Indus Valley Times

ଗଜପତି : ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ”ଆକାଂକ୍ଷାକୁ ମିଳିଲା “ପ୍ରକୃତି-ମିତ୍ର” ପୁରସ୍କାର

 Breaking News

ଗଜପତି : ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ”ଆକାଂକ୍ଷାକୁ ମିଳିଲା “ପ୍ରକୃତି-ମିତ୍ର” ପୁରସ୍କାର

June 05
21:18 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୫/୬ : ବିଶ୍ଵ ପରିବେଶ ଦିବସ-୨୦୨୨ ପାଳନ ଅବସରରେ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ “ଆକାଂକ୍ଷା” କୁ ମିଳିଲା ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର ।
ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦିରେ ବିଶେଷ ସକ୍ରିୟତା ଯୋଗୁଁ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ରାଜ୍ୟ ସରକାରଙ୍କ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଏକ ବର୍ଣ୍ଣାଢ୍ୟପୂର୍ଣ୍ଣ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀମତୀ ମୋନା ଶର୍ମା , ଅତିରିକ୍ତ ଶାସନ ସଚିବଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା ।
ଉକ୍ତ ସଭାରେ ସମ୍ମାନିତ ଅତିଥି ରୂପେ ଚିଲିକା ଉନ୍ନୟନ ଅଧିକାରୀ ଶ୍ରୀ ରତିକାନ୍ତ ଜେନା , ପ୍ରୋଗ୍ରାମ କର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭୁବନେଶ୍ୱର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ ।
ଆକାଂକ୍ଷା ମହିଳା ସଙ୍ଗଠନର ସମ୍ପାଦିକା ଶ୍ରୀମତୀ ମୀନା କୁମାରୀ ଟହଲ , ଉପଦେଷ୍ଟା ଡ଼ଃ କଲ୍ୟାଣୀ ମିଶ୍ର , ସଦସ୍ୟା ଶ୍ରୀମତୀ ଅଳକା ସାହୁଙ୍କ ସହ ଏହି ସମ୍ମାନ ଜନକ ରାଜ୍ୟସ୍ତରୀୟ ପୁରସ୍କାର ଗ୍ରହଣ କରିଥିଲେ ।
ଏଥି ନିମନ୍ତେ ସଙ୍ଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଉପଦେଷ୍ଟା ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ , କୋଷାଧ୍ୟକ୍ଷା ଶ୍ରୀମତୀ ସରିତା ପାଣିଗ୍ରାହୀ , ସଙ୍ଗଠନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସଙ୍ଗଠନର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ବିଶିଷ୍ଟ ବୁଦ୍ଧିଜୀବୀ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଶ୍ରୀ ହରିମୋହନ ପଟ୍ଟନାୟକ , ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା , ଶିକ୍ଷାବିତ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଶ୍ରୀ ଗୋପାଳଚନ୍ଦ୍ର ଶତପଥୀ , ଶ୍ରୀ ଭାଗବତ ପାଢୀ , ଶ୍ରୀ ମୁରଲୀଧର ପରିଚ୍ଛା ପ୍ରମୁଖ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031