Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ଆଦିବାସୀ ଦିବସ-୨୦୨୩ ପାଳନ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସମେତ ବହୁ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ଆଦିବାସୀ ଦିବସ-୨୦୨୩ ପାଳନ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସମେତ ବହୁ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ଆଦିବାସୀ ଦିବସ-୨୦୨୩ ପାଳନ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସମେତ ବହୁ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ
August 09
21:54 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୮: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବନ ବିଭାଗ ଡିଏଫଓ: କାର୍ଯ୍ୟାଳୟ ନିକଟସ୍ଥରେ ଥିବା ଆଦିବାସୀ ମ୍ୟୁଜିଅମ ପଡିଆ ଠାରେ ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ଆଜି ୨୯ ତମ ବିଶ୍ଵ ଆଦିବାସୀ ଦିବସ ୨୦୨୩ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀଙ୍କ ସମେତ ବହୁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ଏହି ଅବସରରେ ସ୍ଥାନୀୟ ପୁରୁଣା କୋର୍ଟ ଛକ ଠାରୁ ଜିଲ୍ଲାର ବିଭିନ୍ନ ବ୍ଲକାଞ୍ଚଳରୁ ଆସିଥିବା ଆଦିବାସୀ ମହିଳା ପୁରୁଷ ସମାବେଶ ହୋଇ ସେଠାରୁ ଏକ ବିରାଟ ସହର ପରିକ୍ରମାରେ ବାହାରି ସଭାସ୍ଥଳ ଆଦିବାସୀ ମ୍ୟୁଜିଅମ ପଡିଆ ଠାରେ ପହଞ୍ଚିଥିଲେ ।
ଶୋଭାଯାତ୍ରା ପରିକ୍ରମା ବେଳେ ନୂଆ ବସଷ୍ଟାଣ୍ଡ ଠାରେ ସମ୍ବିଧାନ ପ୍ରଣେତା ଡଃ ବି: ଆର: ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି , ବଜାର ଛକ ଠାରେ ନବ ଉତ୍କଳର ନିର୍ମାତା ତଥା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ଏବଂ ହାଇସ୍କୁଲ ଛକ ଠାରେ ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରା ଯାଇଥିଲା ।
ପରେ ମ୍ୟୁଜିଅମ ପଡିଆ ଠାରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ବରିଷ୍ଟ ପ୍ରଶାସନିକ ଅଧିକାରୀ ଶ୍ରୀ ସୁଦାମ ମଣ୍ଡଳଙ୍କ ସଭାପତିତ୍ବରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧାରୀ ଗମାଙ୍ଗ , ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ , ପୂର୍ବତନ ମନ୍ତ୍ରୀ ଶ୍ରୀ ହଳଧର କାର୍ଜି ଏବଂ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଭାଷା ଓ ସଂସ୍କୃତି ବଞ୍ଚିଲେ ହିଁ ଜାତି ବଞ୍ଚିବ କହି ଲୁପ୍ତପ୍ରାୟ ଆଦିବାସୀ ଭାଷା ଗୁଡ଼ିକର ପୁନରୁଦ୍ଧାର କରି ତାର ସୁରକ୍ଷିତ ଓ ସୃଜନଶୀଳ କିଭଳି କରା ଯାଇପାରିବ ଏବଂ ନିଜର ସଂସ୍କୃତି , ଐତିହ୍ୟ ଓ ପରମ୍ପରା କିଭଳି ବଜାୟ ରହିବ ସେ ଦିଗରେ ସୁନିଶ୍ଚିତ କରିବା ପାଇଁ ଆହ୍ବାନ ଦିଆ ଯାଇଥିଲା ।
ଏହି ଅବସରରେ ବହୁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ କ୍ଷେ ପାରିଦର୍ଷିତା ଦେଖାଇ ଆସୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ମହାସଂଘ ପକ୍ଷରୁ ଆଦିବାସୀ ମହିଳା ମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ଭର୍ଦ୍ଧିତ କରା ଯାଇଥିଲା ।
ଏହା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧାରୀ ଗମାଙ୍ଗଙ୍କ ଦ୍ଵାରା ତାଙ୍କର ପାରମ୍ପରିକ ଢାମ୍ପ ବାଦ୍ୟ ଶହ ଅନ୍ୟାନ୍ୟ କଂସା , ବାଉଁଶ ର ବିଭିନ୍ନ ପାତ୍ରରେ ନିଜର ବାଦ୍ୟ ପ୍ରଦର୍ଶନ କରିଥିଲେ ।
ଏଥିସହ ଆଦିବାସୀ ବାଦ୍ୟ ଓ ଆଦିବାସୀ ନୃତ୍ୟ ମଧ୍ୟ ପରିବେଷଣ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ପବିତ୍ର ମଣ୍ଡଳ , ଶ୍ରୀ ଅଶୋକ ଭୂୟାଙ୍କ ସମେତ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୋରୀୟମ ରଇତ ଏବଂ ବିଭିନ୍ନ ବ୍ଲକ୍ ଅଧ୍ୟକ୍ଷା ଅଧ୍ୟକ୍ଷ , ଉପାଧ୍ୟକ୍ଷ , ସରପଞ୍ଚ , ସମିତି ସଭ୍ୟ ଓ ଅନ୍ୟାନ୍ୟ ବ୍ଲକ ଅଞ୍ଚଳରୁ ୨ ହଜାରରୁ ଅଧିକ ମହିଳା ପୁରୁଷ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031