Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ଜାତୀୟ ଗଣିତ ଦିବସ ପାଳନ ତଥା ଗଣିତଜ୍ଞ ରାମାନୁଜନଙ୍କ ଜୟନ୍ତୀ  କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ଜାତୀୟ ଗଣିତ ଦିବସ ପାଳନ ତଥା ଗଣିତଜ୍ଞ ରାମାନୁଜନଙ୍କ ଜୟନ୍ତୀ  କାର୍ଯ୍ୟକ୍ରମ ଅନୁଷ୍ଠିତ

December 23
12:49 2022

ଗଣେଶ କୁମାର ରାଜୁ ଙ୍କ ରିପୋର୍ଟ

ପାରଳାଖେମୁଣ୍ଡି, 23/11:ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର – ସରକାରୀ ଉଚ୍ଚ ବିଦ୍ୟାଳୟର ସଭାଗୃହ ଠାରେ ଆଜି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ  ଜାତୀୟ ଗଣିତ ଦିବସ ତଥା ମହାନ୍ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ’ଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। । 

ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପୂଲୁ ରବି କୁମାର’ଙ୍କ ସଭାପତିତ୍ବରେ ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଗଣିତଜ୍ଞ ଶ୍ରୀ ଲିଙ୍ଗରାଜ ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୈନନ୍ଦିନ ଜୀବନରେ ଗଣିତ କିଭଳି ବିଭିନ୍ନ କାମରେ ଆବଶ୍ୟକ ପଡ଼ି ବ୍ୟବହାର ହୋଇଥାଏ ସେ ସମ୍ପର୍କରେ କହି ପିଲାଙ୍କ ମଧ୍ୟରେ ଗଣିତ ପ୍ରତି ଥିବା ଭୟତା ଦୂର କରିବା ସହ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ଓ ରୋଚକ ତଥ୍ୟ ମାଧ୍ୟମରେ ଆଗ୍ରହ ସୃଷ୍ଟି କରିବା ସହ ଗଣିତ କ୍ଳବ୍ ଗଠନ କରି  ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି ଏହାର ପ୍ରଚାର ପ୍ରସାର କରିବା ଏହି ଦିବସ ପାଳନ’ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।

ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆ ରବି କୁମାର ଏଥିରେ ସଭାପତିତ୍ବ କରି ଦିବସର  ଉଦ୍ଦେଶ୍ୟ ଜ୍ଞାପନ ଓ ରାମାନୁଜନ’ଙ୍କ ଜୀବନୀ ଆଲୋଚନା କର୍ବା ସହ  ଗଣିତ’ର ପରିଭାଷା , ବ୍ୟବହାର ଓ ପ୍ରୟୋଗର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟପକ୍ଷରେ , ଗଣିତର ପ୍ରଚାର ପ୍ରସାର ଦିଗରେ ପ୍ରତି ବିଦ୍ୟାଳୟରେ ରାମାନୁଜନ ତଥା ଗଣିତ କ୍ଳବ୍ ଗଠନ କରି ପିଲାଙ୍କ ମଧ୍ୟରେ ଗଣିତ ପାଠ ଉପରେ ସଚେତନ ସୃଷ୍ଠି କରି ଆଗ୍ରହ  କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି କାର୍ଯ୍ୟକ୍ରମ’ରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ରାମ ଶଙ୍କର ଗନ୍ତାୟତ କାର୍ଯ୍ୟକ୍ରମ’ରେ ସଂଯୋଜନା କରି ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତ ମହାବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଉଦୟ ଭାସ୍କର ବେହେରା ଏବଂ ବରିଷ୍ଠ  ଗଣିତ ଶିକ୍ଷୟତ୍ରୀ ଶ୍ରୀମତୀ କବିତା ରାଉତ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଗଣିତ ଦିବସର ବିଭିନ୍ନ ଦିଗ ଉପରେ କହି  ତାଙ୍କର କୃତୀ , ଯେଉଁ କାଗଜ ମାଧ୍ୟମରେ  ବିଭିନ୍ନ ମଡେଲ ଓ ଗାଣିତିକ ସୂତ୍ରର ସମାଧାନ  ଓ ତାଙ୍କର ମ୍ୟାଜିକ ନମ୍ବର ପ୍ରଭୃତି ଅସାଧାରଣ ତଥା ଅଲୌକିକ ପ୍ରତିଭା ସବୁ ରହିଥିଲା ସେ ସବୁର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଭିନ୍ନ ବିଦ୍ୟାଳୟର ବରିଷ୍ଠ ଗଣିତ ଶିକ୍ଷୟତ୍ରୀ ଓ ଶିକ୍ଷକ’ଙ୍କ ସମେତ ଗଣିତ ପ୍ରେମୀ ଛାତ୍ରଛାତ୍ରୀ ମାନେ ଗଣିତ ଦିବସ’ର ଅନୁଚିନ୍ତା ଉପରେ ସେମାନଙ୍କ ମତ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ’ର ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଗଣିତ ପ୍ରେମୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ସଭା କାର୍ଯ୍ୟକ୍ରମ’ରେ ଡି: ଶ୍ରୀରାମ ମୂର୍ତ୍ତି , ଶ୍ରୀଲକ୍ଷ୍ମୀ ଗେଦଲା , ଜ୍ୟୋତି ପାତ୍ର , ସୁରଜ ନାୟକ ପ୍ରମୁଖ’ଙ୍କ ସମେତ ବିଜ୍ଞାନ କମିଟି’ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା’ରେ ବିଶେଷ ସହଯୋଗ କରିବା ସହ ଗଣିତ ଦିବସ କାର୍ଯ୍ୟକ୍ରମ’କୁ ସଫଳ କରାଇବାରେ ବେଶ ସହାୟକ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031