Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ଜାତୀୟ ଗଣମାଧ୍ୟମ (ପ୍ରେସ) ଦିବସ -୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ଜାତୀୟ ଗଣମାଧ୍ୟମ (ପ୍ରେସ) ଦିବସ -୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

November 16
23:17 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି, ୧୬/୧୧: ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର ସମ୍ମିଳନୀ ଲକ୍ଷ୍ୟ ଠାରେ ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ଗଣମାଧ୍ୟମ(ପ୍ରେସ) ଦିବସ -୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ “ରାଷ୍ଟ୍ର ଗଠନରେ ଗଣ ମାଧ୍ୟମର ଭୂମିକା ସମ୍ପର୍କିତ ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାଇଙ୍କ ସଭା କାର୍ଯ୍ୟକ୍ରମ ସଂଯୋଜନାରେ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ଗରୁଡ଼ ଧ୍ଵଜ ଚୌଧୁରୀଙ୍କ ସଭାପତିତ୍ବରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ଏସପି: ଶ୍ରୀ ଜୟରାମ ଶତପଥି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଗଣମାଧ୍ୟମ ବ୍ୟକ୍ତି ମାନେ ସମାଜର ଜାଗ୍ରତ ପ୍ରହରୀ , ସମାଜରେ ଦେଖା ଦେଉଥିବା ସମସ୍ୟା ଓ ଘଟୁଥିବା ଅପରାଧ ଉପରେ ପ୍ରଥମେ ଗଣମାଧ୍ୟମ ବ୍ୟକ୍ତି ମାନଙ୍କ ଠାରୁ ହିଁ ପ୍ରଶାସନ ଓ ପୋଲିସ ଅବଗତ ହୋଇ ତାର ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ନେଇଥାନ୍ତି । ତେଣୁକରି ଗଣମାଧ୍ୟମ ବ୍ୟକ୍ତି ମାନେ ସବୁବେଳେ ନିର୍ଭୀକ ଓ ନିରପେକ୍ଷ ଭାବେ ସମାଜକୁ ଦିଗଦର୍ଶନ ଦେଇ ଉନ୍ନତି ପଥରେ ଆଗେଇ ନେବା ଭଳି ସମ୍ବାଦ ପରିବେଷଣ କରିବା ଉପରେ ଗୁରୁତ୍ବକ୍ଷରୋପ କରି ସମାଜ ଓ ଜିଲ୍ଲା ତଥା ରାଜ୍ୟର ବିକାଶ କ୍ଷେତ୍ରରେ ଏବଂ ଏକ ଉନ୍ନତଶୀଳ ରାଷ୍ଟ୍ର ଗଠନରେ ଲେଖନୀ ଚାଳନା କରିବାକୁ ଆହ୍ବାନ କରି ଏ ଦିଗରେ ଗଣମାଧ୍ୟମ ବ୍ୟକ୍ତି ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଡିଏମ୍: ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଉନ୍ନୟନ ଅଧିକାରୀ ତଥା ଏପିଡି: ଶ୍ରୀ ଲଳିତ କୁମାର କହଁର ବରିଷ୍ଠ ସାମ୍ବାଦିକ ଶ୍ରୀ ଦ୍ଵିଜେନ୍ଦ୍ର ନାଥ ପାଢ଼ୀ ପ୍ରମୁଖ ରାଷ୍ଟ୍ର ଗଠନ\’ରେ ଗଣମାଧ୍ୟମର ଭୂମିକାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ସାମ୍ବାଦିକ ଶ୍ରୀ ବସନ୍ତ ପଣ୍ଡା , ଶ୍ରୀ ଦିଲୀପ ଶତପଥି , ଶ୍ରୀ ସରୋଜ ବୀର ଏବଂ ଶ୍ରୀ ଆମୋଦ ବର୍ଦ୍ଧନ ପ୍ରମୁଖ ସେମାନଙ୍କ ଅଭିଭାଷଣରେ ସାମ୍ବାଦିକ ମାନଙ୍କ ପ୍ରତି ଏବଂ ସମାଜରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଉପରେ କହି ମଞ୍ଚାସିନ ଅତିଥି ମାନଙ୍କୁ ଅବଗତ କରାଇ ଥିଲେ ।
ଶେଷରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଆଦର୍ଶ ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାଇ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିବା ବେଳେ ଗଣ ମାଧ୍ୟମର ପ୍ରତିନିଧି ମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031