Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ- ୨୦୨୨” ସମେତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ- ୨୦୨୨” ସମେତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

November 15
12:33 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ଗଜପତି,୧୫/୧୧: ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ସହଯୋଗରେ ଜିଲ୍ଲାର ସମସ୍ତ ଶିଶୁଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ ଗଜପତି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ -୨୦୨୨” ରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲା ଦୌରାଜଜ ଶ୍ରୀ ପ୍ରଣବ କୁମାର ରାଉତରାୟ ଏବଂ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମିଳିତ ଭାବେ ଶିଶୁ ମାନଙ୍କ ଗହଣ’ରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ।
ପରେ ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତରେ ଗଜପତି ଜିଲ୍ଲା ଦୌରାଜଜ ଶ୍ରୀ ପ୍ରଣବ କୁମାର ରାଉତରାୟ ଯୋଗ ଦେଇ ଶିଶୁ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ କିଭଳି ସହାୟ ହୋଇ ଅଧିକ ଗୁରୁତ୍ବ ଦେବେ , ସେ ସମ୍ପର୍କରେ କହିଥିଲେ ।
ଅନ୍ୟତମ ମଞ୍ଚାସିନ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥି ଏବଂ ଜିଲ୍ଲା କିଶୋର ନ୍ୟାୟ ପରିଷଦର ପ୍ରମୁଖ ମାଜିଷ୍ଟ୍ରେଟ ଶ୍ରୀ ସତ୍ୟବ୍ରତ ରାଣା ଯୋଗ ଦେଇ ଶିଶୁ ମାନେ ଦେଶର ଭବିଷ୍ୟତ , ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରତି ଗୁରୁତ୍ଵ ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ଅନ୍ୟପକ୍ଷରେ ଶିଶୁମାନେ କିଭଳି ଜିଲ୍ଲାସ୍ତରରେ କୃତିତ୍ୱ ହାସଲ କରି ରାଜ୍ୟ ଓ ଜାତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତା\’ରେ ଭାଗ ନେଇ ଗଜପତି ଜିଲ୍ଲା ପାଇଁ ଗୌରବ ଆଣି ପାରିବେ , ସେ ସମ୍ପର୍କରେ କହିଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ସଂଯୋଜନା କରି ଶିଶୁ ମାନଙ୍କ ଅନ୍ତର୍ନିହିତ ଗୁଣା ତଥା ପ୍ରତିଭାକୁ ବିକାଶ କରିବା ସହ ଲୋକ ଲୋଚନରେ ପ୍ରସ୍ପୂଟିତ କରାଇବା ଏଭଳି କାର‌୍ୟ୍ୟକ୍ରମ\’ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କାର‌୍ୟ୍ୟକ୍ରମ ସମ୍ପର୍କ\’ରେ ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ ।
ଅନ୍ୟପକ୍ଷ\’ରେ ପିତ୍ରୁ-ମାତ୍ରୁହୀନ ଶିଶୁ ମାନଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କୁ ସମାଜ\’ର ମୁଖ୍ୟସ୍ରୋତ\’ରେ ସାମିଲ କରିବା କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ଅହରହ ଉଦ୍ୟମ ଜାରି ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା କହିଥିଲେ ।
ଏଥି ସମେତ ଜିଲ୍ଲାର ସମସ୍ତ ପିତୃ ମାତୃହିନ ଶିଶୁ ତଥା ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କ ଶିଶୁ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଦିନ ମାନଙ୍କରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଦର୍ଶନୀୟ ସ୍ଥାନ ଟାମ୍ପରା ହ୍ରଦ , ଗୋପାଳ ପୁରର ସମୁଦ୍ର ବେଳାଭୂମି ଓ ବ୍ରହ୍ମପୁରର ରାମଲି ଲିଙ୍ଗମ ପାର୍କ ପ୍ରଭୃତି ସମେତ ଅନ୍ୟାନ୍ୟ ଅଞ୍ଚଳକୁ ମନୋରଞ୍ଜନ ପରିଦର୍ଶନ ପାଇଁ ନେବାପାଇଁ ଜିଲ୍ଲାପାଳ ଶ୍ରୀ ପଣ୍ଡା ଘୋଷଣା କରିଥିଲେ ।
ଏହି ଅବସରରେ ଶିଶୁ ମାନଙ୍କ ମଧ୍ୟରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ବିଭକ୍ତ କରି ଗୀତ , ଡିବେଟ , କୁଇଜ, ଚିତ୍ରାଙ୍କନ ଓ ନୃତ୍ୟ ପ୍ରଭୃତି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲାସ୍ତରରେ କୃତିତ୍ୱ ହାସଲ କରିଥିବା ଶିଶୁ ମାନେ ରାଜ୍ୟ ସ୍ତରକୁ ଏବଂ ସେଠାରେ କୃତିତ୍ୱ ହାସଲ କରିବା ପରେ ଜାତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା “ହୋସଲା” ପ୍ରତିଯୋଗିତାରେ ଭାଗ ନେବେ ।
ଉଦଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ସଭାପତିତ୍ବରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀ ରବି ନାରାୟଣ ବେହେରାଙ୍କ ସମେତ ପାରଳା ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ଥିବା ସମସ୍ତ ୬ ଗୋଟି ଶିଶୁଯତ୍ନ ଅନୁଷ୍ଠାନର ଶତାଧିକ ଶିଶୁ ଯୋଗ ଦେଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାର ବରିଷ୍ଠ ଓ କନିଷ୍ଠ ବିଭାଗରେ ୯୨ ଜଣ ଶିଶୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଡିସିପିୟୁ: ଶ୍ରୀ ଅରୁଣ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ ଶ୍ରୀ ଡମ୍ବରୁ ଧର ବଳବନ୍ତ , ଆଇନ ପର‌୍ୟ୍ୟବେକ୍ଷକ ଅଧିକାରୀ ଶ୍ରୀ ଜୟ ପ୍ରକାଶ ବାଡତ୍ୟା , ହିସାବ ରକ୍ଷକ ଶ୍ରୀମତୀ ଶୁଭଶ୍ରୀ ପଟନାୟକ , ପରାମର୍ଶ ଦାତା ଶ୍ରୀ ଡୁଙ୍ଗେଲ ମଲ୍ଲିକ ଏବଂ ସାମାଜିକ କର୍ମୀ ଶ୍ରୀ ସତ୍ୟବାନ୍ ସାହୁ ଓ ଶ୍ରୀ ନରେଶ ନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ପାରଳାଖେମୁଣ୍ଡି ସ୍ଥିତ ପୌଷ୍ୟ ଗ୍ରହଣ କେନ୍ଦ୍ରର ପରିଚାଳକ ଶ୍ରୀ ପ୍ରତ୍ୟୁଷ ସୂର‌୍ୟ୍ୟଙ୍କ ସମେତ ଚାଇଲଡ ଲାଇନ୍ ଓ ସମସ୍ତ ଶିଶୁଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031