Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ମିଶନଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ଦ୍ଵାରା ଦୁର୍ନୀତି ନିବାରଣ ଶପଥ ପାଠ ଏବଂ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ମିଶନଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ଦ୍ଵାରା ଦୁର୍ନୀତି ନିବାରଣ ଶପଥ ପାଠ ଏବଂ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ

November 01
19:57 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧/୧୧: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ମିଶନଶକ୍ତି ବିଭାଗ ମିଳିତ ସହଯୋଗରେ ଦୁର୍ନୀତି ବିରୁଦ୍ଧରେ ଜିଲ୍ଲା ସ୍ତରୀୟ ଏକ ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମିଶନଶକ୍ତି ଅଧିନସ୍ତ ଜିଲ୍ଲାର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସମେତ ଏଥିରେ ସଂପୃକ୍ତ ଥିବା ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇ ଦୁର୍ନୀତିର ମୂଳୋତ୍ପାଟନ ଦିଗରେ ଶପଥ ପାଠ କରିଥିଲେ ।
ଏହି ଅବସରରେ ଜିଲ୍ଲା ମିଶନଶକ୍ତି\’ର ଡିପିଏସିଏ: ଶ୍ରୀମତୀ ମନସ୍ମିତା ପାତ୍ର ଉପସ୍ଥିତ ସମସ୍ତଙ୍କୁ ପ୍ରଗତି ପଥରେ ଦୁର୍ନୀତି ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଥିବା ଯୋଗୁଁ ଏହାର ମୂଳୋତ୍ପାଟନ ନିମନ୍ତେ ସମସ୍ତେ ସାଧୁତା ସ୍ୱଚ୍ଛ , ସଚ୍ଚୋଟତା ଓ ସତ୍ୟନିଷ୍ଠକ୍ଷରେ ପ୍ରତିବଦ୍ଧତା ହୋଇ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ\’କୁ ସମର୍ଥନ କରିବା ଦିଗରେ ଶପଥ ପାଠ କରାଇଥିଲେ ।ଏଥିରେ ମିଶନଶକ୍ତି ଡିପିସି: ଶ୍ରୀ ରଶ୍ମି ରଞ୍ଜନ ସେଠୀ ଓ ଓଡ଼ିଶା ଜୀବିକା ମିଶନ ଡିପିମ ଶ୍ରୀମତୀ ପ୍ରିୟମ୍ବଦା ବିଶୋଇ ପ୍ରମୁଖ\’ଙ୍କ ସମେତ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ ।
ପରେ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକାଞ୍ଚଳରୁ ଆସିଥିବା ଶତାଧିକ ଏସଏସଜି: ମାଆ ମାନେ ଦୁର୍ନୀତି ବିରୋଧୀ ସମ୍ବନ୍ଧୀୟ ଲେଖା ଥିବା ପ୍ଳା-କାର୍ଡ ଧରି ଓ ବିଭିନ୍ନ ସଚେତନତା ମୁଳକ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ ।
ଏହି ସଚେତନତା ଶୋଭାଯାତ୍ରାକୁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ଏସପି: ଶ୍ରୀ ଜୟରାମ ଶତପଥି ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲାପାଳ ଶ୍ରୀ ପଣ୍ଡା ଦୁର୍ନୀତି ନିବାରଣ ଦିଗରେ ସରକାରଙ୍କ ଦ୍ୱାରା କରା ଯାଇଥିବା ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କ ରଇବା ଉପରେ ବିଶେଷ ଗୁରୁତ୍ୱାରୋପ କରି ଦେଶ ପ୍ରଗତି ପଥରେ ଯେଉଁ ବାଧକ ସାଜୁଛି , ଏହି ଦୁର୍ନୀତି ହଟିଲେ ହିଁ ପ୍ରଗତି ସମ୍ଭବ ହୋଇ ପାରିବ ।
ତେଣୁ ଏ ଦିଗରେ ସମସ୍ତ ଜନସାଧାରଣ ସଚେତନ ହେବା ଅତ୍ୟନ୍ତ ଜରୁରୀ । ସଚେତନ ନାଗରିକଙ୍କ ମିଳିତ ଉଦ୍ୟମରେ ହିଁ ଦେଶ ତଥା ଆମ ସମାଜରୁ ଦୁର୍ନୀତି ଭଳି ମାରାତ୍ମକ ବ୍ୟାଧିର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ହୋଇପାରିବ । ତେଣୁ ପ୍ରତ୍ୟେକ ନାଗରିକ ସର୍ବଦା ସାଧୁତା ଓ ସତ୍ୟନିଷ୍ଠା ହୋଇ କା କରିବାକୁ କହି ଉପସ୍ଥିତ ଏସଏଚଜି: ସଦସ୍ୟା ଓ ସମସ୍ତ\’ଙ୍କୁ ସଂକଳ୍ପ ବାଧ୍ୟ ହେବା ପାଇଁ ଆହ୍ବାନ କରିଥିଲେ ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଏଡିଏମ: ଶ୍ରୀ ପ୍ରଦୀପ ନାୟକ , ଡିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରୋମାଞ୍ଚଳ ଖମାରୀ , ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଏବଂ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା\’ଙ୍କ ସମେତ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଓଏଲଏମ: ଏକାଉଣ୍ଟ୍କ୍ଷଣ୍ଟ ଜ୍ୟୋତି ପ୍ରଧାନ , ଜିଲ୍ଲା ଏନୟୁଏଲଏମ: ମ୍ୟାନେଜର ଶ୍ରୀ ନକୁଲ ବିଶୋଇ ,(ଗୋଷାଣୀ , କାଶୀନଗର , ଗୁମ୍ମା ଓ ରାୟଗଡ଼ ବ୍ଲକର ସମସ୍ତ ଏସଏଚଜି: ସଦସ୍ୟା ଓ ପାରଳାଖେମୁଣ୍ଡି ସହରର ଏସଏଚଜି: ଗ୍ରୁପର ୩୦୦ ରୁ ଅଧିକ ସଦସ୍ୟା ଏବଂ ସଂପୃକ୍ତ ବ୍ଲକର ବ୍ଲକ୍ ପ୍ରକଳ୍ପ ସଂଯୋଜକ ଶ୍ରୀ ଲାବନ ରଇତ , ରଶ୍ମିତା ପଟନାୟକ , ଶ୍ରୀ ଅମ୍ରିତ ପରିଛା ଓ ଶ୍ରୀ ଶ୍ରୀକାନ୍ତ ପଟନାୟକ , ମୁକ୍ତା” ସଂଯୋଜକ ଶ୍ରୀ ସତ୍ୟ ନାରାୟଣ ସିଂହ , ପାରଳା ପୌର ପରିଷଦର ସମସ୍ତ ସିଇ: , ଜଳସାଥି ଓ ସ୍ଵଚ୍ଛସାଥି ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମରେ ସାମିଲ ରହି ସଫଳ ରୂପାୟନ ଦିଗରେ ସହଯୋଗ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମ ମିଶନଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ରଶ୍ମି ରଞ୍ଜନ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପନ୍ନ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031