Indus Valley Times

ଗଜପତି : ଜିଲ୍ଲାବ୍ୟାପୀ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ – ୨୦୨୪ ପ୍ରଚାର ରଥର ଶୁଭାରମ୍ଭ

 Breaking News

ଗଜପତି : ଜିଲ୍ଲାବ୍ୟାପୀ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ – ୨୦୨୪ ପ୍ରଚାର ରଥର ଶୁଭାରମ୍ଭ

ଗଜପତି : ଜିଲ୍ଲାବ୍ୟାପୀ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ – ୨୦୨୪ ପ୍ରଚାର ରଥର ଶୁଭାରମ୍ଭ
July 02
19:34 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨/୭: ଗଜପତି ଜିଲ୍ଲା ବ୍ୟାପୀ ଦୀର୍ଘ ୨ ମାସ ଧରି ଜିଲ୍ଲାବ୍ୟାପୀ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ -୨୦୨୪ ପ୍ରଚାର ରଥର ଶୁଭାରମ୍ଭ ଆଜି ସିଡିଏମଓ: ଡ଼ାଃ ଏମ: ମୁବାରକ ଅଲ୍ଲୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି ।
ବର୍ଷା ମାସରେ ଅଧିକାଂଶରେ ଲୋକଙ୍କୁ ଡେଙ୍ଗୁ , ଡାଇରିଆ ଓ ମ୍ୟାଲେରିଆ ରୋଗ ହୋଇଥାଏ । ନାଳ ଓ ପରିବେଶ ସଫାସୁତୁରା ନ ରହିବା ଫଳରେ ସେଠାରେ ମଶା ମାଛିଙ୍କ ବଂଶ ବୃଦ୍ଧି ହେବାରେ ସହାୟକ ହେବା ସହ ଡେଙ୍ଗୁ , ଡାଇରିଆ ଓ ମ୍ୟାଲେରିଆ ପ୍ରଭୃତି ରୋଗ ହୋଇଥାଏ ।
ଏହି ରୋଗ ଆକ୍ରମଣ ଦାଉରୁ କିଭଳି ନିଜକୁ ସତର୍କତାର ସହ ସୁରକ୍ଷିତ ରଖିପାରିବେ ସେଥିପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଛି ।
ସିଡିଏମଓ: ଡ଼ାଃ ଅଲ୍ଲୀ ପ୍ରଚାର ଅଭିଯାନ ରଥର ଶୁଭାରମ୍ଭ କରି ଆଜି ଜୁଲାଇ ୧ ତାରିଖ ଠାରୁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଏହିରଥ ଜିଲ୍ଲାବ୍ୟାପୀ ବିଭିନ୍ନ ଗ୍ରାମ ଯାଇ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ଡେଙ୍ଗୁ , ଡାଇରିଆ ଓ ମ୍ୟାଲେରିଆ ରୋଗ ସମେତ ଅନ୍ୟାନ୍ୟ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହ ସଚେତନତା ପ୍ରଚାର୍ ପତ୍ର ମଧ୍ୟ ବଣ୍ଟନ କରିବେ ।
ଏଥିସହ ଏଏନଏମ: ସ୍ବାସ୍ଥ୍ୟକର୍ମୀ , ଆଶା ଓ ଅଙ୍ଗନବାଡି କର୍ମୀ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପ୍ରତ୍ୟେକ ଘରକୁ ଘର ଯାଇ ରୋଗ ଗୁଡ଼ିକ ଉପରେ ନିରୀକ୍ଷଣ କରିବା ସହ ସମ୍ପୂର୍ଣ ଟିକାକରଣ ବ୍ୟବସ୍ଥା କରାଇ ଉପରୋକ୍ତ ରୋଗ ଗୁଡ଼ିକ ଉପରେ ଲୋକଙ୍କୁ ସଚେତନ କରାଇବେ ବୋଲି କହିଛନ୍ତି ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଲେପ୍ରୋଷି ଅଫିସର ଡ଼ାଃ ଇନ୍ଦିରା ମହାପାତ୍ର , ଏଡିପିଏଚଓ: ଶ୍ରୀମତୀ ନୟନା ମଲ୍ଲିକ , ଏପିଡେମିଲୋଜିଷ୍ଟ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ଏବଂ ସମନ୍ୱିତ ରୋଗ ସର୍ବେକ୍ଷଣ କାର‌୍ୟ୍ୟକ୍ରମ ଅଧିକାରୀ ଶ୍ରୀ ତୁଷାର ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଶ୍ରୀ ତୁଷାର ପଟ୍ଟନାୟକ ସମସ୍ତ କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031