Indus Valley Times

ଗଜପତି : ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ-୨୦୨୨ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ-୨୦୨୨ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ-୨୦୨୨ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
December 03
20:58 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩/୧୨: ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ୨୦୨୨ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରୁ ଜିଲ୍ଲାର ବିଭିନ୍ନ ବ୍ଲକାଞ୍ଚଳରୁ ଆସିଥିବା ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଶ୍ରୀ ପ୍ରଦୀପ କୁମାର ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ପରେ ଆରସେଟି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ସଚେତନତା ସଭା ଓ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତା କରି ଭିନ୍ନକ୍ଷମ ମାନେ ସବୁ କ୍ଷେତ୍ରରେ ସକ୍ଷମ ହେଲେଣି ।
ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସମ୍ମାନର ସହ ସାହାଯ୍ୟ ଓ ସହାନୁଭୂତି ଦେଖାଇଲେ ସେମାନେ ନିଜକୁ ସଶକ୍ତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ଭିନ୍ନକ୍ଷମ ମାନେ ସକ୍ଷମ ମାନଙ୍କ ଠାରୁ ଯଥେଷ୍ଟ ଅଧିକ ବୋଲି କହି ଭିନ୍ନକ୍ଷମ ମାନଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ କହିଥିଲେ ।
କାର୍ଯ୍ୟକ୍ରମରେ ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ଯୋଗଦେଇ ଜିଲ୍ଲା-ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।
ସେହିଭଳି ଭିନ୍ନକ୍ଷମ ମାନଙ୍କ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟ କରି ଆସୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସିସିଡି” ମୁଖ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁ ଭିନ୍ନକ୍ଷମ ମାନେ ସଶକ୍ତ ଓ ସ୍ୱାବଲମ୍ବୀ ହୋଇ ସମାଜର ମୁଖ୍ୟ ସ୍ରୋତରେ ଯେଭଳି ସାମିଲ ହୋଇ ପାରିବେ ସେଥିପାଇଁ କଣ କଣ ସବୁ କାର୍ଯ୍ୟକ୍ରମ କରାଯାଉଛି ସେ ସମ୍ପର୍କରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଓଜେଏସ: ଶ୍ରୀ ସାଧକ କାର୍ଜି , ଓଡ଼ିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ଶ୍ରୀ ନିରଞ୍ଜନ ବେହେରା , ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ପାରଳା ବିଧାୟକ ପ୍ରତିନିଧି ଶ୍ରୀ ଆଦର୍ଶ ଦାସ ପ୍ରମୁଖ ମଞ୍ଚାସିନ ରହି ଭିନ୍ନକ୍ଷମ ମାନଙ୍କ ସକ୍ଷମ ଓ ସଶକ୍ତିକରଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଓଜେଏସ ଶ୍ରୀ ସାଧକ କାର୍ଜୀଙ୍କୁ ଉପଢ଼ୌକନ ଓ ମୋମେଣ୍ଟୋ ଦେଇ ସମ୍ମାନୀତ କରା ଯାଇଥିଲା ।
ସେହିଭଳି କାର୍ଯ୍ୟକ୍ରମ ଅବସରରେ ଭିନ୍ନକ୍ଷମ ଅନୁଷ୍ଠାନ \”ସମର୍ଥ\” ସଂପାଦକ ଶ୍ରୀ ସନ୍ତୋଷ କୁମାର ମହାରଣାଙ୍କ ନେତୃତ୍ୱରେ ଭିନ୍ନକ୍ଷମ ଭାଇ-ଭଉଣୀ ମାନଙ୍କ ପକ୍ଷରୁ ବିଭିନ୍ନ ଦାବୀ ରଖି ସେ ସବୁର ତ୍ଵରିତ ସମାଧାନର ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ଭିନ୍ନକ୍ଷମ ଡେପୁଟି କମିଶନର ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ ।
ପରେ ଭିନ୍ନକ୍ଷମ ମାନଙ୍କ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଓ ସହଯୋଗ କାର୍ଯ୍ୟ କରି ଆସୁଥିବା ବ୍ୟକ୍ତି ବିଶେଷ ଓ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ବଣ୍ଟନ କରା ଯାଇଥିଲା । ସେହିଭଳି ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ଭତ୍ତା-କାର୍ଡ ପ୍ରଦାନ କରା ଯାଇଥିବା ବେଳେ ୩ ଜଣଙ୍କୁ ଓଡ଼ିଶା ବ୍ଲାଇଣ୍ଡ ଫାଉଣ୍ଡେସନ ପକ୍ଷରୁ ସହାୟତା ରାଶି ଚେକ୍ ଏବଂ ଜଣକୁ ଆଶା-ବାଡି ପ୍ରଦାନ କରା ଯାଇଥିଲା ।
ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ପ୍ରାରମ୍ଭରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରି ଦିବ୍ୟାଙ୍ଗ ମାନେ ପ୍ରତ୍ୟେକ କ୍ଷେତ୍ରରେ ସମାନ ଅଧିକାର ସହ ସମାଜରେ ସମ୍ମାନର ସହ କିଭଳି ବଞ୍ଚିରହି ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ କହିଥିଲେ । ଅନ୍ୟପକ୍ଷରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ କନା ସବୁ କାର୍ଯ୍ୟକ୍ରମ କରାଯାଉଛି ଏବଂ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ କହିଥିଲେ ।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ ନାୟକ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଏବଂ ବିଭାଗୀୟ ଜିଲ୍ଲା ଉପଖଣ୍ଡିୟ ଅଧିକାରୀ ଶ୍ରୀମତୀ ଉତ୍ସର୍ଗିତା ରଇତ ଓ ସମର୍ଥ ସଂପାଦକ ଶ୍ରୀ ସନ୍ତୋଷ ମହାରଣା ପରିଚାଳନା ଓ ସହଯୋଗ କରିଥିଲେ ।
ଶତାଧିକ ସଂଖ୍ୟାରେ ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନେ ବିଭିନ୍ନ ବ୍ଲକ୍ ଅଞ୍ଚଳରୁ ଆସିଏହି କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031