Indus Valley Times

ଗଜପତି: ଜିଲ୍ଲାସ୍ତରୀୟ “ଜାତୀୟ ଡେଙ୍ଗୁ ଦିବସ-୨୦୨୩ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ “ଜାତୀୟ ଡେଙ୍ଗୁ ଦିବସ-୨୦୨୩ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

May 16
19:13 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୫: ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଜି ଜିଲ୍ଲା ସ୍ତରୀୟ “ଜାତୀୟ ଡେଙ୍ଗୁ ଦିବସ-୨୦୨୩ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଡେଙ୍ଗୁ ଜ୍ଵର ପ୍ରତି ସତର୍କ ଓ ସାବଧାନତା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ପ୍ରଚାର ଅଭିଯାନ ରଥ ବାହାରିଥିଲା । ଏହାକୁ ଉପସ୍ଥିତ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ଗହଣରେ ସିଡ଼ିଏମ-ପିଏଚଓ ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ପରେ ସହରର ୧୨ ନଂ-ୱାର୍ଡ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିସରରୁ ଏହି ଦିବସ ପାଳନ ଅବସରରେ ଏଏନଏମ: ଶ୍ରୀମତୀ ବନଜା ବାସିନୀ ସେନାପତିଙ୍କ ନେତୃତ୍ୱରେ ଡେଙ୍ଗୁ ଜ୍ଵର ପ୍ରତି ସତର୍କ ଓ ସାବଧାନତା ଉପରେ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା ।
ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ମହିଳା ଆରୋଗ୍ୟ ସମିତିର ସଭ୍ୟା ମାନଙ୍କ ସମେତ ଏଏନଏମ: , ଆଶା ଓ ଅଙ୍ଗନବାଡ଼ି କର୍ମୀ ଓ ହେଲପର ମାନେ ସାମିଲ ଥିଲେ । ଶୋଭାଯାତ୍ରା ବେଳେ ମାଇଲ ଯୋଗେ ଅଞ୍ଚଳବାସୀଙ୍କୁ ଡେଙ୍ଗୁ ପ୍ରତି ସତର୍କ ଓ ସାବଧାନତା ସହ ତାର ଲକ୍ଷଣ ଓ ପ୍ରତିକାର ଉପରେ କହି ସଚେତନ କରାଇଥିଲେ ।
ଏଥି ସମେତ ଅପରିଷ୍କାର ସ୍ଥାନରେ ବ୍ଲିଚିଙ୍ଗ ପାଉଡର ପକାଇବା ସହ ଯିବା ଆସିବା କରୁଥିବା ଲୋକ ମାନଙ୍କୁ ଡେଙ୍ଗୁ ରୋଗ ଉପରେ ସଚେତନତା ପାମ୍ପାଲେଟ ମାନ ବଣ୍ଟନ କରିଥିଲେ ।
ପରେ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରଶିକ୍ଷଣ କକ୍ଷ ଠାରେ ଜାତୀୟ ଡେଙ୍ଗୁ ଦିବସ ପାଳନ ଅବସରରେ ଡେଙ୍ଗୁ ସହ ଲଢ଼ିବା ପାଇଁ ଭାଗିଦାରୀ\’କୁ ଉପଯୋଗ କରିବା ଉଦ୍ଦେଶ୍ୟରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥି ସମେତ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଡେଙ୍ଗୁ ଉପରେ ବିଷଦ ଜ୍ଞାନ ଦେବା ଉଦ୍ଦେଶ୍ୟରେ ଜିଲ୍ଲାର ପାରଳାଖେମୁଣ୍ଡି ସହର ସମେତ କାଶୀନଗର , ଗୋଷାଣୀ ଓ ଗୁମ୍ମା ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟ ମାନଙ୍କର ସିଆରସିସି: ଓ ଶିକ୍ଷକ ମାନଙ୍କୁ ନେଇ ଡେଙ୍ଗୁ ଜ୍ଵର ଉପରେ ଏକ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସିଡିଏମ:-ପିଏଚଓ: ଡ଼ାଃ ପ୍ରଦୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା କାର୍ଯ୍ୟକ୍ରମରେ ଡିପିଏଚଓ: ଡ଼ାଃ ଏମ: ମୁବାରକ ଅଲ୍ଲୀ , ଡିଏମଓ-ଡିଏଚଏଚ: ଡ଼ାଃ ପ୍ରମୋଦ କୁମାର ପଣ୍ଡା , ଏଡିପିଏଚଓ:-ଲେପ: ଡ଼ାଃ ଇନ୍ଦିରା ମହାପାତ୍ର , ଏଡିପିଏଚଓ:-ଡିସି: ଡ଼ାଃ ଆନନ୍ଦ ଚନ୍ଦ୍ର ସାମନ୍ତରାୟ ଏବଂ ଡିପିଏମ:–ଏନଏଚଏମ: ସୌମ୍ୟା ରାଣୀ ଗୌଡ଼ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।
ମଞ୍ଚାସିନ ଅତିଥି ମାନେ ମୁଖ୍ୟତଃ ଡେଙ୍ଗୁ କଣ ଓ ଏହା କିପରି ବ୍ୟାପିଥାଏ , ଡେଙ୍ଗୁର ଲକ୍ଷଣ , ସତର୍କ ଓ ସାବଧାନତା ସହ ଏହାର ପ୍ରତିକାରର ବିଭିନ୍ନ ଦିଗ ସମ୍ପର୍କରେ କହି ସ୍ୱଚ୍ଛ ପରିବେଶ , ନିୟମିତ ମଶାରୀ ବ୍ୟବହାର ଏବଂ ଲକ୍ଷଣ ଦେଖା ଦେଲେ ତୁରନ୍ତ ନିକଟସ୍ତ ଚିକିତ୍ସାଳୟକୁ ଯାଇ ପରୀକ୍ଷା ଓ ଚିକିତ୍ସା କରାଇ ନେଲେ ଡେଙ୍ଗୁ କବଳରୁ ଆମେ ନିଜକୁ ସୁରକ୍ଷିତ ରଖିପାରିବା ବୋଲି କହିଥିଲେ ।
ଏହି ସଚେତନତା ଶିବିର କାର୍ଯ୍ୟକ୍ରମରେ ଏଡିପିଏଚସିଓ: ଶ୍ରୀ ନେତ୍ରାନନ୍ଦ ଶତପଥୀ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିବା ବେଳେ କାର୍ଯ୍ୟକ୍ରମର ଭିବିଡି:-କନସୁଲଟାଣ୍ଟ ଶ୍ରୀ ସିଦ୍ଧାର୍ଥ ଦାସ ପାୱାର ପଏଣ୍ଟ ମାଧ୍ୟମରେ ଡେଙ୍ଗୁର ବିଭିନ୍ନ ଦିଗ ଉପରେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦର୍ଶନ କରାଇ ସଚେତନ କରାଇବା ସହ କାର‌୍ୟ୍ୟକ୍ରମ\’ରେ ସଂଯୋଜନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031