Indus Valley Times

ଗଜପତି : ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପତ୍ତି ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

 Breaking News

ଗଜପତି : ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପତ୍ତି ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

May 19
20:41 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୯/୫ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମିଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପତ୍ତି ତଥାପି ବିପର୍ଯ୍ୟୟ ପରିଚାଲନା କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ଜରୁରୀକାଳିନ ଅଧିକାରୀ ଶ୍ରୀ ପ୍ରଭାସ କୁମାର ବେଉରା ବୈଠକ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାକ ସୂଚନା ଦେଇ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।
ବୈଠକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତା କରି ଗଜପତି ଜିଲ୍ଲାରେ ଗତ ୪ ବର୍ଷ ପୂର୍ବେ ଦେଖା ଦେଇଥିବା ତିତିଲି-ଭୁସ୍ଖଳନ ତଥା ମହା ଝଡବାତ୍ୟା ପରେ ପରେ ପ୍ରାକୃତିକ ବିପର୍ଯ୍ୟୟ ଜିଲ୍ଲା ଭାବେ ଗଜପତି ଜିଲ୍ଲା ସାମିଲ ହୋଇଛି ।
ତେବେ, ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା-ବାତ୍ୟା କି ଅନ୍ୟ କୋଣସି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଲେ ତାର ମୁକାବିଲା କରିବା ପାଇଁ କଣ କଣ ଓ କିଭଳି ସବୁ ଆଗୁଆ ପ୍ରସ୍ତୁତି ହୋଇ ରହିବା ସହ ଆବଶ୍ୟକ ସମୟରେ ତାର ପରିଚାଳନା ପଦକ୍ଷେପ ନିଆଯିବ, ତାର ବିଭିନ୍ନ ଦିଗ ସମ୍ପର୍କରେ କହି ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଅନ୍ୟପକ୍ଷରେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରି ନିଜ ନିଜ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷାକରି ସମସ୍ତଙ୍କ ସହଯୋଗରେ ସମ୍ଭାବ୍ୟ ପରିସ୍ଥିତିରେ ଲୋକଙ୍କ ଧନ -ଜୀବନ ରକ୍ଷା କରିବା ଦିଗରେ ସହାୟକ ହେବା ପାଇଁ ଆହ୍ବାନ କରିଥିଲେ ଜିଲ୍ଲାପାଳ ଶ୍ରୀ ପଣ୍ଡା ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗା୍ଵାରା ତିରୁପତି ରାଓ , ଏଡିଏମ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଏଡିଏମ(ରାଜସ୍ବ) ଶ୍ରୀ ରାଜେନ୍ଦ୍ର ରଣଜିତ , ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ବର ଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ସମସ୍ତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଏହି ବୈଠକ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଗାମୀ ବର୍ଷାଋତୁକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର‌୍ୟ୍ୟର ମୁକାବିଲା କରିବା ପାଇଁ କିଭଳି ଆଗୁଆ ପ୍ରସ୍ତୁତି ରହିଛନ୍ତି ଓ କଣ ସବୁ ମହଜୁଦ ରଖିଛନ୍ତି ଏବଂ ତାର ପରିଚାଳନା କିଭଳି କରିବେ , ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ ।
ଏହି ବୈଠକ କାର୍ଯ୍ୟକ୍ରମରେ ମୁଖ୍ୟତଃ ବଂଶଧାରା ଓ ମହେନ୍ଦ୍ର ତନୟା ନଦୀର ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଓ ଡ଼ଙ୍ଗା ବ୍ୟବସ୍ଥା ସମ୍ପର୍କରେ ଏବଂ ଆବଶ୍ୟକ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ମହଜୁଦ , ଆଗୁଆ ରାସ୍ତା ଓ ନାଳ ସଫେଇ , ଯୋଗାଯୋଗ ପାଇଁ ଆସ୍ଥାୟୀ ପୋଲିସ ୱାରଲେସ ସ୍ଥାପନ , ପାନୀୟ ଜଳ ବ୍ୟବସ୍ଥା , ସ୍ବାସ୍ଥ୍ୟ , ପ୍ରାଣୀ ସମ୍ପଦ , କୃଷି , ବିଦ୍ୟୁତ ଆଲୋକ ବ୍ୟବସ୍ଥା , କ୍ଷୁଦ୍ର ଜଳସେଚନ ଓ ଆଶ୍ରୟସ୍ଥଳ ନିମନ୍ତେ ସ୍କୁଲ ବ୍ୟବସ୍ଥା ପ୍ରଭୃତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031