Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ସ୍ୱାସ୍ଥ୍ୟ ଦିବସ-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ସ୍ୱାସ୍ଥ୍ୟ ଦିବସ-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ସ୍ୱାସ୍ଥ୍ୟ ଦିବସ-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ
April 07
20:18 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୭/୪: ପାରଳାଖେମୁଣ୍ଡି ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସେଣ୍ଟର ଫର୍ କମ୍ୟୁନିଟି ଡେଭଲପମେଣ୍ଟ” ସିସିଡି: ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସିସିଡି: ଅନୁଷ୍ଠାନ ସହଯୋଗରେ ଜିଲ୍ଲାସ୍ତରୀୟ “ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୩” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ଯୋଗ ଦେଇ ଦିବସ ପାଳନର ତାତ୍ପର୍ଯ୍ୟ ଓ ରହିଥିବା ବାର୍ତ୍ତା “ଉତ୍ତମ ସ୍ୱାସ୍ଥ୍ୟ ସଭିଙ୍କ ପାଇଁ ଉପରେ ଆଲୋଚନା କରି ଲୋକଙ୍କ ଦ୍ୱାର ମୁହଁରେ କିଭଳି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ତାହାହିଁ ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
ଲୋକଙ୍କୁ ସ୍ୱାସ୍ଥ୍ୟ-ସେବା ଯୋଗାଇ ଦେବା ପାଇଁ ତୃଣମୂଳ ସ୍ତରରୁ ହିଁ ବିଭିନ୍ନ ସରକାରୀ ବ୍ୟବସ୍ଥା ମାନ ରହିଥିବା ବେଳେ ତାହା ଦ୍ଵାରା ଜନ୍ମିତ ଶିଶୁ ଠାରୁ ଆରମ୍ଭ କରି ଗର୍ଭବତୀ ଓ ପ୍ରସୂତି ମହିଳା ଓ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବିଭିନ୍ନ ପ୍ରକାରର ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ।
ସମାଜରେ ମା ଓ ଶିଶୁ ମାନେ ସୁସ୍ଥ ରହିଲେ ହିଁ ଭବିଷ୍ୟତରେ ଯୁବକ ଓ ଅନ୍ୟମାନେ ସୁସ୍ଥ ରହିବେ । ତେଣୁ ଦୈନନ୍ଦିନ ଜୀବନ ଶୈଳୀ ମାନରେ ଉନ୍ନତି ଆଣି ସମାଜରେ ସୁସ୍ଥ ଓ ଶୁଖି ଜୀବନ ବିତାଇବା ଦିଗରେ ସହାୟକ ହେବା ପାଇଁ କହିଥିଲେ ।
ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏଡିପିଏଚସିଓ: ଶ୍ରୀ ନେତ୍ରାନନ୍ଦ ଶତପଥୀ ମଞ୍ଚାସିନ ରହି ସରକାରଙ୍କ ପକ୍ଷରୁ କଣ ସବୁ ସ୍ୱାସ୍ଥ୍ୟ-ସେବା କାର୍ଯ୍ୟକ୍ରମ ଯୋଗାଇ ଦିଆ ଯାଉଛି ଏବଂ ସେ ଦିଗରେ କେଉଁମାନେ ନିୟୋଜିତ ହୋଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି , ସେ ସମ୍ପର୍କରେ କହିଥିଲେ ।
ସିସିଡ଼ି: ଅନୁଷ୍ଠାନର ମୁଖ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁ କାର୍ଯ୍ୟକ୍ରମରେ ମଞ୍ଚାସିନ ରହି “ଆମ ସ୍ଵାସ୍ଥ୍ୟ ଆମ ହାତରେ” ଏହାର ବିଭିନ୍ନ ଦିଗ ସମ୍ପର୍କରେ କହି ଗ୍ରାମାଞ୍ଚଳ ଓ ଅପହଞ୍ଚ ଇଲାକାରେ ନିଜ ଅନୁଷ୍ଠାନ ପକ୍ଷରୁ ଲୋକଙ୍କ ସ୍ୱାସ୍ଥ୍ୟର ଉନ୍ନତି କ୍ଷେତ୍ରରେ କିଭଳି ପଦକ୍ଷେପ ନିଆଯାଉଛି ତାହା ଅବଗତ କରାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଭୌତିକ ଚିକିତ୍ସକ ସରୋଜିନୀ ରଇତ , ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ର ଜିଲ୍ଲା ସଂପାଦକ ଶ୍ରୀ ସନ୍ତୋଷ ମହାରଣା ଏବଂ ସିସିଡ଼ି ଅନୁଷ୍ଠାନର ଶ୍ରୀମତୀ ଏ: ପଦ୍ମାରାଜ୍ ପ୍ରମୁଖ ରହିଥିବା ବାର୍ତ୍ତା “ଉତ୍ତମ ସ୍ୱାସ୍ଥ୍ୟ ସଭିଙ୍କ ପାଇଁ ର ବିଭିନ୍ନ ଦିଗ ଉପରେ କହିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031