ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣବାସୀ ନାୟକ , ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଜ୍ୟୋତି ପ୍ରସାଦ ପାଣି , ବ୍ଲକ୍ ବିଡ଼ିଓ ଶ୍ରୀ ସୁଧୀର କୁମାର ସିଂ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ସିସିଡ଼ି-ସମ୍ପାଦକ ଶ୍ରୀ ଏ: ଜଗନ୍ନାଥ ରାଜୁ , ସିଦିପିଓ: ସୁଶ୍ରୀ ତେରେସ୍କୋବା ମଲ୍ଲିକ , ବିଇଓ: ଶ୍ରୀ ଧନେଶ୍ଵର କାଉଁର , ଲତିକା ଦେବୀ ଓଏଲଏମ- ବିପିସି ଲତିକା ଦେବୀ , ସୁସ୍ମିତା ଜିଲ୍ଲା ସଂଯୋଜକ- ଅରୁଣା:- ସସ୍ମିତା ଏବଂ ଜିଲ୍ଲା ସଂଯୋଜକ- ସିସିଡ଼ି ଶ୍ରୀ ବିଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। । ।
କାର୍ଯ୍ୟକ୍ରମକୁ କୈଳାଶ ସତ୍ୟାର୍ଥୀ ଚିର୍ଲେସ୍ନେ ଫଣ୍ଡ ଓ ଅରୁଣା ଅନୁଷ୍ଟାନ ର କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031